ETV Bharat / bharat

ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସାର ଦୁଇ ଆତଙ୍କବାଦୀ ଗିରଫ

author img

By ETV Bharat Odisha Team

Published : Mar 7, 2024, 2:21 PM IST

Babbar Khalsa Terrorists Arrested: ଜଳନ୍ଧରରୁ ବାବ୍ବର ଖଲାସାର ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ । ଟାର୍ଗେଟ କିଲିଂ ପାଇଁ ଚଲାଇଥିଲେ ଯୋଜନା । ଅଧିକ ପଢନ୍ତୁ

Babbar Khalsa
Babbar Khalsa

ଚଣ୍ଡିଗଡ: ପଞ୍ଜାବ ପୋଲିସକୁ ବଡ ସଫଳତା । ଅନ୍ତର୍ଜାତୀୟ ଗ୍ୟାଙ୍ଗଷ୍ଟର ବାବ୍ବର ଖଲାସାର ଦୁଇ ଆତଙ୍କବାଦୀଙ୍କୁ ଜଳନ୍ଧରରୁ ଗିରଫ କଲା ପୋଲିସ । ଏହି ଗିରଫଦାରୀ ସମ୍ପର୍କରେ ପଞ୍ଜାବ ପୋଲିସର ମହାନିର୍ଦ୍ଦେଶକ ଗୌରବ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି । ଏହି ଗିରଫଦାରୀକୁ ପୋଲିସର ଏକ ବଡ଼ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି ସେ ।

ଏହା ମଧ୍ୟ ପଢନ୍ତୁ-ଚଳିତ ବର୍ଷ ଜମ୍ମୁ କାଶ୍ମୀରରେ ଗିରଫ ହୋଇଛନ୍ତି 36 ଆତଙ୍କବାଦୀ ଓ 122 ଆତଙ୍କୀ ସହଯୋଗୀ

ଟାର୍ଗେଟ କିଲିଂ ପାଇଁ ଚଲାଇଥିଲେ ଯୋଜନା: ଦୁଇ ଗିରଫ ଆତଙ୍କବାଦୀ ଟାର୍ଗେଟ କିଲିଂ ପାଇଁ ଯୋଜନା କରିଥିଲେ । କିନ୍ତୁ ଯୋଜନା ସଫଳ ହେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି । ପୋଲିସ କହିଛି ଯେ ଅଭିଯୁକ୍ତଙ୍କ ନିକଟରୁ ପିସ୍ତଲ ଏବଂ ଲାଇଭ କାର୍ଟ୍ରିଜ ଉଦ୍ଧାର କରାଯାଇଛି । ଅଭିଯୁକ୍ତ ମାନେ ଟାର୍ଗେଟ କିଲିଂ ପାଇଁ ଯୋଜନା ଚଳାଇଥିବା ଏକ ବିଶେଷ ସୁତ୍ରରୁ ପୋଲିସ ସୂଚନା ପାଇଥିଲା । ଏହାପରେ ପଞ୍ଜାବ ପୋଲିସ ଅପରେସନ ଆରମ୍ଭ କରିଥିଲା । ବାବ୍ବର ଖଲାସା ଗୋଷ୍ଠୀକୁ ଆମେରିକା ଆତଙ୍କବାଦୀ ହରପ୍ରୀତ ସିଂ ଓ ପାକିସ୍ତାନ ଆତଙ୍କବାଦୀ ହରବିନ୍ଦର ସିଂ ରିଣ୍ଡାର ଘନିଷ୍ଠ ସହଯୋଗୀ ଦ୍ୱାରା ପରିଚାଳିତ ହେଉଥିଲା । ତାଙ୍କର ସହଯୋଗୀ ଶାମାଶର ସିଂ ଯିଏକି ବର୍ତ୍ତମାନ ଆର୍ମେନିଆରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ପୋଲିସର ବଡ଼ ସଫଳତା, ଲଶ୍କର ଆତଙ୍କୀ ଗିରଫ

ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ, ହାପି ପାସିଆନ, ଶ୍ୟାମଶେର ଓ ହରବିନ୍ଦର ସିଂ ରିଣ୍ଡା ଯୁବକମାନଙ୍କୁ ରାଜ୍ୟରେ ଦେଶ ବିରୋଧି କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରୁଥିଲେ । ସେମାନଙ୍କ ଠାରୁ 4ଟି ମାଗାଜିନ ସହିତ 2ଟି ପିସ୍ତଲ ଏବଂ 30ଟି ଲାଇଭ କାର୍ଟ୍ରିଜ ଉଦ୍ଧାର କରାଯାଇଛି । ରାଜ୍ୟ ସ୍ୱତନ୍ତ୍ର ଅପରେସନ୍ ସେଲରେ ଏନେଇ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି ।

ପଞ୍ଜାବ ଡିଜିପି ଦାବି କରିଛନ୍ତି ଯେ, ପାକିସ୍ତାନ ଏବଂ ୟୁରୋପୀୟ ଦେଶରେ ଆତଙ୍କବାଦୀମାନେ ହାପି ପାସିଆନ୍, ହରିନ୍ଦର ରିଣ୍ଡା ଏବଂ ଶ୍ୟାମଶେରଙ୍କୁ ରାଜ୍ୟରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଯୁବକ ମାନଙ୍କୁ ଉସକାଉଥିଲେ । ଉତ୍ସାହିତ କରିଥିଲେ ଏବଂ ଅଭିଯୁକ୍ତଙ୍କ ଠାରୁ 4 ଟି ମାଗାଜିନ୍ ଏବଂ 30ଟି କାର୍ଟ୍ରିଜ୍ ଜବତ କରିଥିଲେ । ଅମୃତସରର ରାଜ୍ୟ ସ୍ୱତନ୍ତ୍ର ଅପରେସନ୍ ସେଲ୍ (SSOC)ରେ UAPA ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ FIR ପଞ୍ଜିକୃତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.