ETV Bharat / bharat

2024 ସାଧାରଣ ବଜେଟ ଓ ଭାରତୀୟ ସହରାଞ୍ଚଳର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ - Union Budget 2024

author img

By Soumyadip Chattopadhyay

Published : Aug 15, 2024, 1:46 PM IST

Union Budget 2024: ସହରାଞ୍ଚଳ ବିକାଶ କ୍ଷେତ୍ର ପାଇଁ ଚଳିତଥର ବଜେଟରେ ବ୍ୟୟବରାଦ ଓ ‘ଜିଏସଟି’ ଲାଗୁ ହେବା ପରେ ଏହି କ୍ଷେତ୍ରରେ ନଗରପାଳିକା ସଂଗ୍ରହ କରୁଥିବା ରାଜସ୍ବ ପ୍ରଭାବିତ ହୋଇଛି । ଏହାକୁ ନେଇ ପଢନ୍ତୁ ପ୍ରଫେସର ସୌମ୍ୟଦୀପ ଚଟ୍ଟୋପାଧ୍ୟାୟଙ୍କ ଆଲେଖ୍ୟ...

2024 ସାଧାରଣ ବଜେଟ ଓ ଭାରତୀୟ ସହରାଞ୍ଚଳର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ
2024 ସାଧାରଣ ବଜେଟ ଓ ଭାରତୀୟ ସହରାଞ୍ଚଳର ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ (ETV Bharat Odisha)

ହାଇଦ୍ରାବାଦ: ଚଳିତ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭାରତୀୟ ସହରୀକରଣ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବା ପାଇଁ ରୂପରେଖ ପ୍ରସ୍ତୁତ କରିଛନ୍ତି । ଯାହା ସହରୀ ଭିତ୍ତିଭୂମି ସୁଦୃଢ ପାଇଁ ପୁଞ୍ଜି ବିନିଯୋଗର କ୍ରମାଗତ ବୃଦ୍ଧି ଆବଶ୍ୟକ କରୁଛି । ବର୍ତ୍ତମାନ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ସରକାର ତୃତୀୟ ପାଳିର ପ୍ରଥମ ବଜେଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପାଇଁ ମୋଟ 82576.57 କୋଟି ଟଙ୍କା ଆବଣ୍ଟିତ ହୋଇଛି । ଯାହା ଗତବର୍ଷ ବଜେଟଠାରୁ ପ୍ରାୟ 19 ପ୍ରତିଶତ ଅଧିକ । ଆର୍ଥିକ ବର୍ଷ 2023-24ରେ ଏହି ମନ୍ତ୍ରଣାଳୟ ସାଧାରଣ ବଜେଟରୁ 69270.72 କୋଟିର ଅର୍ଥରାଶି ଗ୍ରହଣ କରିଥିଲା ।

ସହରାଞ୍ଚଳ ଭିତ୍ତିଭୂମି ସୁଦୃଢୀକରଣ ପ୍ରକ୍ରିୟା ଏହି ବଜେଟ ସହାୟତା ରାଶି ସହ ଘରୋଇ ଏବଂ ବଜାରଭିତ୍ତିକ ମାଧ୍ୟମ ଦ୍ୱାରା ପୂର୍ଣ୍ଣ ହେବା ଆବଶ୍ୟକ । ସେହି ଅନୁଯାୟୀ ଆବଶ୍ୟକ ନୀତି, ବ୍ୟାଙ୍କିଂ ବ୍ୟବସ୍ଥା ଏବଂ ବଜାରଭିତ୍ତିକ ନିବେଶକୁ ସରଳ କରିବା ପାଇଁ ଚଳିତ ବଜେଟରେ ଏକ ଅନୁକୂଳ ଢାଞ୍ଚା ମଧ୍ୟ ପ୍ରସ୍ତାବିତ ହୋଇଛି । ସେହିପରି ଅର୍ଥନୈତିକ ସର୍ଭେ 2023-24 ଦ୍ବାରା ପ୍ରସ୍ତାବିତ ଢାଞ୍ଚାରେ ନଗର ସରକାର ବା ସିଟି ଗଭରମେଣ୍ଟ (CG) କୁ ସୁଦୃଢ କରିବାର ଗୁରୁତ୍ୱକୁ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି । ନଗରପାଳିକା ଶାସନଗୁଡିକର ଆର୍ଥିକ ସଶକ୍ତିକରଣ ହିଁ ନଗର ଉନ୍ନୟନ କ୍ଷେତ୍ରକୁ ବେସରକାରୀ ନିବେଶକମାନଙ୍କ ପାଇଁ ଆକର୍ଷିତ କରିପାରେ । ଏହା କେବଳ ନିବେଶ ନୁହେଁ ବରଂ ଆର୍ଥିକ କ୍ଷେତ୍ରର ଅଭିନବ ଉତ୍ସଗୁଡ଼ିକୁ ଆବିଷ୍କାର କରିବାରେ ସାହାଯ୍ୟ କରିଥାଏ ।

