ETV Bharat / bharat

ମର୍ମ ଚିକିତ୍ସା ଦ୍ବାରା ଅଣ ସଂକ୍ରାମକ ରୋଗର ଚିକିତ୍ସା ସମ୍ଭବପର: ଡ. ଏସ କେ ଯୋଶୀ - Medical Treatment

Marma Chikitsa : ଦିଲ୍ଲା ଏମ୍ସରେ ମର୍ମ ଚିକିତ୍ସାକୁ ନେଇ ଏକ କର୍ମଶାଳା ଆଯୋଜିତ । ମର୍ମ ଚିକିତ୍ସା ଜରିଆରେ ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି ଅନେକ ଅଣ ସଂକ୍ରାମକ ରୋଗଗୁଡିକର ଉପଚାର ସମ୍ଭବ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 12, 2024, 6:44 AM IST

ମର୍ମ ଚିକିତ୍ସା ଦ୍ବାରା ଅଣ ସଂକ୍ରାମକ ରୋଗ ଗୁଡିକର ଚିକିତ୍ସା ସମ୍ଭବପର : ଡ. ଏସ କେ ଯୋଶୀ

ନୂଆଦିଲ୍ଲୀ: ପାରମ୍ପରିକ ଚିକିତ୍ସା ପଦ୍ଧତିର ଅନ୍ତର୍ଭୁକ୍ତ ମର୍ମ ଚିକିତ୍ସା ଜରିଆରେ ଅନେକ ଅଣ ସଂକ୍ରାମକ ରୋଗଗୁଡିକର ଉପଚାର ସମ୍ଭବ । ଏପରିକି ଷ୍ଟ୍ରୋକ୍ ଏବଂ ହୃଦଘାତ ଭଳି କ୍ଷେତ୍ରରେ ମଧ୍ୟ ଏହି ପଦ୍ଧତି ବ୍ୟବହାର କରି ଯେକୌଣସି ସ୍ଥାନରେ ପ୍ରାଥମିକ ଉପଚାର କରି ରୋଗୀର ଜୀବନ ବଞ୍ଚାଯାଇପାରିବ । ଏନେଇ ଦିଲ୍ଲୀ ଏମ୍ସରେ ମର୍ମ ଚିକିତ୍ସାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଛି ।

ଏହି ଅବସରରେ ଦିଲ୍ଲା ଏମ୍ସରେ ମର୍ମ ଚିକିତ୍ସା ବିଶେଷଜ୍ଞ ଡ. ଏସ କେ ଯୋଶୀ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି ଯେ ଏମ୍ସରେ ମଧ୍ୟ ଏହି ପଦ୍ଧତି ଜରିଆରେ ଚିକିତ୍ସା କରାଯିବାର ଯୋଜନା ରହିଛି । ସେ କହିଛନ୍ତି, "ଦେଶର 12ଟି ବିଶ୍ବବିଦ୍ୟାଳୟରେ ମର୍ମ ଚିକିତ୍ସା ବିଷୟରେ ଶିକ୍ଷା ଏବଂ ତାଲିମ ଦିଆଯାଉଛି । ପୋଲାଣ୍ଡ ଏବଂ ଜାପାନ ସମେତ ଅନେକ ଦେଶରେ ଏହା ଉପରେ କାର୍ଯ୍ୟ ଓ ଗବେଷଣା କରାଯାଉଛି । ଜଣେ ବ୍ୟକ୍ତିଙ୍କ ଶରୀରରେ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରାକୃତିକ କ୍ଷମତା ଅଛି । ସମସ୍ତଙ୍କର ଶରୀରରେ କିଛି ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ଥାଏ, ଯାହାକୁ ମର୍ମ ବିନ୍ଦୁ କୁହାଯାଏ । କିଛି ସମୟ ପାଇଁ ଏହି ବିନ୍ଦୁଗୁଡିକ ଉପରେ ଚାପ ପ୍ରୟୋଗ କରିବା ଫଳରେ ନିଜକୁ ସୁସ୍ଥ ରଖିବା ପାଇଁ ଉଦ୍ଧିଷ୍ଟ ପ୍ରାକୃତିକ କ୍ଷମତା କାର୍ଯ୍ୟକ୍ଷମ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ ... ରହିବନି ସର୍ଜରୀ ପରେ ଦାଗ, ଚର୍ମ କର୍କଟରୁ ମୁକ୍ତି ଦେବ ମୋସ୍

