ETV Bharat / bharat

ଟେଡି ଡେ; ଟେଡି ବିୟରରେ ନିବିଡ଼ ହୁଏ ସମ୍ପର୍କ - ଟେଡି ଡେ

Teddy Day 2024: ପ୍ରେମ ସପ୍ତାହରେ ଆଜି ହେଉଛି ଟେଡି ଡେ । ଟେଡି ଦେଇ ସମ୍ପର୍କକୁ ଅଧିକ ଘନିଷ୍ଠ କରିବେ ପ୍ରେମୀଯୁଗଳ ।

Teddy Day 2024
Teddy Day 2024
author img

By ETV Bharat Odisha Team

Published : Feb 10, 2024, 10:21 AM IST

ହାଇଦ୍ରାବାଦ: ଭାଲେଣ୍ଟାଇନ ସପ୍ତାହର ଚତୁର୍ଥ ଦିବସକୁ ଟେଡି ଡେ ହିସାବରେ ପାଳନ କରିଥାଆନ୍ତି ପ୍ରେମୀ ଯୁଗଳ । ଚକୋଲେଟ ଡେର ଜୀବନରେ ମଧୁରତା ଆସିଥିବା ବେଳେ ଆଜି ପରସ୍ପରକୁ ଟେଡି ଦିଆ ନିଆ ହେବେ ପ୍ରେମୀ ଯୁଗଳ । କଥାରେ ଅଛି ଟେଡି କୁଆଡେ ଯେତେ ଦିନ ପାଖରେ ଥିବ, ସେତେ ଦିନ ଯାଏଁ ପ୍ରେମ ଅକ୍ଷୁର୍ଣ୍ଣ ରହିବ । ଆଜିର ଦିନରେ ପ୍ରେମିକମାନେ ନିଜ ପ୍ରେମିକାକୁ ଟେଡି ବିୟର ଉପହାର ଦେଇଥାଆନ୍ତି । ଟେଡି ବିୟରକୁ ପ୍ରେମ ଏବଂ ଯତ୍ନର ପ୍ରତିକ ଭାବେ ବିବେଚନା କରାଯାଏ । ଆଜିର ଦିନରେ ବିଭିନ୍ନ ରଙ୍ଗର ଟେଡି ଉପହାର ପ୍ରଦାନ କରିଯାଇଥାଏ ।

ଆଜି ଟେଡି ଡେ ଥିବାରୁ ବିଭିନ୍ନ ଦୋକାନରେ ସକାଳୁ ସକାଳୁ ଭିଡ ଆରମ୍ଭ ହୋଇଯାଇଛି । ନିଜ ମନ ମଣିଷ ପାଇଁ ମନ ପସନ୍ଦର ଟେଡି କିଣୁଛନ୍ତି ପ୍ରେମୀ ଯୁଗଳ । 2 ଫୁଟିଆଠାରୁ ନେଇ 6 ଫୁଟିଆ ପର୍ଯ୍ୟନ୍ତ କିଣୁଛନ୍ତି ପ୍ରେମୀ ଯୁଗଳ । ହଳଦିଆ, କମଳା, ବ୍ଲୁ ରଙ୍ଗର ଟେଡି ବିକ୍ରି ହେଉଥିବା ବେଳେ ଲାଲ ରଙ୍ଗର କିନ୍ତୁ ଅଧିକ ଚାହିଦା ରହିଛି । କାହିଁକି ନା ଏହି ରଙ୍ଗ ହେଉଛି ପ୍ରେମର ପ୍ରତୀକ। ଏହି ରଙ୍ଗର ଟେଡିକୁ ମନର ମଣିଷକୁ ଦେଲେ ସମ୍ପର୍କ ମଜଭୁତ ହୋଇଥାଏ । ତେବେ ପ୍ରତ୍ୟେକ ରଙ୍ଗର ଟେଡି ପଛରେ ଏକ ରହସ୍ୟ ରହିଥାଏ । ଜାଣନ୍ତୁ କେଉଁ ରଙ୍ଗର ଟେଡି କାହାକୁ ଉପହାର ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ: ଆଜି ପ୍ରପୋଜ ଡେ, ନୂଆ ସମ୍ପର୍କ ଗଢିବେ ପ୍ରେମୀ

  • ନାଲି ରଙ୍ଗ ଟେଡି: ନାଲି ରଙ୍ଗ ପ୍ରେମ ଏବଂ ସଉକକୁ ପ୍ରତିପାଦିତ କରିଥାଏ । ନାଲି ରଙ୍ଗକୁ ପ୍ରେମର ପ୍ରତିକ ମଧ୍ୟ କୁହାଯାଏ । ଯଦି ଜଣେ ପୁଅ ନାଲି ରଙ୍ଗର ଟେଡି ଦିଏ ତାହେଲେ ଏହାର ଅର୍ଥ ସେ ନିଜର ପ୍ରେମକୁ ପ୍ରତିପାଦନ କରେ । ଟେଡି ବିୟର ସହିତ ଚକୋଲେଟ ବନ୍ଧନକୁ ଶକ୍ତିଶାଳୀ କରିବା ପାଇଁ ଦିଆଯାଇଥାଏ ।
  • ଗୋଲାପୀ ରଙ୍ଗ ଟେଡି: ଗୋଲପୀ ରଙ୍ଗର ଟେଡି ସମସ୍ତଙ୍କୁ ଆକର୍ଷିତ କରିଥାଏ । ଏହି ରଙ୍ଗର ଅର୍ଥ ଜୀବନସାଥି ସହିତ ଏକ ବନ୍ଧୁ ହୋଇ ରହିବା । ବନ୍ଧୁତାକୁ ସାତଜନ୍ମର ସାଥି କରିବା । ଆଜିର ଦିନରେ ପ୍ରେମୀ କେବଳ ଗୋଲାପୀ ରଙ୍ଗର ଟେଡି ପ୍ରଦାନ କରିଥାଆନ୍ତି ।
  • ହଳଦିଆ ଟେଡି: ହଳିଦିଆ ରଙ୍ଗର ଖୁସିର ପ୍ରତିକ । ଜୀବନକୁ ଖୁସିରେ ଭରିଦେବା ପାଇଁ ହଳଦିଆ ରଙ୍ଗର ଟେଡି ପ୍ରଦାନ କରାଯାଇଥାଏ ।
  • କମଳା ରଙ୍ଗ ଟେଡି: ନୂଆ ଜୀବନର ଆରମ୍ଭର ପ୍ରତିକ ହୋଇଥାଏ କମଳା ରଙ୍ଗର ଟେଡି ବିୟର । କମଳା ରଙ୍ଗର ଟେଡି ଦେବାର ଅର୍ଥ ଜୀବନସାଥି କରିବା ପାଇଁ ଏହା ଆରମ୍ଭ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.