ସହରଗୁଡ଼ିକ ଆର୍ଥିକ ସ୍ଥିତି ଗମ୍ଭୀର:

ତଥାପି ସହରଗୁଡ଼ିକର ଖରାପ ଆର୍ଥିକ ସ୍ଥିତି ଏକ ଗମ୍ଭୀର ନୀତିଗତ ଚିନ୍ତାର ବିଷୟ ଭାବେ ସାମ୍ନାକୁ ଆସିଛି । ଭାରତରେ ନଗରପାଳିକା ସଂସ୍ଥାଗୁଡ଼ିକର ନିଜସ୍ୱ ରାଜସ୍ୱ କେନ୍ଦ୍ର-ରାଜ୍ୟ ଏବଂ ସହରଗୁଡ଼ିକର ମିଳିତ ରାଜସ୍ୱର ମାତ୍ର 2.6 ପ୍ରତିଶତ ରହୁଛି । ତୁଳନାତ୍ମକ ଭାବେ ବିଚାରକୁ ନେଲେ ମେକ୍ସିକୋରେ 4.2 ପ୍ରତିଶତ ଓ ଡେନମାର୍କରେ 27.2 ପ୍ରତିଶତ ଅନୁପାତ ତୁଳନାରେ ଏହା ଖୁବ କମ । ଭାରତରେ ଛୋଟ ସହରଗୁଡ଼ିକରେ ଦୁର୍ବଳ ଆର୍ଥିକ ସମସ୍ୟା ଆହୁରି ମଧ୍ୟ ଗମ୍ଭୀର । ଭାରତରେ ମ୍ୟୁନିସିପାଲିଟି ଫାଇନାନ୍ସ ବ୍ୟବସ୍ଥା ମୁଖ୍ୟତଃ ଦୁଇଟି ମୌଳିକ ସମସ୍ୟାର ସମ୍ମୁଖୀନ ହେଉଛି ।

ପ୍ରଥମଃ ସହରଗୁଡିକ ବିଭିନ୍ନ ପ୍ରକାରର ନିଜସ୍ୱ ଟିକସ ବ୍ୟବସ୍ଥାରେ ପ୍ରବେଶ କରିପାରନ୍ତି ନାହିଁ । 74ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଅନୁସାରେ ସହରଗୁଡିକର କାର୍ଯ୍ୟକ୍ଷେତ୍ର ଆଧିପତ୍ୟକୁ ପ୍ରାଧାନ୍ୟ ମିଳିଛି । କିନ୍ତୁ ସେଥିରେ ସହରଗୁଡିକ ପାଇଁ ନିଜସ୍ବ ରାଜସ୍ୱ ସୃଷ୍ଟି କରିବାର ଉତ୍ସଗୁକିକ ସମ୍ପର୍କରେ ସ୍ପଷ୍ଟ ଭାବରେ ଦର୍ଶାଯାଇନାହିଁ । କେବଳ ରାଜ୍ୟ ସରକାରମାନେ ହିଁ ନଗରପାଳିକା ଦ୍ବାରା ସଂଗ୍ରହ କରାଯାଉଥିବା ଟ୍ୟାକ୍ସ ଓ ତାର ଖର୍ଚ୍ଚ ପ୍ରଣାଳୀ ସ୍ଥିର କରନ୍ତି । ଦ୍ୱିତୀୟ ସମସ୍ୟାଟି ହେଉଛି, ଉପଲବ୍ଧ ହେଉଥିବା ବା ସଂଗୃହିତ ହେଉଥିବା କର ବା ଟ୍ୟାକ୍ସ ନଗରପାଳିକା ଦ୍ବାରା ସଠିକ ଭାବରେ ବ୍ୟବହୃତ ହୋଇପାରେ ନାହିଁ ।