ଉଦାହରଣ ସ୍ବରୂପ, ପୁରାଣ ବର୍ଣ୍ଣିତ ରାବଣର ଗୁରୁତ୍ବପୂର୍ଣ୍ଣ ମର୍ମବିନ୍ଦୁ ଥିଲା ନାଭି, ଯେଉଁଠାରେ ସେ ତୀର ଦ୍ବାରା ଆଘାତ ପାଇବା ପରେ ମୃତ୍ୟୁବରଣ କରିଥିଲେ । ସେ 30 ବର୍ଷ ଧରି ପ୍ରାଚୀନ ବିଜ୍ଞାନ ଉପରେ କାର୍ଯ୍ୟ କରିଆସୁଛନ୍ତି ଏବଂ ଫଳାଫଳ ଦେଖୁଛନ୍ତି । ସେ ଏ ସମ୍ପର୍କରେ ତଥ୍ୟ ମଧ୍ୟ ସଂଗ୍ରହ କରୁଛନ୍ତି । କେନ୍ଦ୍ରୀୟ ସ୍ନାୟୁ ପ୍ରଣାଳୀ ଏବଂ ଆଖପାଖର ସ୍ନାୟୁ ପ୍ରଣାଳୀ ମାଧ୍ୟମରେ ଶରୀରର ଆରୋଗ୍ୟ କ୍ଷମତାକୁ ତ୍ବରାନ୍ବିତ କରିବାର କୌଶଳକୁ ରିମୋଟ ସେନସିଂ ଜରିଆରେ କୌଣସି ଡିଭାଇସ ଚଳାଇଲା ଭଳି କାର୍ଯ୍ୟକ୍ଷମ କରିହେବ ।

ଡକ୍ଟର ଯୋଶୀ ଆହୁରି କହିଛନ୍ତି ଯେ "ଶରୀରର ବିଭିନ୍ନ ଅଙ୍ଗରେ ବ୍ୟାପିଥିବା ଏହି ମର୍ମବିନ୍ଦୁ ଗୁଡ଼ିକୁ ଦବାଇବା ଦ୍ବାରା ରୋଗୀମାନେ ସେରେବ୍ରାଲ୍ ପଲ୍ସି, ଷ୍ଟ୍ରୋକ୍, ବିପି, ହୃଦଘାତ, ଭଙ୍ଗା ହାଡ଼କୁ ଠିକ୍ କରିବା ଇତ୍ୟାଦି କ୍ଷେତ୍ରରେ ଲାଭବାନ ହୁଅନ୍ତି । ଆମେ ଦେଖିଛୁ ଯେ ଯଦି ଏହା ସଠିକ୍ ଭାବରେ ବ୍ୟବହୃତ ହୁଏ, ତୁରନ୍ତ ଷ୍ଟ୍ରୋକ୍ କିମ୍ବା ହୃଦଘାତ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଆବଶ୍ୟକ ପ୍ରାଥମିକ ସହାୟତା ଦିଆଯାଇପାରେ । ଏଥି ସହିତ ଆଖି, କାନ, ନାକ ଏବଂ ଗଳାର ସମସ୍ତ ବ୍ୟାଧି ମଧ୍ୟ ଏହି ବିନ୍ଦୁ ଉପରେ ଚାପ ପ୍ରୟୋଗ କରି ଆରୋଗ୍ୟ ହୋଇପାରିବ । ଏହା ସହ ସେ କହିଛନ୍ତି ଯେ କରୋନା ମହାମାରୀ ଫଳରେ ସମସ୍ତ ପ୍ରକାର ଚିକିତ୍ସା ପଦ୍ଧତିକୁ ପ୍ରୟୋଗ କରିବା ଫଳରେ ଲୋକଙ୍କୁ ସୁସ୍ଥ କରାଯାଇ ପାରିବ । ତେଣୁ ଏହି ସମସ୍ତ ଉପାୟ ଉପରେ ଅଧିକ ଶୋଧ ଓ କାର୍ଯ୍ୟ କରିବାର ଆବଶ୍ୟକ ରହିଛି । "

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.