ETV Bharat / bharat

ଋଷ-ୟୁକ୍ରେନ ଯୁଦ୍ଧକୁ 2 ବର୍ଷ: ଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସରେ ଉରୋପୀୟ ସଂଘ ପ୍ରତିନିଧିଙ୍କ ନୀରବ ପ୍ରାର୍ଥନା

author img

By ETV Bharat Odisha Team

Published : Feb 25, 2024, 6:57 AM IST

Second anniversary of Russia's war: ଋଷ- ୟୁକ୍ରେନ ଯୁଦ୍ଧର ଦ୍ବିତୀୟ ବାର୍ଷିକୀ । ଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସରେ ଉରୋପୀୟ ସଂଘ ପ୍ରତିନିଧିଙ୍କ ନୀରବ ପ୍ରାର୍ଥନା । ଅଧିକ ପଢନ୍ତୁ

ଋଷ- ୟୁକ୍ରେନ ଯୁଦ୍ଧର ଦ୍ବିତୀୟ ବାର୍ଷିକୀ: ଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସରେ ଉରୋପୀୟ ସଂଘ ପ୍ରତିନିଧିଙ୍କ ନୀରବ ପ୍ରାର୍ଥନା

ନୂଆଦିଲ୍ଲୀ: ଗତକାଲି(ଶନିବାର) ଋଷ ୟୁକ୍ରେନ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଦୁଇବର୍ଷ ପୂରଣ ହୋଇଛି । ଏହି ଅବସରରେ ଦିଲ୍ଲୀ ସ୍ଥିତ ୟୁକ୍ରେନର ଦୂତାବାସରେ ୟୁରୋପୀୟ ୟୁନିଅନର ପ୍ରତିନିଧୀ ଟିମ ଯୁଦ୍ଧର ଦୁଇ ବର୍ଷ ପୂର୍ତ୍ତି ପାଳନ ଅବସରରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିଛନ୍ତି । ଫେବୃଆରୀ 21ରେ ଋଷ ୟୁକ୍ରେନ ଉପରେ ସାମରିକ ଅଭିଯାନ ଆରମ୍ଭ କରିଥିଲା । ଭାରତ ଗସ୍ତରେ ଥିବା ୟୁରୋପୀୟ ୟୁନିଅନର ପ୍ରତିନିଧି ୟୁକ୍ରେନ ପାଇଁ ୟୁରୋପୀୟ ୟୁନିଅନର ନିରନ୍ତର ସମର୍ଥନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଆକ୍ରୋଶର ସମବେଦନା ଜଣାଇବାକୁ ଯାଇ ନୀରବ ପ୍ରାର୍ଥନା କରାଯାଇଥିଲା ।

ଗତ ଶୁକ୍ରବାର (ଫେବୃଆରୀ 23 ତାରିଖ)ରେ ନ୍ୟୁୟର୍କ ମୁଖ୍ୟାଳୟରେ ଆୟୋଜିତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ ଋଷ-ୟୁକ୍ରେନ ଯୁଦ୍ଧର ଦୁଇ ବର୍ଷ ପୂର୍ତ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା । ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିତ୍ରୋ କୁଲେବା କହିଥିଲେ, ଆକ୍ରମଣର ଦୁଇ ବର୍ଷ ପରେ, ଆକ୍ରୋଶ, ଆକ୍ରମଣ ଏବଂ ବର୍ବରତା ସହିତ ମସ୍କୋର ନାମ ଯୋଡି ହୋଇଯାଇଛି ।

2022 ଫେବୃଆରୀ 24 ତାରିଖରେ ଶକ୍ତିଶାଳୀ ତଥା ବିଶ୍ବଶକ୍ତି ରାଷ୍ଟ୍ର ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା କୌଣସି ଉରୋପୀୟ ଦେଶ ଉପରେ ସବୁଠାରୁ ବଡ ଆକ୍ରମଣ ଥିଲା । 2022 ଫେବୃଆରୀ 24 ତାରିଖରେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ପୁଟିନ । ଆକ୍ରମଣ ପୂର୍ବ ରାତିରେ ସେ ୟୁକ୍ରେନକୁ ଏକ ଚରମବାଣୀ ଶୁଣାଇଥିଲେ । ଏପରି ଆକ୍ରମଣ ହେବ ବିଶ୍ବ କେବେ ଦେଖିନଥିବ ବୋଲି ପୁଟିନ କହିଥିଲେ । ଏହାର ପରଦିନ ଋଷ ବାୟୁସେନା ବିମାନ ୟୁକ୍ରେନରେ ବୋମା ବର୍ଷଣ ଆରମ୍ଭ କରିଥିଲା । ପ୍ରାରମ୍ଭିକ ସମୟରେ ବେଶ ଅସହାୟ ନଜର ଆସୁଥିବା ୟୁକ୍ରେନ, କ୍ରମାଗତ ପଶ୍ଚିମ ତଥା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନରେ ଋଷକୁ କଡା ଜବାବ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ : ସ୍କୁଲ ନିକଟରେ ଥିଲା ମଦଦୋକାନ, ଆହ୍ଲାବାଦ ହାଇକୋର୍ଟରେ ଦ୍ବାରସ୍ଥ 5 ବର୍ଷୀୟ ଶିଶୁ ଛାତ୍ର

ଯୁଦ୍ଧକୁ 2ବର୍ଷରୁ ପୂର୍ତ୍ତି ହୋଇଥିବା ବେଳେ ଏବେ ମଧ୍ୟ ସମାଧାନ ନେଇ କୌଣସି ନିର୍ଣ୍ଣୟରେ ପହଞ୍ଚି ପାରିନାହାନ୍ତି ଉଭୟ ଦେଶ । ଭାରତ ଏହି ପ୍ରସଙ୍ଗରେ କୌଣସି ପକ୍ଷଭୁକ୍ତ ନହୋଇ ସନ୍ତୁଳିତ ଆଭିମୁଖ୍ୟ ରଖିଥିଲା । ହିଂସା ଓ ଆକ୍ରମଣ ବନ୍ଦ କରି ଆଲୋଚନା ଟେବୁଲକୁ ଆସିବା ପାଇଁ ଭାରତ ଉଭୟ ଦେଶକୁ ପରାମର୍ଶ ସହ ପ୍ରସ୍ତାବ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.