ETV Bharat / bharat

ବିଜେପିକୁ ଚେତାବନୀ ଦେଲେ ଗଡକରୀ, କହିଲେ କଂଗ୍ରେସ ପରି ଭୁଲ କରନି... - Nitin Gadkari Cautions BJP

author img

By ETV Bharat Odisha Team

Published : Jul 15, 2024, 7:31 AM IST

Updated : Jul 15, 2024, 9:13 AM IST

Union minister Nitin Gadkari Cautions BJP: ଯଦି ଆମେ କଂଗ୍ରେସ ଭଳି ଭୁଲକୁ ବାରମ୍ବାର ଦୋହରାଇବା, ତେବେ ଆମେ ଶାସନରୁ ଏକ୍‌ଜିଟ୍ କରିବା ଏବଂ ସେମାନେ(କଂଗ୍ରେସ ) ପୁଣି ଶାସନ ଗାଦିକୁ ଏଣ୍ଟ୍ରି ମାରିବେ । ଲୋକସଭା ନିର୍ବାଚନ ଫଳାଫଳକୁ ମାସେ ପୁରିଥିବା ବେଳେ ଗଡକରୀଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଅଧିକ ପଢନ୍ତୁ

Etv Bharat
Etv Bharat (ETV Bharat Odisha)

ହାଇଦ୍ରାବାଦ: ନିଜ ଦଳ ବିଜେପି କର୍ମୀଙ୍କୁ ସଫା ସଫା ଶୁଣାଇଲେ ନୀତିନ ଗଡକରୀ । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବିଜେପିକୁ ଆଗାମୀ ଦିନ ପାଇଁ ଚେତାବନୀ ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଗୋଆରେ ଅନୁଷ୍ଠିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଦଳର ଶୀର୍ଷ ନେତୃବୃନ୍ଦଙ୍କୁ ଆଇନା ଦେଖାଇଛନ୍ତି । ଗୋଆ ନିକଟ ପାଣାଜିଠାରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଗଡକରୀଙ୍କ ସହିତ ଦଳର ଗୋଆ ସଭାପତି ସଦାନନ୍ଦ ତନଭାଡେ ଏବଂ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ଯୋଗ ଦୋଇଥିଲେ ।

"ବିଜେପି ଏକ ଭିନ୍ନ ରାଜନୈତିକ ଦଳ । ଏହା ବିଭିନ୍ନତାରେ ବିଶ୍ବାସ ରଖେ । ଯେଉଁଥି ପାଇଁ ଦଳ ବାରମ୍ବାର ଭୋଟରଙ୍କ ମନକୁ ଜିତିବା ସହିତ ନିର୍ବାଚନ ଜିତୁଛି । ତେବେ ଦଳ କିନ୍ତୁ ଏଥାକୁ ମନେ ରଖିବା ଉଚିତ ଏବଂ କଂଗ୍ରେସ କରିଥିବା ଭୁଲକୁ ବାରମ୍ବାର ଦୋହରାଇବା ଉଚିତ ନୁହେଁ । କାରଣ କଂଗ୍ରେସ ତାର ଭୁଲ ପାଇଁ ଶାସନ ଗାଦିରୁ ହଟିଛି," ବୋଲି କହିଛନ୍ତି ଗଡକରୀ ।

ସେ ପୁଣି କହିଛନ୍ତି, ଯଦି ଆମେ କଂଗ୍ରେସ ଭଳି ଭୁଲକୁ ବାରମ୍ବାର ଦୋହରାଇବା, ତେବେ ଆମେ ଏକ୍‌ଜିଟ୍ କରିବା ଏବଂ ସେମାନେ ପୁଣି ଶାସନ ଗାଦିକୁ ଏଣ୍ଟ୍ରି ମାରିବେ । ତେବେ ଲୋକସଭା ନିର୍ବାଚନ ଫଳାଫଳକୁ ମାସେ ପୁରିଥିବା ବେଳେ ଗଡକରୀଙ୍କ ଏହି ମନ୍ତବ୍ୟ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା ସୃଷ୍ଟି କରିଛି । ଗତ ଲୋକସଭା ନିର୍ବାଚନରେ ବିଜେପି ସେଭଳି ଆଶାତୀତ ସଫଳତା ହାସଲ କରିନାହିଁ । 400 ପାର ନାରା ଦେଉଥିବା ବିଜେପି ମାତ୍ର 241 ସିଟରେ ସୀମିତ ଥିଲା ବେଳେ ଏନଡିଏ୍ ମେଣ୍ଟରେ କେନ୍ଦ୍ରରେ ସରକାର ଗଠନ କରିଛି ।

ଏହି ସଭାରେ ଗଡକରୀ 40 ମିନିଟ ଧରି ଭାଷଣ ଦେଇଥିଲେ । ଏହି ସମୟରେ ଗଡକରୀ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ କଥା ମନେପକାଇ କହିଥିଲେ, ବିଜେପି ହେଉଛି ବିଭିନ୍ନତା ନୀତିରେ ବିଶ୍ବାସ ରଖୁଥିବା ଦଳ । ଗଡକରୀ ପୁଣି କହିଥିଲେ କି, ଆମକୁ ବୁଝିବାକୁ ପଡିବ ଆମ ଦଳ କଣ ପାଇଁ ଅନ୍ୟଦଳ ଠାରୁ ଭିନ୍ନ । କଣ ପାଇଁ ଆମ ଦଳରେ ଭିନ୍ନତା ପରିଲକ୍ଷିତ ହୁଏ ଏବଂ କାହିଁକି ଆମ ଦଳରେ ଜଣେ ସାଧାରଣ କର୍ମୀ ବି ଶୀର୍ଷ ସ୍ଥାନକୁ ଉଠିପାରେ । ଏହାସହିତ ଦୁର୍ନୀତି ମୁକ୍ତ ଦେଶ ଗଠନ ପାଇଁ ସଭିଏଁ ଆଗେଇ ଆସିବା ଉଚିତ ଏବଂ ମହାରାଷ୍ଟ୍ର ରାଜନୀତିରେ ଜାତିବାଦର ବଡ ଭୂମିକା ରହିଛି ବୋଲି କହିଥିଲେ ଗଡକରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 15, 2024, 9:13 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.