ପ୍ରପର୍ଟି ଟ୍ୟାକ୍ସର ଭୂମିକା:-

ପ୍ରପର୍ଟି ଟ୍ୟାକ୍ସ (PT) ହେଉଛି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ ସ୍ଥାନୀୟ ଟ୍ୟାକ୍ସ । ‘ଜିଏସଟି’ ପରବର୍ତ୍ତୀ ସମୟରେ ଏହାର ଗୁରୁତ୍ୱ ବୃଦ୍ଧି ପାଇଛି । ଅବଶ୍ୟ, OECD (Organization for Economic Cooperation and Development) ଦେଶଗୁଡିକ ପ୍ରପର୍ଟି ଟ୍ୟାକ୍ସ କ୍ଷେତ୍ରରେ ନିଜର ଜାତୀୟ ଜିଡିପିରେ ପ୍ରାୟ 1 ପ୍ରତିଶତ ଅଂଶଧନ ରଖନ୍ତି । କାନାଡା ଏବଂ ଆମେରିକା ପରି ବିକଶିତ ଦେଶରେ ଏହି ପ୍ରତିଶତ ପ୍ରାୟ 3 ରୁ 4% । ଏହା ତୁଳନାରେ, ଭାରତରେ ସମ୍ପତ୍ତି କର (PT) ଜାତୀୟ ଜିଡିପିର ପ୍ରାୟ 0.15% ଯୋଗଦାନ କରିଥିବାର ଦେଖାଯାଏ ।

ସମ୍ବିଧାନର ସପ୍ତମ ସୂଚୀରେ ସ୍ଥାନିତ ରାଜ୍ୟ ତାଲିକାରେ (ଏଣ୍ଟ୍ରି 49) ସମ୍ପତ୍ତି କର ସମ୍ପର୍କରେ ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ତେଣୁ ରାଜ୍ୟ ସରକାର ଟିକସର ଆଧାର, ମୂଲ୍ୟ ନିର୍ଦ୍ଧାରଣ ପ୍ରକ୍ରିୟା, ରିହାତି ଏବଂ ଛାଡ ନୀତି, ହାର ନିର୍ଦ୍ଧାରଣ, ଟିକସ୍‌ ଦାୟିତ୍ବ ସହ ଏହି କ୍ଷେତ୍ରରେ ବିଳମ୍ବ ଏବଂ ଟିକସ ଫାଙ୍କି ରୋକିବା ପାଇଁ ପଦକ୍ଷେପ ପାଇଁ ଢାଞ୍ଚା ପ୍ରସ୍ତୁତ କରିଥାନ୍ତି । ଫଳରେ ଏହି ବ୍ୟବସ୍ଥା ନଗରପାଳିକାର ରାଜସ୍ବ ସୃଷ୍ଟି କରିବା ଅଧିକାର ଓ ନିୟନ୍ତ୍ରଣକୁ ଦୁର୍ବଳ କରିଥାଏ । ପାଞ୍ଚଟି ରାଜ୍ୟ ଗୁଜୁରାଟ, କର୍ଣ୍ଣାଟକ (ମହାନଗର ନିଗମ ଅଧିନିୟମ ) ତାମିଲନାଡୁ (ନଗରପାଳିକା ପରିଷଦ ଅଧିନିୟମ) ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ନଗରପାଳିକା କ୍ଷେତ୍ର ପାଇଁ ଏହି କ୍ଷେତ୍ରରେ କୌଣସି ବିଶେଷ ବ୍ୟବସ୍ଥା ନାହିଁ ।

