ETV Bharat / bharat

ସୀତାପୁରରେ ଚାଞ୍ଚଲ୍ୟ; ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ, ପରେ ହାରିଲେ ଜୀବନ - Sitapur Murder - SITAPUR MURDER

Sitapur Murder: ସୀତାପୁରରେ ହୃଦୟ ବିଦାରକ ଘଟଣା । ଗୋଟିଏ ପରିବାରର 6 ମୃତ । ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ । ଅଧିକ ପଢନ୍ତୁ

Sitapur Murder
Sitapur Murder (ETV Bharat Odisha)
author img

By ETV Bharat Odisha Team

Published : May 11, 2024, 11:01 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ସୀତାପୁରରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ପରିବାରର 5ଜଣଙ୍କୁ ହତ୍ୟାକଲା ଯୁବକ । ନିଜ ହାତରେ ଉଜାଡିଲା ସୁନାର ସଂସାର । ପରିବାର ସହିତ ମିଶି ସୁଖଦୁଃଖରେ ସଂସାର କରୁଥିବା ବେଳେ ହଠାତ ଛାରଖାର ହୋଇଗଲା ପରିବାର । ସୀତାପୁର ଜିଲ୍ଲାର ରାମପୁର ମଥୁରା ଅଞ୍ଚଳରେ ଜଣେ ମଦ୍ୟପ ଯୁବକ ମା', ପତ୍ନୀ ଏବଂ 3ଛୁଆକୁ ହତ୍ୟା କରିଛି । ଆଜି ସକାଳୁ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ପୁରା ପରିବାରକୁ ହତ୍ୟା କରିବା ପରେ ନିଜେ ମଧ୍ୟ ଜୀବନ ହାରିଥିବା ସୂଚନା ରହିଛି । ଗୋଟିଏ ପରିବାରର 6ଜଣଙ୍କ ମୃତ୍ୟୁ ହେବା କାରଣରୁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଘଟଣା ସମ୍ପର୍କରେ ଖବର ପାଇ ସିଇଓ ଏବଂ ଇନ୍ସପେକ୍ଟର ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାପରେ ଫରେନସିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ପୋଲିସର ସୂଚନା ଅନୁସାରେ, 45 ବର୍ଷିୟ ଅନୁରାଗ ତାଙ୍କ ପରିବାର ସହିତ ରାମପୁର ମଥୁରା ଥାନା କ୍ଷେତ୍ର ଅଞ୍ଚଳର ପଲ୍ଲାପୁର ଗ୍ରାମରେ ରହୁଥିଲେ । ତେବେ ଆଜି ସକାଳେ ପରିବାରର ସମସ୍ତେ ଶୋଇଥିବା ସମୟରେ କୌଣସି କାରଣବଶତଃ ହଠାତ ଅନୁରାଗ ପରିବାରର 5ଜଣଙ୍କୁ ହତ୍ୟା କରିଥିଲେ । ଏହାପରେ ନିଜେ ମଧ୍ୟ ନିଜକୁ ଗୁଳି କରି ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ 3ଛୁଆ ପତ୍ନୀ ଏବଂ ମା ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦେଖିପାରିଲେନି ଭାଇ ବାହାଘର, ବରଯାତ୍ରୀ କାର ଦୁର୍ଘଟଣାରେ ଲିଭିଗଲା 5 ଜୀବନ ଦୀପ - Uttar Pradesh Accident

ଅନୁରାଗ ତାଙ୍କ ସ୍ତ୍ରୀ ସାବିତ୍ରୀ(62), ପତ୍ନୀ ପ୍ରିୟଙ୍କା(40), ଏବଂ ତିନି ସନ୍ତାନ ଅରନା(12), ଆଦ୍ବିକ(8), ଆରବି(7)ଙ୍କୁ ଗୁଳି ମାରି ହତ୍ୟା କରିଥିଲେ । ଏବେ ପରିବାର ଶୂନ୍ୟ ହୋଇଯାଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ଯେ, ସେ କାହିଁକି ଏଭଳି ପଦକ୍ଷେପ ନେଲେ । ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ।

ପଡୋଶୀଙ୍କ କହିବା ଅନୁସାରେ, "ଅନୁରାଗ ସର୍ବଦା ନିଶାପାନ କରୁଥିଲେ । ପ୍ରାୟତଃ ସେ ମଦ୍ୟାପାନ କରି ଘରକୁ ଆସୁଥିଲେ। ଏହାପରେ ପରିବାର ସହିତ ସର୍ବଦା ବଚସା ହେଉଥିଲା । ଦୀର୍ଘଦିନ ଧରି ତାଙ୍କର ମାନସିକ ଅବସ୍ଥା ମଧ୍ୟ ଠିକ ନଥିଲା । ପ୍ରଥମେ ଗୁଳି ଶବ୍ଦ ଶୁଣି ଲୋକେ ଭୟଭୀତ ହୋଇଯାଇଥିଲେ । ଏହାପରେ ଆମେ ଘଟଣାସ୍ଥଳକୁ ଆସି ଦେଖିବା ବେଳକୁ ସମସ୍ତେ ପ୍ରାଣ ହରାଇଥିଲେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.