ETV Bharat / bharat

ଆଜି ଆସିବ କେନ୍ଦ୍ରୀୟ ବଜେଟ, ବଡ ଘୋଷଣା କରିବେ ଅର୍ଥମନ୍ତ୍ରୀ ! ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିବ ଫୋକସ, କେତେ ହେବ ଆୟକର ଛାଡ଼ ? - Union Budget 2024 - UNION BUDGET 2024

Union Budget 2024 : ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆଜି ସଂସଦରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରାମଣ । ନିଯୁକ୍ତି ସୃଷ୍ଟି, ଦରଦାମ୍‌ ହ୍ରାସ, ଆୟକର ଛାଡ଼ ଉପରେ ଦିଆଯାଇପାରେ ଗୁରୁତ୍ବ । ଅଧିକ ପଢନ୍ତୁ

Etv Bharat
Etv Bharat (ETV BHARAT ODISHA)
author img

By ETV Bharat Odisha Team

Published : Jul 23, 2024, 7:36 AM IST

Updated : Jul 23, 2024, 8:00 AM IST

ନୂଆଦିଲ୍ଲୀ: ଆଜି ଖୋଲିବ ନିର୍ମଳାଙ୍କ ବଜେଟ୍‌ ପେଡି । ପୂର୍ବାହ୍ନ 11ଟାରେ ସଂସଦରେ 2024-25 ଆର୍ଥୀକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଆସିବାକୁ ଯାଉଛି । ବଜେଟରେ କେଉଁ କ୍ଷେତ୍ର ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ତାହା ଉପରେ ସମସ୍ତଙ୍କ ନଜର । ସପ୍ତମ ଥର ପାଇଁ ସଂସଦରେ ସାଧାରଣ ବଜେଟ ଉପସ୍ଥାପନା କରବାକୁ ଯାଉଛନ୍ତି ନିର୍ମଳା ।

ଆଜି ଆସିବ କେନ୍ଦ୍ରୀୟ ବଜେଟ
ଆଜି ଆସିବ କେନ୍ଦ୍ରୀୟ ବଜେଟ (ETV Bharat Odisha)

ଏହି ସବୁ ଉପରେ ଫୋକସ: ବଜେଟ ଉପରେ ସାରା ଦେଶର ନଜର ରହିଛି । ସାଧାରଣ ଜନତା ଠାରୁ ଆରମ୍ଭ କରି ଉଦ୍ୟୋଗୀସ, ସରକାରୀ ଓ ବେସରକାରୀ କର୍ମଚାରୀ ମଧ୍ୟ ଆଶାବାନ୍ଧି ବସିଛନ୍ତି । ବିଶେଷ କରି ଟିକସ ଉପରେ ଆଶ୍ବସ୍ତି ମିଳିପାରେ ବୋଲି ଆଶା ବାନ୍ଧିଛନ୍ତି ସାଧାରଣ ଜନତା । ମଧ୍ୟବିତ୍ତ ବର୍ଗକୁ ଖୁସି କରିବାକୁ ମଧ୍ୟ ସୀମା 5 ଲକ୍ଷକୁ ବଢିପାରେ । ସେହିପରି ନିଯୁକ୍ତି ସୃଷ୍ଟି ଓ ଦରଦାମ୍‌ ହ୍ରାସ ହେବା ନେଇ ଆଶା କରାଯାଉଛି । ଏଥିସହ ସଡକ, ପରିବନ, ରେଳବାଇ ଓ କୃଷି କ୍ଷେତ୍ରରେ ବଜେଟରେ ଗୁରୁତ୍ବ ଦିଆଯାଇପାରେ । ବେତନ ଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ବଢିପାରେ । ଷ୍ଟାର୍ଟଅପ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଲାଗି ଆଞ୍ଜେଲ ଟ୍ୟାକ୍ସ ଛାଡ ଭଳି ପଦକ୍ଷେପ ନିଆୟାଇପାରେ ।

ଏହା ମଧ୍ୟ ପଢନ୍ତୁ-ବଜେଟ 2024-25; ବଢିପାରେ ଆୟକର ଛାଡ ସୀମା, ମଧ୍ୟବିତ୍ତଙ୍କୁ ଖୁସି କରିବେ ଅର୍ଥମନ୍ତ୍ରୀ ! - Union Budget 2024

ମୋରାରଜୀ ଦେଶାୟୀଙ୍କ ରେକର୍ଡ ଭାଙ୍ଗିବେ ନିର୍ମଳା: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି ନିର୍ମଳା । ସେ କ୍ରମାଗତ 6ଥର ବଜେଟ ସଂସଦରେ ଉପସ୍ଥାନ କରିଥିବା ବେଳେ ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଆଜି କ୍ରମାଗତ ସପ୍ତମ ଥର ପାଇଁ କେନ୍ଦ୍ରୀୟ ବଜେଟ ସଂସଦରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଲାଲ ବାହାଦୂର ଶାସ୍ତ୍ରୀଙ୍କ ସରକାରରେ ଅର୍ଥମନ୍ତ୍ରୀ ଥିବା ସମୟରେ ମୋରାରଜୀ ମୋଟ 10 ଥର ବଜେଟ୍ ଉପସ୍ଥାପନ କରିଥିଲେ।

