ETV Bharat / bharat

ଆହ୍ଲାବାଦ ହାଇକୋର୍ଟଙ୍କ ମାଦ୍ରାସା ଆଇନ ରଦ୍ଦ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ, ୟୁପି ସରକାରଙ୍କୁ ନୋଟିସ - UP Madrasa Act 2004 - UP MADRASA ACT 2004

UP Madrasa Act 2004: ଆହ୍ଲାବାଦ ହାଇକୋର୍ଟ ୟୁପି ମାଦ୍ରାସା ଆକ୍ଟ 2004କୁ ଅସାମ୍ବିଧାନିକ ଘୋଷିତ କରିଥିଲେ । ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେରେ ଚାଲେଞ୍ଜ କରାଯାଇଥିବା ବେଳେ ଏହା ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

UP Madrasa Act
UP Madrasa Act
author img

By ETV Bharat Odisha Team

Published : Apr 5, 2024, 3:01 PM IST

Updated : Apr 5, 2024, 4:35 PM IST

ଲକ୍ଷ୍ନୌ: ୟୁପି ମାଦ୍ରାସା ବୋର୍ଡ ଆକ୍ଟ 2024କୁ ରଦ୍ଦ କରିବା ପ୍ରସଙ୍ଗରେ ଆହ୍ଲାବାଦ ହାଇକୋର୍ଟର ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟ ୟୁପି ସରକାରଙ୍କୁ ନୋଟିସ ଜାରି କରି ଏହାର ଜବାବ ମଧ୍ୟ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ଦ୍ବିତୀୟ ସପ୍ତାହରେ ହେବା ନେଇ ସ୍ଥିର କରାଯାଇଛି । ଏହା ପୂର୍ବରୁ ଆହ୍ଲାବାଦ ହାଇକୋର୍ଟ ୟୁପି ମାଦ୍ରାସା ଆକ୍ଟ-2004କୁ ଅସାମ୍ବିଧାନିକ ଘୋଷଣା କରିଥିଲେ ।

ଏହି ନିଷ୍ପତ୍ତିକୁ ମାଦ୍ରାସା ଆଇନଜୀବୀ ଅଜିଜିଆ ଇଜାଜୁତୁଲ ଉଲୁମର ମ୍ୟାନେଜର ଅଞ୍ଜୁମ କାଦରୀ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ ସେମାନଙ୍କୁ ଏକ ପ୍ରକାର ଆଶ୍ବସ୍ତି ବୋଲି କୁହାଯାଇପାରେ । ତେବେ ଏହି ଅଧିକାରଙ୍କୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ନିକଟରେ ଅଧିକାର ହିଁ ନାହିଁ ବୋଲି ଯାଚିକାରେ କୁହାଯାଇଛି ।

କଣ କହିଲେ ସୁପ୍ରିମକୋର୍ଟ: ନିଷ୍ପତ୍ତି ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି, ମାଦ୍ରାସା ଶିକ୍ଷାକୁ ନିୟମିତ କରିବା ମାଦ୍ରାସା ଆଇନର ମୂଳ ଲକ୍ଷ୍ୟ । ଏହା ଧର୍ମନିରପେକ୍ଷତାର ନୀତି ବିରୁଦ୍ଧ ବୋଲି କୁହାଯାଇପାରିବ ନାହିଁ । ଏହି ଆଦେଶର ଅର୍ଥ ହେଉଛି ବର୍ତ୍ତମାନ ୟୁପିରେ ମାଦ୍ରାସା ଜାରି ରହିବ । ମାଦ୍ରାସା ଅପରେଟରମାନେ ମାର୍ଚ୍ଚ 22 ତାରିଖରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ୟୁପି ସରକାର ଏବଂ ଯେଉଁମାନେ ହାଇକୋର୍ଟରେ ଆବେଦନ କରିଥିଲେ ସେମାନଙ୍କୁ ମେ 31 ସୁଦ୍ଧା ଜବାବ ଦେବାକୁ କହିଥିଲେ । ସୁପ୍ରିମକୋର୍ଟରେ ଆବେଦନ କରିଥିବା ପକ୍ଷମାନେ ଜୁନ 30 ସୁଦ୍ଧା ଏହାର ଜବାବ ଦେବେ । ଜୁଲାଇ ଦ୍ବିତୀୟ ସପ୍ତାହରେ ଏହାର ଶୁଣାଣି ହେବ ।

ଏହା ମଧ୍ୟ ପଢନ୍ତୁ: ମଦ୍ରାସା ଛାତ୍ରଛାତ୍ରୀ ହେବେ ସ୍ମାର୍ଟ, ଆରମ୍ଭ ହେବ 'ୱେବ ମ୍ୟାଥ୍ ଆପ'

ମାଦ୍ରାସା ଆକ୍ଟ 2024: ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପାରିତ ଏକ ଆଇନ ହେଲା ୟୁପି ବୋର୍ଡ ଅଫ୍ ମାଦ୍ରାସା ଏଜୁକେସନ ଆକ୍ଟ 2004 । ମାଦ୍ରାସା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଏହି ଆଇନ ପ୍ରସ୍ତୁତ କରାଯାଇଥିଲା । ଏହି ନିୟମ ଅନୁସାରେ ବୋର୍ଡରୁ ମାନ୍ୟତା ପାଇବା ପାଇଁ ନିର୍ଦ୍ଦିଷ୍ଟ ସର୍ବନିମ୍ନ ମାନଦଣ୍ଡ ପୂରଣ କରିବାର ଆବଶ୍ୟକତା ରହିଥିଲା । ପାଠ୍ୟକ୍ରମ, ଶିକ୍ଷାଦାନ ସାମଗ୍ରୀ ଏବଂ ଶିକ୍ଷକମାନଙ୍କର ତାଲିମ ପାଇଁ ବୋର୍ଡ ମଧ୍ୟ ମାଦ୍ରାସାକୁ ନିର୍ଦ୍ଦେଶାବଳୀ ପ୍ରଦାନ କରିଥିଲା । ୟୁପରେ ପ୍ରାୟ 25 ହଜାର ମାଦ୍ରାସା ଚାଲୁଅଛି । ଏଥି ମଧ୍ୟରୁ ପ୍ରାୟ 16 ହଜାର ବୋର୍ଡ ଅଧିନରେ ପଞ୍ଜିକୃତ ହୋଇଛନ୍ତି । ଲକ୍ଷ ଲକ୍ଷ ପିଲା ଏଥିରେ ଅଧ୍ୟୟନ କରନ୍ତି ଏବଂ ହଜାର ହଜାର କର୍ମଚାରୀ କାମ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 5, 2024, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.