ETV Bharat / bharat

2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 90 ବର୍ଷ ବୃଦ୍ଧଙ୍କୁ 8 ବର୍ଷ ଜେଲଦଣ୍ଡ - ଉତ୍ତର ପ୍ରଦେଶ ନାବାଳିକା ଦୁଷ୍କର୍ମ

UP Two Minor Girls Rape Case: ଉତ୍ତର ପ୍ରଦେଶର ଆଲିଗଡରେ 2017 ମସିହାରେ ଘଟିଥିବା 2 ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

2 ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, 90 ବର୍ଷ ବୟସ୍କ ବ୍ୟକ୍ତିକୁ 8ବର୍ଷ ଜେଲଦଣ୍ଡ

author img

By ETV Bharat Odisha Team

Published : Feb 7, 2024, 10:44 PM IST

ଲକ୍ଷ୍ନୌ: ଦିନକୁ ଦିନ ଅସୁରକ୍ଷିତ ହୋଇଯାଉଛନ୍ତି ମହିଳା । ଦେଶରେ ବାରମ୍ବାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଥିବା ବେଳେ ଦୀର୍ଘ 7 ବର୍ଷ ପରେ ଆଜି ଦୁଇ ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି । ପୋସ୍କୋ ଅଧିନିୟମ 2012 ଅନୁଯାୟୀ ଦାୟର କରାଯାଇଥିବା ଏକ ମାମଲାର ବୁଧବାର ରାୟ ପ୍ରକାଶ ପାଇଛି । ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ 90 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ପାସ୍କୋ ଆକ୍ଟ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରି 8 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହାସହ 50 ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଉତ୍ତର ପ୍ରଦେଶର ଆଲିଗଡରେ 2017 ମସିହାରେ ଏହି ଦୁଷ୍କର୍ମ ଘଟିଥିବା ବେଳେ ଏହାର ରାୟ ପ୍ରକାଶ ପାଇଛି ।

ତେବେ ଏହି ଘଟଣା ସମ୍ପର୍କରେ ଓକିଲ ଲଳିତ ପାଣ୍ଡିର କହିଛନ୍ତି ଯେ, ଏହି ଘଟଣା 2017 ମସିହା ମାର୍ଚ୍ଚ 19 ତାରିଖରେ ଉତ୍ତର ପ୍ରଦେଶ ଆଲିଗଡର ପିସାୱା ଅଞ୍ଚଳରେ ଘଟିଥିଲା । ଅଭିଯୋଗ କରିଥିବା ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ଝିଅ ଏବଂ ତାଙ୍କ ଗାଁର ଅନ୍ୟ ଜଣେ ଝିଅ, ଯାହାର ବୟସ 7 ବର୍ଷ, ଦୁହେଁ ଘର ବାହାରେ ଖେଳୁଥିଲେ । ଏହି ସମୟରେ ସେହି ଗାଁର ମିଥନ ଦୁଇ ନାବାଳିକାଙ୍କୁ ଘର ଭିତରକୁ ନେଇଯାଇଥିଲା । ଘର ଭିତରେ ଅଭିଯୁକ୍ତ ମିଥନ ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ଏହି ସମୟରେ ସେହି ଗାଁର ଜଣେ ଯୁବକ ଝିଅମାନଙ୍କର ଚିତ୍କାର ଶୁଣିଥିଲେ । ପରେ ଦୁଇ ନାବାଳିକାଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ଏନେଇ ପୀଡ଼ିତା ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....ଶିଶୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀକୁ ଆଜୀବନ କାରାଦଣ୍ଡ, ୩ ବର୍ଷ ପରେ ମିଳିଲା ନ୍ୟାୟ

ତେବେ ଅଭିଯୋଗ ଆଧାରରେ ପୋଲିସ ଡାକ୍ତରୀମାଇନା କରିବା ପରେ ମିଥନକୁ ଗିରଫ କରିଥିଲା । ଏହି ମାମଲାର ତଦନ୍ତ ବେଳେ ଅଭିଯୁକ୍ତ ମିଥନ 90 ବର୍ଷ ବୟସ୍କ ଏବଂ ସେ ଅସୁସ୍ଥ ବୋଲି ଜଣା ପଡ଼ିଥିଲା । ଏଥିସହ ସମସ୍ତ ପ୍ରମାଣ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅଭିଯୁକ୍ତ ମିଥନକୁ 8 ବର୍ଷ ଜେଲ ଦଣ୍ଡ ଓ 50 ହଜାର ଟଙ୍କା ଜରିମାନା ଦେବା ସହ ଏହି ଅର୍ଥ ରାଶିର 50 ପ୍ରତିଶତ ପୀଡିତାଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଦୀର୍ଘ 7 ବର୍ଷ ପରେ ନାବାଳିକା ଦୁଇ ଜଣଙ୍କୁ ନ୍ୟାୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.