ବଜେଟ କ'ଣ: ବଜେଟ୍ ହେଉଛି ସରକାରଙ୍କ ବାର୍ଷିକ ଆୟବ୍ୟୟର ଅଟକଳ । ଏହା ସରକାରଙ୍କ ବିଭିନ୍ନ ନୀତିକୁ ମଧ୍ୟ ପ୍ରତିଫଳିତ କରିଥାଏ । ବଜେଟ୍‌ରେ ପ୍ରତ୍ୟେକ ବର୍ଷ ଅର୍ଥମନ୍ତ୍ରୀ ଆଗାମୀ ଆର୍ଥିକ ବର୍ଷ ପାଇଁ ଆୟ ଏବଂ ବ୍ୟୟର ହିସାବ ଉପସ୍ଥାପନ କରନ୍ତି । ଆମ ଦେଶରେ ଆର୍ଥିକ ବର୍ଷର ଅବଧି 1 ଏପ୍ରିଲରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରହିଥାଏ । ଗୋଟିଏ ଆର୍ଥିକ ବର୍ଷରେ ସରକାରଙ୍କ ଆୟ କେତେ, କେଉଁ କେଉଁ ଉତ୍ସରୁ ଆୟ ଆସିବ, ସରକାର କେଉଁଠି କେଉଁଠି ଟଙ୍କା ଖର୍ଚ୍ଚ କରିବେ, ଏହାର ପୂରା ହିସାବନିକାସକୁ ବଜେଟ୍ କହନ୍ତି । ଏହାରି ଆଧାରରେ ସରକାର ନୂଆ ନୂଆ ଯୋଜନା, ଟ୍ୟାକ୍ସ ସ୍ଲାବ ଇତ୍ୟାଦି ନିର୍ଦ୍ଧାରଣ କରିଥାନ୍ତି । ଆର୍ଥିକ ମନ୍ତ୍ରଣାଳୟ ସହ ଜଡିତ ଅଧିକାରୀ ଦେଶର ସବୁ ମନ୍ତ୍ରଣାଳୟ, ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ବିଭାଗଗୁଡିକରୁ ତଥ୍ୟ ଓ ସୂଚନା ଏକଜୁଟ କରିଥାନ୍ତି । ମନ୍ତ୍ରଣାଳୟ ଏବଂ ବିଭାଗ ମଧ୍ୟରେ ତାଳମେଳ, ଏକାଧିକ ବୈଠକ ଏବଂ ଏକ ଲମ୍ବା ପ୍ରକ୍ରିୟା ପରେ ବଜେଟ୍ ପ୍ରସ୍ତୁତ ହୋଇଥାଏ, ଯାହାକୁ ପରବର୍ତ୍ତୀ ସମୟରେ ଅର୍ଥମନ୍ତ୍ରୀ ସଂସଦରେ ଉପସ୍ଥାପନ କରିଥାନ୍ତି ।

ଅନ୍ତରୀଣ ବଜେଟରେ କଣ ରହିଥିଲା ?: ଅନ୍ତରୀଣ ବଜେଟରେ ପ୍ରତିରକ୍ଷା କ୍ଷେତ୍ର ପାଇଁ 6.2 ଲକ୍ଷ କୋଟି ବ୍ୟୟବରାଦ ହୋଇଥିଲା । ଗମନାଗମନ କ୍ଷେତ୍ରକୁ 2.78 ଲକ୍ଷ କୋଟି । ରେଳବାଇକୁ 2.55 ଲକ୍ଷ କୋଟି । ଖାଦ୍ୟ, ସାଧାରଣ ବଣ୍ଟନ ଏବଂ ଖାଉଟି କଲ୍ୟାଣ ବ୍ୟାପାର ବିଭାଗକୁ 2.13 ଲକ୍ଷ କୋଟି । ଗ୍ରାମୀଣ ବିକାଶକୁ 1.77 ଲକ୍ଷ କୋଟି । ଯୋଗାଯୋଗ କ୍ଷେତ୍ରକୁ 1.37 ଲକ୍ଷ କୋଟି ଏବଂ କୃଷି କ୍ଷେତ୍ରକୁ 1.27 ଲକ୍ଷ କୋଟି ମିଳିବ ବୋଲି ଘୋଷଣା ହୋଇଥିଲା । ଅନ୍ତରୀଣ ବଜେଟରେ ସ୍ବାସ୍ଥ୍ୟ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇ ଆୟୁଷ୍ମାନ ଭାରତ ଯୋଜନାରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ସାମିଲ ନେଇ ଘୋଷଣା ହୋଇଥିଲା । ଜୟ ବିଜ୍ଞାନ ଜୟ ଅନୁସନ୍ଧାନ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ , 40 ହଜାର ସାଧାରଣ ବଗି ବନ୍ଦେ ଭାରତ ବଗିକୁ ରୂପାନ୍ତରଣ ।

Last Updated : Jul 23, 2024, 8:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.