ETV Bharat / bharat

ଅପମାନରୁ ଅଫିସର ! ଆଖି ଓଦା କରିବ ପୂର୍ବତନ କନେଷ୍ଟବଳଙ୍କ UPSC ସଫଳତା କାହାଣୀ - UPSC Results 2023 - UPSC RESULTS 2023

UPSC Results 2023: ଅଫିସର ହେବାର ବାଟ ଦେଖାଇଲା ଅପମାନ ! ନିଜ କଠିନ ପରିଶ୍ରମ ବଳରେ UPSC ପାଇଛନ୍ତି ଆନ୍ଧ୍ରପ୍ରଦେଶର ପୂର୍ବତନ କନେଷ୍ଟବଳ ଉଦୟ କ୍ରିଷ୍ଣା ରେଡ୍ଡୀ । ଯୁବପିଢିଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ଅଧିକ ପଢନ୍ତୁ

UDAYAKRISHNA REDDY
UDAYAKRISHNA REDDY
author img

By ETV Bharat Odisha Team

Published : Apr 17, 2024, 8:31 PM IST

ବିଶାଖାପାଟଣା: ବେଳେବେଳେ ଅପମାନ ବି ଆଗକୁ ବଢିବାର ବାଟ ଦେଖାଇଥାଏ । ଅନେକ ଅପମାନକୁ ସହି ନପାରି ଭୁଲ ରାସ୍ତା ଆପଣାଉଥିବା ବେଳେ ଏଭଳି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହାକୁ ଗ୍ରହଣ କରି ନିଜ ମନରେ ଏକ ଦୃଢ ଇଚ୍ଛାଶକ୍ତି ସୃଷ୍ଟି କରନ୍ତି ଓ ତାହାହିଁ ତାଙ୍କୁ ସଫଳତାର ବାଟ ଦେଖାଇଥାଏ । ଏଭଳି ଏକ ପ୍ରେରଣାଦାୟକ ସତ୍ୟ କାହାଣୀ ହେଉଛି ଆନ୍ଧ୍ରପ୍ରଦେଶର ପ୍ରକାଶନ ଜିଲ୍ଲା ପୂର୍ବତନ ପୋଲିସ କନେଷ୍ଟବଳ ଉଦୟକ୍ରିଷ୍ଣା ରେଡ୍ଡୀଙ୍କର । ଚାକିରି ବେଳେ ଉପରସ୍ଥ ଅଧିକାରୀଙ୍କଠାରୁ ଅପମାନିତ ହୋଇ ମନେ ମନେ ସ୍ଥିର କରିଥିଲେ ଆଉ କନେଷ୍ଟବଳ ନୁହେଁ ଏଥର ଅଫିସର ହେବି । ସେହି ଦୃଢ ମନୋବଳ ହିଁ ତାଙ୍କୁ ସଂଘ ଲୋକସେବା ଆୟୋଗ ଅର୍ଥାତ UPSC ପରୀକ୍ଷାରେ ସଫଳତା ଆଣି ଦେଇଛି । ଗତକାଲି (ମଙ୍ଗଳବାର) UPSC 2023 ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଉଦୟ କ୍ରିଷ୍ଣାରେଡ୍ଡୀ 780 ତମ ରାଙ୍କ ହାସଲ କରିଛନ୍ତି ।

ଉଦୟକ୍ରିଷ୍ଣା ରେଡ୍ଡୀ 2013ରୁ 2018 ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶ ପୋଲିସ ବିଭାଗରେ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । ତେବେ କୁହାଯାଉଛି ଯେ, 2018ରେ ତାଙ୍କ ସର୍କଲ ଇନ୍ସପେକ୍ଟର 60 ଜଣ ପୋଲିସ ସହକର୍ମଚାରୀଙ୍କ ସାମ୍ନାରେ ତାଙ୍କୁ ଅପମାନିତ କରିଥିଲେ । ସିନିୟର ଅଫିସର ଦ୍ୱାରା କରାଯାଇଥିବା ଅପମାନକୁ ଭୁଲି ନପାରି ରେଡ୍ଡୀ ଶେଷରେ ଚାକିରି ଛାଡି ଦେଇଥିଲେ ଓ ଦିନେ ବଡ ଅଫିସର ହେବେ ବୋଲି ଦୃଢ ପ୍ରତିଜ୍ଞା କରିଥିଲେ । ଏହି ଘଟଣା ପରେ ଉଦୟ ହାର ନ ମାନି ନିଜ ଲକ୍ଷ୍ୟ ହାସଲ ପାଇଁ କଡା ପରିଶ୍ରମ କରିବା ଆରମ୍ଭ କରିଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. UPSC ରେଜଲ୍ଟରେ ଚମକିଲେ ଓଡ଼ିଆ ପୁଅ: ଅନିମେଶ ପ୍ରଧାନ ସେକେଣ୍ଡ ଟପ୍ପର - UPSC RESULT

