ETV Bharat / bharat

ଫୋକସରେ ଯୁବପିଢିଙ୍କ ଦକ୍ଷତା ବିକାଶ, ପର୍ଯ୍ୟଟନ ଓ ଫ୍ୟାସନ ପାଠ ପଢିବେ ଛାତ୍ରଛାତ୍ରୀ - Fashion Tourism As Skill Subject

author img

By ETV Bharat Odisha Team

Published : Mar 22, 2024, 7:51 PM IST

Updated : Mar 22, 2024, 8:13 PM IST

Skill Subjects: ଏଣିକି ଗଣିତ, ବିଜ୍ଞାନ, ଭୂଗୋଳ ପରି ଟୁରିଜିମ ଓ ଫ୍ୟାସନ ଉପରେ ପାଠ ପଢିବେ ଛାତ୍ରଛାତ୍ରୀ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜାରି କଲା ନୋଟିସ । ଅଧିକ ପଢନ୍ତୁ

Skill Subjects
Skill Subjects

ଜୟପୁର: ଏଣିକି ପାଠ୍ୟକ୍ରମରେ ସାମିଲ ହେବ ପର୍ଯ୍ୟଟନ ଓ ଫ୍ୟାସନ । ଗଣିତ, ବିଜ୍ଞାନ, ସାହିତ୍ୟ ବିଷୟ ଭଳି ପର୍ଯ୍ୟଟନ ଓ ଫ୍ୟାସନ ସମ୍ପର୍କରେ ପାଠ ପଢିବେ ଛାତ୍ରଛାତ୍ରୀ । ବିଶେଷ କରି ଯୁବପିଢିଙ୍କ ଦକ୍ଷତା ବିକାଶ ଲାଗି ସ୍କିଲ ସବଜେକ୍ଟ ଭାବେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଜାତୀୟ ଶିକ୍ଷା ନୀତି (ଏନଇପି) 2020 ଅନୁଯାୟୀ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ଓ ସେଣ୍ଟ୍ରାଲ ବୋର୍ଡ ସେକେଣ୍ଡାରୀ ଏଜୁକେସନ (ସିବିଏସଇ) ଏହାକୁ ନିଜ ପାଠ୍ୟକ୍ରମରେ ସାମିଲ କରିଛି । ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ପ୍ରକାର ପ୍ରତିଯୋଗୀମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଏହି ବିଷୟରେ ଏଣିକି ପାଠ ପଢିବେ ।

ଟୁରିଜିମ ଓ ଫ୍ୟାସନ ଷ୍ଟଡିଜ ଭଳି ସ୍କିଲ ସବଜେକ୍ଟକୁ ସ୍କୁଲ ଓ ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କ କୋର୍ସରେ ସାମିଲ କରାଯିବ । ଏନେଇ ରାଜସ୍ଥାନ କୋଟାର ଶିକ୍ଷାବିତ ଦେବ ଶର୍ମା କହିଛନ୍ତି ଯେ ଗୁରୁବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଏକ ନୋଟିସ ଜାରି କରାଯାଇଥିଲା । ଏହି ନୋଟିସରେ ଫ୍ୟାସନ ଓ ଟୁରିଜିମକୁ ସିୟୁଇଟି ୟୁଜି 2024ରେ ସାମିଲ କରାଯାଇଥିବା ନେଇ ଉଲ୍ଲେଖ ରହିଥିଲା । ଏଯାବତ ଯେଉଁ ବିଦ୍ୟାର୍ଥୀ ସିୟୁଇଟି ୟୁଜି 2024 ପାଇଁ ଅନଲାଇନ ଆବେଦନ କରିନାହାନ୍ତି ବା ଅନଲାଇନ ଆବେଦନ କରିସାରିଛନ୍ତି, ସମସ୍ତେ ଏହି 2ଟି ବିଷୟକୁ ଚୟନ କରିପାରିବେ ।

ଏହା ବି ପଢନ୍ତୁ- ଜାତୀୟ ଶିକ୍ଷା ନୀତିକୁ ପୁରିଲା ୩ୟ ବର୍ଷ, ଆତ୍ମନିର୍ଭରଶୀଳତା ଶିକ୍ଷାନୀତିର ମୂଳ ଲକ୍ଷ୍ୟ

ଅନଲାଇନ ଆବେଦନ କରିଥିବା ବିଦ୍ୟାର୍ଥୀମାନେ ଏହି 2ଟି ବିଷୟକୁ ଚୟନ କରିବାକୁ ହେଲେ ଅତିରିକ୍ତ ଅର୍ଥ ପୈଠ କରିବାକୁ ହେବ । ସିୟୁଇଟି ୟୁଜି ପରୀକ୍ଷା ଆସନ୍ତା ମେ 15ରୁ 31 ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ଲାଗି ଅନଲାଇନ ଆବେଦନ 27 ଫେବୃଆରୀ ଆରମ୍ଭ ହୋଇଥିବା ବେଳେ 26 ମାର୍ଚ୍ଚ 2024 ରାତି 11ଟା 50 ପର୍ଯ୍ୟନ୍ତ ରହିଛି ।

ସ୍କୁଲ ସ୍ତରରେ 98 ସ୍କିଲ ସବଜେକ୍ଟ:- କୋଟା ଶିକ୍ଷାବିତ ଦେବ ଶର୍ମା କହିଛନ୍ତି ଯେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଜାରି କରାଯାଇଥିବା ନୋଟିସ ଅନୁସାରେ ବିଦ୍ୟାଳୟ ସ୍ତରରେ ମୋଟ 98ଟି ସ୍କିଲ ସବଜେକ୍ଟ ରହିବ । ଏଥିମଧ୍ୟରୁ ଅଷ୍ଟମ ଶ୍ରେଣୀରେ 33ଟି, ନବମ ଓ ଦଶମ ଶ୍ରେଣୀ ଲାଗି 22ଟି ଏବଂ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଲାଗି 43ଟି ବିଷୟ ରହିବ । ଦେବ ଶର୍ମା ଆହୁରି କହିଛନ୍ତି ଯେ ସ୍କୁଲ ଶିକ୍ଷା ସମୟରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଲାଗି ମାସ କମ୍ୟୁନିକେସନ, ଫାଇନାନ୍ସିଆଲ ମାର୍କେଟ ଷ୍ଟଡିଜ, ଡାଟା ସାଇନ୍ସ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଟୁରିଜିମ ଓ ଫ୍ୟାସନ ଷ୍ଟଡିଜ ଚୟନ କରିବାର ଆବଶ୍ୟକତା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2024, 8:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.