ସହରଗୁଡିକର ରାଜସ୍ବ ଉତ୍ସ ହ୍ରାସ ପାଇଛି :-

ବର୍ତ୍ତମାନ ସହରଗୁଡିକରେ ଅର୍ଥନୈତିକ ଏବଂ ବାଣିଜ୍ୟିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ସତ୍ତ୍ବେ ମଧ୍ୟ ଟ୍ୟାକ୍ସ ଉତ୍ସ ହ୍ରାସ ହେବା କାରଣରୁ ନଗରପାଳିକାର ରାଜସ୍ବ ସୃଷ୍ଟି ବିଶେଷ ଭାବେ ପ୍ରଭାବିତ କରିଛି । ନଗରପାଳିକା ପ୍ରଶାସନ, ମୋଟର ଯାନ ଟ୍ୟାକ୍ସ ଓ ବିଜ୍ଞାପନ ଟ୍ୟାକ୍ସ ସଂଗ୍ରହର ପୂର୍ଣ୍ଣ ସମ୍ଭାବନାକୁ ଉପଯୋଗ କରିବାରେ ସକ୍ଷମ ହୋଇପାରୁ ନାହିଁ । କେନ୍ଦ୍ର ସରକାରଙ୍କ ଦ୍ବାରା ଦ୍ରବ୍ୟ ଓ ସେବା କର (ଜିଏସଟି) ଲାଗୁ ହେବା ପରେ ମନୋରଞ୍ଜନ କର ଓ ସ୍ଥାନୀୟ ଟ୍ୟାକ୍ସ ମଧ୍ୟ ଏହା ଅଧୀନକୁ ଚାଲିଯାଇଛି । ମହାରାଷ୍ଟ୍ର ଏବଂ ଗୁଜୁରାଟ ରାଜ୍ୟରେ ସହରଗୁଡିକ ପାଇଁ ଲୋକାଲ ବଡି ଟ୍ୟାକ୍ସ ରାଜସ୍ୱ ଜେନେରେଟ କରିବାର ମୁଖ୍ୟ ଉତ୍ସ ଥିଲା । ଏହି ଟିକସ୍‌ ବ୍ୟବସ୍ଥା ବନ୍ଦ ହେବା ଦ୍ବାରା ନଗରପାଳିକା ପ୍ରଶାସନର ରାଜସ୍ୱ ଉତ୍ପାଦନ କ୍ଷମତାକୁ ଦୁର୍ବଳ ହୋଇଯାଇଛି । ଏହି ବର୍ଗର ଟିକସ ବନ୍ଦ କାରଣରୁ ରାଜସ୍ୱ କ୍ଷୟକ୍ଷତି ପାଇଁ ନଗର ଉନ୍ନୟନ ମନ୍ତ୍ରଣାଳୟକୁ କ୍ଷତିପୂରଣ ମଧ୍ୟ ଦିଆଯାଇ ନାହିଁ । ‘ଜିଏସଟି’ ରାଜସ୍ୱର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ସହରାଞ୍ଚଳକୁ ପ୍ରଦାନ କରିବାକୁ ନଗର ଉନ୍ନୟନ ମନ୍ତ୍ରଣାଳୟ ଏବଂ ବିଶେଷଜ୍ଞଙ୍କ ସୁପାରିଶର ଏହା ସମ୍ପୂର୍ଣ୍ଣ ବିପରୀତ ମଧ୍ୟ ।

ସହରାଞ୍ଚଳ ଆର୍ଥିକ ସ୍ଥିତି ସୁଦୃଢ ହେବା ଆବଶ୍ଯକ

ଭାରତରେ ସହରାଞ୍ଚଳ ଆର୍ଥିକ ସ୍ଥିତିକୁ ମଜଭୂତ କରିବା ଏକ ବିକଳ୍ପ ନୁହେଁ ବରଂ ଏକ ଆବଶ୍ୟକତା ହୋଇଯାଏ । ସହରାଞ୍ଚଳରେ ରାଜସ୍ୱ ଉତ୍ପାଦନ କ୍ଷମତାକୁ ଉନ୍ନତ କରି ଏହା ହାସଲ କରାଯାଇପାରିବ । ସାମୟିକ ଭାବେ ପ୍ରପର୍ଟି ଟାସ୍କରେ (PT) ମୂଲ୍ୟରେ ସରଳୀକରଣ, ଟିକସ ଦେୟର ନୂତନ ଢାଞ୍ଚା ପ୍ରଚଳନ ଏବଂ ଟିକସ ଅନୁପାତରେ ଉନ୍ନତି ସହିତ ସମ୍ପତ୍ତି ଟ୍ୟାକ୍ସ ଆଧାରର ଡିଜିଟାଇଜେସନ୍ ମାଧ୍ୟମରେ ସଂସ୍କାର ଆଣିବା ଆବଶ୍ୟକ । ଏହା ଭବିଷ୍ୟତରେ ପ୍ରସ୍ତୁତ ସହରୀ ଭିତ୍ତିଭୂମି ନିର୍ମାଣ ପାଇଁ ସହରଗୁଡ଼ିକୁ ସାହାଯ୍ୟ କରିପାରିବ ।

ସୌମ୍ୟଦୀପ ଚଟ୍ଟୋପାଧ୍ୟାୟ

ସହକାରୀ ପ୍ରାଧ୍ୟାପକ, ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ, ଶାନ୍ତିନିକେତନ, ପଶ୍ଚିମବଙ୍ଗ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.