ETV Bharat / bharat

କେନ୍ଦ୍ର ବଜେଟରେ ମହିଳାଙ୍କୁ ଖୁସି ଦେଲେ ନିର୍ମଳା: ଶସ୍ତା ହେବ ଏସବୁ ସାମଗ୍ରୀ, କିଛି ପଦାର୍ଥ ଉପରେ ମହଙ୍ଗା ମାଡ଼ - Union Budget 2024

Union Budget 2024: ସଂସଦରେ ଉପସ୍ଥାପିତ ହୋଇଛି ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ । ଅର୍ଥମନ୍ତ୍ରୀ ସୀତାରମଣଙ୍କ ସପ୍ତମ ବଜେଟରେ କଣ ହୋଇଛି ଶସ୍ତା ଏବଂ କଣ ମହଙ୍ଗା । ଜାଣିବା ପାଇଁ ପଢନ୍ତୁ ଏହି ଖବର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 23, 2024, 2:35 PM IST

UNION BUDGET 2024
UNION BUDGET 2024 (ETV BHARAT ODISHA)

ନୂଆଦିଲ୍ଲୀ: ସଂସଦରେ ଉପସ୍ଥାପନ ହୋଇଛି 2024-25 ବର୍ଷ ପାଇଁ ଆର୍ଥିକ ବଜେଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଠାରୁ ବିଭିନ୍ନ ବିଭାଗ ପାଇଁ ବଡ ଘୋଷଣା କରାଯାଇଛି । ସେହିପରି ବିଭିନ୍ନ ସାମଗ୍ରୀ ଉପରେ ଟିକସ ଛାଡ କରାଯାଇଥିବା ବେଳେ ଅନେକ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରାଯାଇଛି । ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି ହୋଇଛି । ସେହିପରି ସୁନା, ରୂପା, ପ୍ଲାଣ୍ଟିନମ୍, ମୋବାଇଲ, ମୋବାଇଲ ଚାର୍ଜର ଉପରେ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-Union Budget 2024: ସ୍ବତନ୍ତ୍ର ପାହ୍ୟା ନ ଦେଇ ବିହାର-ଆନ୍ଧ୍ରକୁ ଖୁସି କରିଦେଲେ ମୋଦି, ଓଡ଼ିଶାକୁ ଭୁଲିଗଲେ ! - Union Budget 2024

ଶସ୍ତା କଣ ? :

ଔଷଧ ଓ ମେଡିକାଲ ଜିନିଷ ଉପରୁ ସୀମା ଶୁକ୍ଲ କମିବ । ଫଳରେ ତିନି ପ୍ରକାର କ୍ୟାନସର ଔଷଧ ଶସ୍ତା ହେବ । ସୁନା, ରୂପା, ସୀମା ଶୁକ୍ଲ 6 ପ୍ରତିଶତ ହ୍ରାସ ହେବ । ସେହିପରି ପ୍ଲାଣ୍ଟିନମ୍ ଉପରୁ 6.4 ପ୍ରତିଶତ କଷ୍ଟମଡ୍ୟୁଟି କମିବ । ଫଳରେ ଏହି 3 ସାମଗ୍ରୀ ସାଧାରଣ ଜନତାଙ୍କ ପାଇଁ ଶସ୍ତା ହେବ । ମୋବାଇଲ, ମୋବାଇଲ ଚାର୍ଜ ଓ ବ୍ୟାଟେରୀ ମଧ୍ୟ ଶସ୍ତା ହେବା ନେଇ ବଜେଟରେ ଘୋଷଣା କରିଛନ୍ତି ନିର୍ମଳା । ସୋଲାର ପ୍ୟାନେଲ, ଚମଡା ନିର୍ମିତ ବସ୍ତୁ, ଷ୍ଟିଲ ଓ ଲୁହା, ସାମୁଦ୍ରିକ ଉତ୍ପାଦ ଶସ୍ତା ହେବା ନେଇ ବଜେଟରେ କୁହାଯାଉଛି ।

ମହଙ୍ଗା କଣ ? :

କେନ୍ଦ୍ରୀୟ ବଜେଟରେ ପ୍ଲାଷ୍ଟିକ ଓ ପେଟ୍ରୋକେମିକାଲ ଉତ୍ପାଦ ଉପରେ କଷ୍ଟମ ଡ୍ୟୁଟି ବଢିବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆମୋନିୟମ ନାଇଟ୍ରେଟ ଉପରେ ସୀମା ଶୁଳ୍କ 10 ପ୍ରତିଶିତ ବୃଦ୍ଧି ହେବ । ଟେଲିକମ ଯନ୍ତ୍ରପାତିରେ ସମୀ ଶୁଳ୍କ 15 ପ୍ରତିଶତ ବୃଦ୍ଧି ହୋଇଛି ।

ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣ ଆରମ୍ଭରେ ଦେଶବାସୀ ପୁନର୍ବାର ମୋଦି ସରକାରଙ୍କ ଉପରେ ବିଶ୍ବାସ ପ୍ରକଟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ । ବଜେଟରେ ବିଶେଷକରି ଗରିବ, ମହିଳା, ଯୁବବର୍ଗ, କୃଷକଙ୍କ ବିକାଶ ଉପରେ ଫୋକସ୍ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.