ETV Bharat / bharat

ଆମେରିକାରେ ବଢୁଛି ଭାରତୀୟ ଛାତ୍ରଙ୍କ ମୃତ୍ୟୁସଂଖ୍ୟା, ହେଲ୍ପ ଡେସ୍କ ଖୋଲିଲେ ତେଲେଙ୍ଗାନା ସରକାର - Indian Student Killed in US

Revanth Reddy Launches Help Desk: ଆମେରିକାରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବେଳେ ହେଲ୍ପ ଡେସ୍କ ଆରମ୍ଭ କଲେ ତେଲେଙ୍ଗାନା ସରକାର । ଆପଣ ବିଶ୍ବର ଯେଉଁ ସ୍ଥାନରେ ରହିଥିଲେ ସୁଦ୍ଧା କଂଗ୍ରେସ ସରକାର ଆପଣଙ୍କୁ ସାହାଯ୍ୟ କରିବ ବୋଲି ତେଲେଙ୍ଗାନାବାସୀଙ୍କୁ ଆଶ୍ବାସନା ଦେଲେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ଅଧିକ ପଢନ୍ତୁ

Revanth Reddy Launches Help Desk
Revanth Reddy Launches Help Desk
author img

By ETV Bharat Odisha Team

Published : Feb 8, 2024, 10:46 AM IST

ହାଇଦ୍ରାବାଦ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ଉଦବେଗ ପ୍ରକାଶ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡି । ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ପାଇଁ ସେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରକୁ ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, ଚିକାଗୋରେ ରହୁଥିବା ହାଇଦ୍ରାବାଦ ଛାତ୍ର ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ସେ ସୋସିଆଲ ମିଡିଆରେ ଭିଡିଓ ଜାରି କରି ସାହାଯ୍ୟ ମାଗିଥିଲେ । ଚାରିଜଣ ଯୁବକ ଚିକାଗୋରେ ମାଜାହିର ଅଲିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାପରେ ଆକ୍ସନ ମୋଡକୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ବିଦେଶରେ ରହୁଥିବା ରାଜ୍ୟ ଛାତ୍ରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ହେଲ୍ପ ଡେସ୍କ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ।

ଏନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କହିଛନ୍ତି, "ହାଇଦ୍ରାବାଦ ଛାତ୍ର ମାଜାହିର ଅଲିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଖବର ମୋତେ ବିବ୍ରତ କରିଛି । ତେବେ ଏହା ପ୍ରଥମ ନୁହେଁ ପୂର୍ବରୁ ଶ୍ରେୟସ ରେଡ୍ଡିଙ୍କୁ ମଧ୍ୟ ହତ୍ଯା କରାଯାଇଥିଲା । ତେବେ ବିଦେଶରେ ରହୁଥିବା ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଉପରେ ଦୃଷ୍ଟି ଦେବା ପାଇଁ ମୁଁ ବୈଦେିକ ମନ୍ତ୍ରୀଙ୍କୁ ନିବେଦନ କରୁଛି । ତେବେ ବିଦେଶରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ତେଲେଙ୍ଗାନା ସରକାର ଏକ ହେଲ୍ସ ଡେସ୍କ ଖୋଲିବେ । ଯାହାଦ୍ବାରା ଆବଶ୍ୟକ ସମୟରେ ଛାତ୍ରମାନେ ସାହାଯ୍ୟ ମାଗିପାରିବେ । ମୁଁ ତେଲେଙ୍ଗାନାବାସୀଙ୍କୁ ଏହି ଆଶ୍ବାସନା ଦେଉଛି କି, ଆପଣ ବିଶ୍ବର ଯେଉଁ ସ୍ଥାନରେ ରହିଥିଲେ ସୁଦ୍ଧା କଂଗ୍ରେସ ସରକାର ଆପଣଙ୍କୁ ସାହାଯ୍ୟ କରିବ । "

ଏହା ମଧ୍ୟ ପଢନ୍ତୁ: ଚିକାଗୋରେ ହାଇଦ୍ରାବାଦ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ, ବିଦେଶ ମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ସ୍ତ୍ରୀ

ସୂଚନା ଥାଉକି, ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । କେତେବେଳେ ଆକ୍ରମଣ ତ କେତେବେଳେ ହତ୍ୟା । ଗତ କିଛି ଦିନ ହେବ ଆମେରିକାରେ ଭାରତୀୟ ଛାତ୍ର ଅସୁରକ୍ଷିତ ରହିଥିବା ନେଇ ଅନେକ ଖବର ସାମ୍ନାକୁ ଆସୁଛି । ଗତକାଲି ଜଣେ ଛାତ୍ରକୁ ମରଣାନ୍ତକ ଆକ୍ରମଣ ନେଇ ଖବର ସାମ୍ନାକୁ ଆସିଥିବା ବେଳେ ଆଉ ଜଣେ ଛାତ୍ରଙ୍କର ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ପୁରଡ୍ୟୁ ୟୁନିଭରସିଟିର ପଢୁଥିବା ଜଣେ 23 ବର୍ଷୀୟ ଛାତ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି । ନିଜକୁ ଗୁଳି କରି ପ୍ରାଣ ହାରିଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି । ମୃତ ଯୁବକଙ୍କ ନାମ ସମୀର କାମାଥ ହୋଇଥିବା ବେଳେ ଗତ 5 ତାରିଖରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।

କାମାଥଙ୍କ ମୃତ୍ୟୁକୁ ନେଇ ଅନୁସନ୍ଧାନ କରାଯାଉଥିବା ବେଳେ ତାଙ୍କ ପରିବାର ପକ୍ଷକୁ ମଧ୍ୟ ସୂଚିତ କରାଯାଇଥିବା କଥା କୁହାଯାଇଛି । ଓ୍ବାରେନ କଣ୍ଟ୍ରି କୋରେନର ଅଫିସ, ପର୍ଡୁ ୟୁନିଭରସିଟି ଆଡମିନିଷ୍ଟ୍ରେସନ୍ ଏବଂ ଅନ୍ୟାନ୍ୟ ସହାୟକ ଏଜେନ୍ସି ମୃତ୍ୟୁର ଅନୁସନ୍ଧାନ କରିବା ନେଇ ସୂଚନା ଦିଆଯାଇଛି । ୨୩ ବର୍ଷୀୟ ସମୀର କାମାଥ ୨୦୨୩ ଅଗଷ୍ଟରେ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପରେ ତାଙ୍କୁ ଆମେରିକା ନାଗରିକତା ମାନ୍ୟତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.