ETV Bharat / bharat

୮ ମାସରେ ୫ ଥର ବଦଳି, ଚାକିରିରୁ ଇସ୍ତଫା ଦେଲେ ପୋଲିସ କନେଷ୍ଟବଳ

ଚାକିରିରେ ବାରମ୍ବାର ବଦଳି ପରେ ମାନସିକ ଚାପରେ ରହୁଥିଲେ ପୋଲିସ କନେଷ୍ଟବଳ । ଶେଷରେ ଉତ୍ତର ପ୍ରଦେଶ ପୋଲିସ କମିଶନରଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର ।

up police constable resign
up police constable resign (ETV BHARAT ODISHA)
author img

By ETV Bharat Odisha Team

Published : 3 hours ago

ଲକ୍ଷ୍ନୌ: ଉତ୍ତରପ୍ରଦେଶ (ୟୁପି) ପୋଲିସରେ ଆଲୋଡନ । ହଠାତ ଚାକିରିରୁ ଇସ୍ତଫା ଦେଲେ କନେଷ୍ଟବଳ । ଯାହାର କାରଣ ଜାଣିଲେ ଆପଣ ହୋଇଯିବେ ତାଜୁବ । ୮ ମାସରେ ୫ ଥର ବଦଳି । ଏଥିରେ ଅତିଷ୍ଠ ହୋଇ ଶେଷରେ ଚାକିରିରୁ ଇସ୍ତଫା ନେଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି କନଷ୍ଟେବଳ ନିଆଜ ଅହମ୍ମଦ । କୌଣସି ପୋଲିସ ଅଧିକାରୀ ଏନେଇ ପ୍ରତିକ୍ରିଯା ମଧ୍ୟ ରଖିନାହାନ୍ତି ।

ଅତିଷ୍ଠ କଲା ବାରମ୍ବାର ବଦଳି:

ଲକ୍ଷ୍ନୌର ନଗରାମ ପୋଲିସ ଷ୍ଟେସନରେ ୟୁପି 112 ବାଟାଲିୟନରେ ନିୟୋଜିତ ହୋଇଥିବା କନେଷ୍ଟବଳ ନିଆଜ ଅହମ୍ମଦ। ସେ ତାଙ୍କ ଇସ୍ତଫା ପତ୍ର ଲକ୍ଷ୍ନୌ ପୋଲିସ କମିଶନରଙ୍କୁ ପଠାଇଛନ୍ତି । ଏଥିରେ କନେଷ୍ଟବଳ ଲେଖିଛନ୍ତି, ''ଗତ 8 ମାସରେ 5 ଥର ମୋତେ ବଦଳି କରାଯାଇଛି । ଏଥିପାଇଁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି । ବାରମ୍ବାର ବଦଳି ଦ୍ବାରା ମୋତେ ମାନସିକ ଭାବେ ନିର୍ଯାତନା ଦିଆଯାଇଛି । ଏହି କାରଣରୁ କିଛି ଅପ୍ରିତିକର ଘଟଣା ମଧ୍ୟ ଘଟିପାରେ ।ମାନସିକ ସ୍ଥିତି ଏବଂ ପାରିବାରିକ ସ୍ଥିତିକୁ ବିଚାର କରି ମୁଁ ଚାକିରିରୁ ଇସ୍ତଫା ଦେବାକୁ ଚାହୁଁଛି ।''

ଏହା ମଧ୍ୟ ପଢନ୍ତୁ-ବିନା ପରୀକ୍ଷାରେ ଆଇପିଏସ ଅଫିସର, ୨ ଲକ୍ଷ ଟଙ୍କା ଦେଇ କିଣିଥିଲା ବର୍ଦ୍ଦି ଓ ବନ୍ଧୁକ - Bihar Boy Poses IPS

ଏହା ମଧ୍ୟ ପଢନ୍ତୁ-'୨୦୨୬ ସୁଦ୍ଧା ମୂଳପୋଛ ହେବେ ମାଓବାଦୀ', ଓଡ଼ିଶାରେ ସଫଳ ହୋଇଛି ମାଓ ଦମନ: DGP

କନେଷ୍ଟବଳଙ୍କ ସହ କଥା ହେବାକୁ ଡିସିପିଙ୍କୁ ନିର୍ଦ୍ଦେଶ:

