ETV Bharat / bharat

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ - Doda encounter

author img

By ETV Bharat Odisha Team

Published : Jun 26, 2024, 3:31 PM IST

Terrorists killed in Encounter: ଜମ୍ମୁ-କାଶ୍ମୀର ଦୋଡା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ । ସେନାର ଗୁଳିରେ ଟଳିଲେ ଦୁଇ ଆତଙ୍କବାଦୀ । ଅଧିକ ପଢନ୍ତୁ

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ
ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୨ ଆତଙ୍କୀ ନିପାତ (ETV Bharat Odisha)

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ସୁରକ୍ଷାବାହିନୀକୁ ସଫଳତା । ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କବାଦୀ । ଆଜି (ବୁଧବାର) ସକାଳେ ଦୋଡା ଜିଲ୍ଲାର ସିନ୍ନୁ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସକାଳ ୯ଟା ୫୦ଟା ସମୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିବା ବେଳେ ଏବେ ଯାଏଁ ୨ ଜଣ ଆତଙ୍କୀ ନିପାତ ହୋଇଥିବା ଖବର ମିଳିଛି । ଏନେଇ ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି ।

ସୂତ୍ରରୁ ସୂଚନା ଅନୁଯାୟୀ, ଏହି ଗୁଳି ବିନିମୟ ମଧ୍ୟରେ ୩ ଜଣ ଆତଙ୍କୀ ଫସି ରହିଛନ୍ତି । କିନ୍ତୁ ଏନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଏବେ ସୁଦ୍ଧା ଦୁଇ ଜଣ ଆତଙ୍କୀ ନିହତ ହୋଇଛନ୍ତି ।

ଅଧିକାରୀଙ୍କ ସୂଚନା ଅନୁସାରେ, ଜୁନ ୧୧ ଏବଂ ୧୨ ତାରିଖ ଦିନ ପାହାଡି ଜିଲ୍ଲାରେ ଆତଙ୍କବାଦୀ ଆକ୍ରମଣ ପରେ ପୋଲିସ, ସେନା, ସିଆରପିଏଫ ପକ୍ଷରୁ ଜୋରଦାର ସର୍ଚ୍ଚ ଏବଂ କର୍ଡନ ଅପରସେନ ଚାଲିଥିଲା । ଏହି ସମୟରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଆଜି ସକାଳ ପ୍ରାୟ ୯ଟା ୫୦ ମିନିଟ ସମୟରେ ଦୋଡା ଜିଲ୍ଲା ବାଜାଡ ଗାଁରେ ଦୁଇ ପକ୍ଷ ମଧ୍ୟରେ ଏହି ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ତୀର୍ଥଯାତ୍ରୀ ବସ ଆକ୍ରମଣର କଡ଼ା ଜବାବ; ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲା ଜଣେ ଆତଙ୍କୀ, ସର୍ଚ୍ଚ ଅପରେସନ ଜାରି - terrorist killed in Encounter

ଏଠାରେ ପ୍ରକାଶଥାଉ କି, ଜୁନ ୧୧ ତାରିଖରେ ଆତଙ୍କବାଦୀମାନେ ଚାଟ୍ଟରଗଲ୍ଲା ଅଞ୍ଚଳରେ ଏକ ଜଏଣ୍ଟ ଚେକ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ଏଥିରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ । ଏହାର ପରଦିନ ଅର୍ଥାତ୍ ୧୨ ତାରିଖରେ ଗୋଣ୍ଡାହ ଅଞ୍ଚଳର କୋଟ ଟପ୍‌ରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ ।

ଏହି ଦୁଇଟି ଆକ୍ରମଣ ପରେ ସୁରକ୍ଷାବାହିନୀ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀ ନିରୋଧି ଅପରେସନ ଜୋରଦାର କରିବା ସହ ଦୋଡାରେ ଅନୁପ୍ରବେଶ କରିଥିବା ୪ ପାକିସ୍ତାନୀ ଆତଙ୍କବାଦୀଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.