ETV Bharat / bharat

ପରୀକ୍ଷା ଦେବା ବେଳେ ପ୍ରସବ ଯନ୍ତ୍ରଣା, ଶିଶୁକୁ ଜନ୍ମ ଦେଲେ ମହିଳା - ଉତ୍ତରପ୍ରଦେଶ

UP Constable Recruitment Exam: ଉତ୍ତରପ୍ରଦେଶରେ ପୋଲିସ ନିଯୁକ୍ତି ପରୀକ୍ଷାର ଦ୍ୱିତୀୟ ଦିନ ଥିଲା । ପରୀକ୍ଷା ଚାଲୁଥିବା ସମୟରେ ଜଣେ ପରୀକ୍ଷାର୍ଥୀ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଅଧିକ ପଢ଼ନ୍ତୁ,

ପରୀକ୍ଷା ଚାଲୁଥିବା ବେଳେ ଶିଶୁକୁ ଜନ୍ମ ଦେଲେ ମହିଳା

author img

By ETV Bharat Odisha Team

Published : Feb 18, 2024, 10:02 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୋଲିସ ନିଯୁକ୍ତି ପରୀକ୍ଷାର ଆଜି (ରବିବାର) ଥିଲା ଦ୍ୱିତୀୟ ଦିନ । ତେବେ ପରୀକ୍ଷା ଚାଲୁଥିବା ସମୟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସୂଚନା ମିଳିଛି । ପରୀକ୍ଷା ଚାଲୁଥିବା ସମୟରେ ଜଣେ ପରୀକ୍ଷାର୍ଥୀ ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ମହିଳା ଜଣକ କାଞ୍ଚନଗର ସ୍ଥିତ ଏକ କେନ୍ଦ୍ରରେ ପରୀକ୍ଷା ଦେଉଥିଲେ । ପରୀକ୍ଷା ଦେବା ସମୟରେ ହଠାତ ତାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଠାରୁ ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ଘଟଣାଟି ଉନ୍ନାଓର ଗଙ୍ଗା ଘାଟ କୋଟୱାଲି ଅଞ୍ଚଳରେ ଅବସ୍ଥିତ କାଞ୍ଚନଗର ଅଞ୍ଚଳର ମହର୍ଷି ଦିନାନନ୍ଦ ସରସ୍ୱତୀ ମିଶନ ଇଣ୍ଟର କଲେଜର । ସୂଚନା ମୁତାବକ, ଉକ୍ତ ମହିଳା ପ୍ରାର୍ଥୀ ଜଣକ ଉନ୍ନାଓର ବିଗପୁର ପୋଲିସ ଷ୍ଟେସନ ପରିସରରେ ଥିବା ପାଟନ ଗ୍ରାମ ନିବାସୀ ସୁନୀତା ଅଟନ୍ତି । ସେ ୟୁପି କନଷ୍ଟେବଳ ନିଯୁକ୍ତି ପରୀକ୍ଷା ଦେବା ପାଇଁ ଯାଇଥିଲେ । ମହିଳା ପରୀକ୍ଷା ଦେଉଥିବା ସମୟରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ପରେ ସେଠାରେ ଉପସ୍ଥିତ ଥିବା ରୁମ୍ ଇନ୍ସପେକ୍ଟରଙ୍କୁ ସେ ଜଣାଇଥିଲେ । ଏହାପରେ ରୁମ୍ ଇନ୍ସପେକ୍ଟର ମହିଳା ପ୍ରଶାସକ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଏ ବିଷୟରେ ଅବଗତ କରାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... କନେଷ୍ଟବଳ ଚାକିରି ଚାହୁଁଛନ୍ତି ସନି ଲିଓନି ! ଆଡମିଟ୍ କାର୍ଡ ଫଟୋ ଭାଇରାଲ

ମହିଳାଙ୍କୁ ପ୍ରସବ ପାଇଁ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ କୌଣସି ମହିଳା ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ନଥିବାରୁ ପୁରୁଷ ସ୍ୱାସ୍ଥ୍ୟ କର୍ମୀମାନେ ତାଙ୍କୁ ପ୍ରସବ କକ୍ଷକୁ ନେଇ ପ୍ରସବ କରାଇଥିଲେ । ସେଠାରେ ମହିଳା ଜଣକ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଝିଅଟିର ଜନ୍ମ ପରେ ମହିଳାଙ୍କ ପରିବାରକୁ ଏ ବିଷୟରେ ଅବଗତ କରାଯାଇଥିଲା । ସୂଚନା ପାଇବା ପରେ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଥିଲେ । ପରିବାର ସଦସ୍ୟଙ୍କ କହିବା ମୁତାବକ ସେପ୍ଟେମ୍ବର 2023ରେ ସୁନୀତାଙ୍କ ସ୍ୱାମୀ ଦୀପୁଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା । ତେବେ ସୁନୀତା 9 ମାସ ଗର୍ଭଧାରଣର ପରେ ଏହି ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି । ଏବେ ଉଭୟ ମା‘ ଏବଂ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି ।

ଏହି ପରୀକ୍ଷାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ମଧ୍ୟ ଘଟିଛି । ଯେଉଁଠି ଆଇଟମ ଗାର୍ଲ ସନି ଲିଓନିଙ୍କ ନାଁରେ ଆସିଥିବା ଆଡମିଟ୍ କାର୍ଡ ଭାଇରାଲ ହେଉଛି । ଯେଉଁଥିରେ ଅଭିନେତ୍ରୀ ସନି ଲିଓନିଙ୍କ ଫଟୋ, ନାମ ସହ ଠିକଣା ଲେଖାଥିବା ଦେଖିବାକୁ ମିଳିଥିଲା । ଏହି ଆଡମିଟ୍ କାର୍ଡରେ ଦିଆଯାଇଥିବା ସୂଚନା ଅନୁସାରେ ଗତ 17ରେ ପରୀକ୍ଷା ତାରିଖ ରହିଥିଲା । ତେବେ ଉତ୍ତରପ୍ରଦେଶର କାସଗଞ୍ଜ ଜିଲ୍ଲାରେ ପରୀକ୍ଷା ପାଇଁ ଏହି ଫର୍ମ ପୂରଣ କରାଯାଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.