ପୋଲିସ କମିଶନରଙ୍କୁ ଲେଖାଯାଇଥିବା ଇସ୍ତଫା ପତ୍ରର ଗମ୍ଭୀରତାକୁ ଦେଖି କମିଶନର ଅମରେନ୍ଦ୍ର ସେନଗର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କନଷ୍ଟେବଳଙ୍କ ସହ କଥା ହେବାକୁ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କନେଷ୍ଟବଳଙ୍କ କହିବାନୁସାରେ, ତାଙ୍କୁ ସୁଚିନ୍ତିତ ଭାବେ ଚାକିରିରୁ ବଦଳି କରାଯାଉଛି । ଏଥିରେ ମୁଁ ଅତିଷ୍ଟ ହୋଇଯାଇଛି । ମୁଁ ଆଉ ଏବେ ଚାକିରି କରିବାକୁ ଚାହୁଁନି ।''

ମାନସିକ ଚାପରେ ରହୁଛନ୍ତି କି ପୋଲିସ କର୍ମୀ ?

ଏକ ଅଧ୍ୟୟନ ଅନୁଯାୟୀ, ଦେଶର ପ୍ରାୟ 24 ପ୍ରତିଶତ ପୋଲିସ କର୍ମୀ 16 ଘଣ୍ଟା ଓ 44 ପ୍ରତିଶତ ପୋଲିସ କର୍ମୀ 12 ଘଣ୍ଟାକାମ କରନ୍ତି । ଅଧ୍ୟୟନ ଅନୁଯାୟୀ, ହାରାହାରି ପୋଲିସ କର୍ମଚାରୀମାନେ ପ୍ରତିଦିନ 14 ଘଣ୍ଟା କାମ କରୁଛନ୍ତି । ସମସ୍ତ ପୋଲିସ କର୍ମଚାରୀ ପାଖା ପାଖି 14 ଘଣ୍ଟା କାମ କରନ୍ତି । 73 ପ୍ରତିଶତ ପୋଲିସ କର୍ମଚାରୀ କହିଛନ୍ତି, '' ସେମାନଙ୍କର କାର୍ଯ୍ୟ ଭାର ସେମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । 85 ପ୍ରତିଶତ ପୋଲିସ୍ କର୍ମଚାରୀଙ୍କ ଅନୁଯାୟୀ, ସେମାନେ ନିଜ କର୍ତ୍ତବ୍ୟ ହେତୁ ପରିବାରକୁ ସମୟ ଦେଇ ପାରୁନାହାନ୍ତି ।

ପୋଲିସଙ୍କ ପାଇଁ ଗୋଟିଏ ବର୍ଷରେ କେତେ ଦିନ ଛୁଟି ରହିଛି:

ଉତ୍ତରପ୍ରଦେଶ ପୋଲିସ ଆସୋସିଏସନ୍ ନନ୍-ଗେଜେଟେଡ୍ ର ସାଧାରଣ ସମ୍ପାଦକ ଆର.ଡି ପାଠକ କହିଛନ୍ତି ଯେ, ପୋଲିସମାନଙ୍କୁ ଗୋଟିଏ ବର୍ଷରେ ମାତ୍ର 60 ଦିନ ଛୁଟି ମିଳିଥାଏ । କିନ୍ତୁ ଏହାର କୌଣସି ଲାଭ ସେମାନେ ନେଇପାରନ୍ତି ନାହିଁ । ଯଦି ପୋଲିସଙ୍କ ପରିବାରରେ ସମସ୍ୟା ଦେଖାଯାଏ ତେବେ ଘର ଦୂରରେ ହୋଇଥିଲେ ଛୁଟି ଦରକରା ପଡେ । ସେହି ସମୟରେ ଅଧିକାରୀମାନେ ଛୁଟିକୁ ବହୁ ବିଳମ୍ବରେ ମଞ୍ଜୁର କରିଥାନ୍ତି । ଏହାକୁ ନେଇ ସେମାନେ ମାନସିଚ ଚାପରେ ରହିଥାନ୍ତି ।

ଇଟିଭି ଭାରତ, ଲଷ୍ମୌ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.