ETV Bharat / bharat

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ୱେରେ ଦୁର୍ଘଟଣା: କଣ୍ଟେନରକୁ ପଛପଟୁ ପିଟିଲା ବସ, ୧୮ମୃତ - Uttar Pradesh Bus accident

author img

By ETV Bharat Odisha Team

Published : Jul 10, 2024, 9:21 AM IST

Updated : Jul 10, 2024, 10:40 AM IST

Uttar Pradesh Bus accident: ଭୟଙ୍କର ବସ ଦୁର୍ଘଟଣା । ଦ୍ରୁତ ଗତିରେ ଆସି ଦୁଗ୍ଧ କଣ୍ଟେନରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ୧୮ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଉତ୍ତରପ୍ରଦେଶର ଉନ୍ନାଓରେ ଘଟିଛି ଏହି ଅଘଟଣ । ଅଧିକ ପଢନ୍ତୁ

Uttar Pradesh Bus accident
Uttar Pradesh Bus accident (ETV Bharat Odisha)

ଲକ୍ଷ୍ମୌ: ଭୟଙ୍କର ଦୁର୍ଘଟଣା । ଦୁଗ୍ଧ କଣ୍ଟେନରକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ । ଏହି ଦୁର୍ଘଟଣାରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ଆଜି (ବୁଧବାର) ଭୋର ସମୟରେ ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ଏଭଳି ବଡଧରଣର ଦୁର୍ଘଟଣା ଘଟିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ରାଷ୍ଟ୍ରପତି, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରମୁଖ ଘଟଣାକୁ ନେଇ ଦୁଃଖପ୍ରକାଶ କରିଛନ୍ତି ।

ଭୟଙ୍କର ବସ ଦୁର୍ଘଟଣା
ଭୟଙ୍କର ବସ ଦୁର୍ଘଟଣା (ETV Bharat Odisha)

ସୂଚନା ଅନୁଯାୟୀ, ଆଜି (ବୁଧବାର) ଭୋର ପାଖାପାଖି ୪.୩୦ ସୁଦ୍ଧା ବିହାରରୁ ଦିଲ୍ଲୀ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାରେ ଲକ୍ଷ୍ମୌ- ଆଗ୍ରା ଏକ୍ସପ୍ରେସଓ୍ବେରେ ଦୁଗ୍ଧ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଏହି ଅଘଟଣରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ରୁ ଅଧିକ ଆହତ ହୋଇଛନ୍ତି ।ଆହତମାନଙ୍କ ମଧ୍ୟରେ ଅନେକ ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି । ବସଟି ଦ୍ରୁତ ଗତିରେ ଯାଉଥିବା ନେଇ ସ୍ଥାନୀୟ ଲୋକେମାନେ ସୂଚନା ଦେଇଛନ୍ତି ।

ଭୟଙ୍କର ବସ ଦୁର୍ଘଟଣା
ଭୟଙ୍କର ବସ ଦୁର୍ଘଟଣା (ETV Bharat Odisha)

ଏହାମଧ୍ୟ ପଢନ୍ତୁ.. ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା, ଚାଲିଗଲା ୭ ଜୀବନ - ROAD ACCIDENT

ଦୁର୍ଘଟଣା ସମ୍ବନ୍ଧରେ ଖବର ପାଇବା ମାତ୍ରେ ଗ୍ରାମୀଣ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ମୃତଦେହଗୁଡିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି । ଉନ୍ନୋଓ ଜିଲ୍ଲାପାଳ ମଧ୍ୟ ହସ୍ପିଟାଲ ପରିଦର୍ଶନ କରି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି । ଅନ୍ୟପଟେ ମୃତକଙ୍କ ପରିଚୟ ପାଇବା ପରେ ପୋଲିସ ସେମାନଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରିଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।

ଭୟଙ୍କର ବସ ଦୁର୍ଘଟଣା
ଭୟଙ୍କର ବସ ଦୁର୍ଘଟଣା (ETV Bharat Odisha)

ଅନ୍ୟପଟେ ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ୍ସ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଉନ୍ନାଓ ଜିଲ୍ଲାରେ ହୋଇଥିବା ସଡକ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ ଏବଂ ହୃଦୟବିଦାରକ ଘଟଣା । ଶୋକାକୂଳ ପରିଜନଙ୍କୁ ସମ୍ବେଦନ ଜଣାଉଛି ।ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯଥାଶୀଘ୍ର ଗତିରେ ଉଦ୍ଧାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଭୟଙ୍କର ବସ ଦୁର୍ଘଟଣା
ଭୟଙ୍କର ବସ ଦୁର୍ଘଟଣା (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 10, 2024, 10:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.