ଉଦୟ ପିଲାଟି ଦିନରୁ ନିଜ ବାପାଙ୍କୁ ହରାଇଛନ୍ତି । ଯାହାପରେ ତାଙ୍କ ଜେଜେମାଆ ରାମନମ୍ମା ତାଙ୍କର ଲାଳନପାଳନ କରି ତାଙ୍କୁ ବଡ କରିଛନ୍ତି । ଜେଜେମାଆ ପରିବା ବିକି ନାତିକୁ ପାଠ ପଢାଇଥିଲେ । ତେବେ ଏଭଳି ପ୍ରତିକୂଳ ପରିସ୍ଥିତି ମଧ୍ୟରେ ନିଜ ସ୍ୱପ୍ନ ପୂରଣ କରିବା ସେତେଟା ସହଜ ନଥିଲା ଉଦୟଙ୍କ ପାଇଁ । ନିଜର ଜେଜେମାଆଙ୍କ ଅତୁଟ ସମର୍ଥନ ଓ ନିଜର କଠିନ ପରିଶ୍ରମ ବଳରେ ସେ ଗୋଟିଏ ପରେ ଗୋଟିଏ ସଫଳତା ପାଇପାରିଥିଲେ । ଏହାପରେ 2012ରେ ଉଦୟଙ୍କୁ ପୋଲିସ ଚାକିରି ମିଳିଯାଇଥିଲା । ସେ 2019 ପର୍ଯ୍ୟନ୍ତ ପାଖାପାଖି 7 ବର୍ଷ ଧରି ଚାକିରି କରିଥିଲେ । ଏହାପରେ ଚାକିରିରୁ ଅପମାନିତ ହୋଇ ଚାକିରି ଛାଡି ଉଦୟ ସିଭିଲ ସର୍ଭିସ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ ।

କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଥାଏ । ସଫଳତା ପାଇଁ ପାଇଁ କଠିନ ପରିଶ୍ରମ ଓ ଦୃଢ ମନୋବଳ ଥିଲେ ମଣିଷ ନିଜର ସବୁ ଜିଦ ପୂରଣ କରିପାରେ । ଯାହାର ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଉଦୟ ରେଡ୍ଡୀ । ନିଜର ଅଫିସର ହେବାର ସ୍ୱପ୍ନକୁ ଶେଷରେ ପୁରା କରିପାରିଛନ୍ତି ଉଦୟ । ପ୍ରଥମରୁ ତାଙ୍କୁ ଏଥିରେ ସଫଳତା ମିଳିନଥିଲେ ମଧ୍ୟ ସେ ହାର ମାନିନଥିଲେ । ଚତୁର୍ଥ ପ୍ରୟାସରେ ସେ UPSC ସିଭିଲ ସର୍ଭିସ ପରୀକ୍ଷା- 2023ରେ ସଫଳତା ହାସଲ କରିଛନ୍ତି ।

ଏହି ସଫଳତାର ଶ୍ରେୟ ନିଜ ଜେଜେମାଆଙ୍କୁ ଦେଇଛନ୍ତି ଉଦୟ । ଜେଜେମାଙ୍କ ଅତୁଟ ବିଶ୍ୱାସ ଓ ଭରସା ତାଙ୍କୁ ହିଁ ତାଙ୍କୁ ଏତେବଡ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ଉଦୟ । ତେବେ ଉଦୟଙ୍କ ସଫଳତା ଅନେକ ଯୁବପିଢିଙ୍କ ପାଇଁ ପ୍ରେରଣା ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.