ETV Bharat / bharat

ଶିକ୍ଷୟିତ୍ରୀଙ୍କ ପର୍ସରୁ ହଜିଗଲା 35 ଟଙ୍କା, ଛାତ୍ରଛାତ୍ରୀଙ୍କୁ ସନ୍ଦେହ କରି ମନ୍ଦିରରେ କଲେ ଶପଥ

author img

By ETV Bharat Odisha Team

Published : Feb 25, 2024, 1:12 PM IST

Updated : Feb 25, 2024, 2:33 PM IST

Teacher Takes School Children To Temple To Swear: 35 ଟଙ୍କା ପାଇଁ ଶିକ୍ଷୟତ୍ରୀଙ୍କ ହାଇ ଭୋଲଟେଜ ଡ୍ରାମା । ଛାତ୍ରଛାତ୍ରୀଙ୍କୁ ଉପରେ ଅବିଶ୍ବସ କରି ଦୁର୍ଗା ମନ୍ଦିରରେ ଶପଥ କରାଇଥିବା ନେଇ ହୋଇଛି ଅଭିଯୋଗ । ଅଧିକ ପଢ଼ନ୍ତୁ

ମାତ୍ର 35 ଟଙ୍କା ପାଇଁ ଶିକ୍ଷୟତ୍ରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା

ପାଟନା: ମାତ୍ର 35 ଟଙ୍କା ପାଇଁ ଶିକ୍ଷୟତ୍ରୀଙ୍କ ହାଇ ଭୋଲ୍ଟେଜ ଡ୍ରାମା । ଛାତ୍ରଛାତ୍ରୀଙ୍କୁ ଉପରେ ଅବିଶ୍ବାସ କରି କଲେ ସନ୍ଦେହ । ଶିକ୍ଷୟତ୍ରୀଙ୍କ ପର୍ସରୁ 35 ଟଙ୍କା ଚୋରି ହୋଇଯିବାରୁ 105 ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଦୁର୍ଗା ମନ୍ଦିରରେ ଶପଥ କରାଇଥିବା ନେଇ ହୋଇଛି ଅଭିଯୋଗ । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଅଭିଭାବଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରର ଏକ ସ୍କୁଲରେ ।

ଘଟଣା କ୍ରମ ଅନୁସାରେ, ଗତ 21 ଫେବୃୟାରୀରେ ବିହାରର ରଜୌନ ବ୍ଲକ ଅନ୍ତର୍ଗତ ଅସମାନିଚ ଗାଁ ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀ ସ୍କୁଲରେ ପହଞ୍ଚିବାର କିଛି ସମୟ ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ପର୍ସରୁ 35 ଟଙ୍କା ଗାଏବ ହୋଇଯାଇଛି । ଏହାକୁ ନେଇ ଶିକ୍ଷୟିତ୍ରୀ ଜଣଙ୍କ ରାଗ ମୁଣ୍ଡକୁ ଚଢ଼ିଗଲା । ଶିକ୍ଷୟତ୍ରୀଙ୍କ ରାଗକୁ ଦେଖି ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଟଙ୍କା ବିଷୟରେ ପଚରାଉଚରା କରିଥିଲେ । କିନ୍ତୁ ପିଲାମାନେ ଶିକ୍ଷୟତ୍ରୀଙ୍କ ଟଙ୍କା ନେଇନଥିବା ସଫାସଫା ମନା କରିଦେଇଥିଲେ । ହେଲେ ଶିକ୍ଷୟତ୍ରୀଙ୍କ ଗୋଟିଏ ଜିଦ୍‌ ତାଙ୍କ ଟଙ୍କା କିଛି ପିଲା ହିଁ ଚୋରି କରିଛନ୍ତି ।

ଏହି ଘଟଣାକୁ ନେଇ ଶିକ୍ଷୟିତ୍ରୀ ଜଣଙ୍କ ସ୍କୁଲରେ ପଢ଼ୁଥିବା 105 ଜଣ ଛାତ୍ରଛାତ୍ରୀଙ୍କୁ ତନତନ୍ନ କରି ପକେଟ୍‌ ଯାଞ୍ଚ କରିଥଲେ । ହେଲେ ପିଲାଙ୍କ ପାଖରୁ ଟଙ୍କା ମିଳିନଥିଲା । ଏତିକିରେ ଶିକ୍ଷୟତ୍ରୀଙ୍କ ସନ୍ଦେହ କମି ନଥିଲା । ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପାଖରେ ଥିବା ଦୁର୍ଗା ମନ୍ଦିରରେ ପହଞ୍ଚିଲେ, ଆଉ ସେଠାରେ ଛାତ୍ରଛାତ୍ରୀମାନଙ୍କୁ ଶପଥ କରାଇଲେ । ସେପଟେ ଯେତେବେଳେ ଏହି ଖବର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ କାନରେ ପଡ଼ିଲା ଅଭିଭାବକମାନେ ସ୍କୁଲରେ ପହଞ୍ଚି ହଙ୍ଗାମା ଆରମ୍ଭ କଲେ । ଯାହାକୁ ନେଇ କିଛି ସମୟ ପର୍ଯ୍ୟନ୍ତ ସ୍କୁଲ ପରିସରରେ ହାଇଭୋଲ୍ଟେଜ ଡ୍ରାମା ଦେଖିବାକୁ ମିଳିଥିଲା ।

ସେପଟେ ଏହି ହାଇ ଡ୍ରାମା ମଧ୍ୟରେ ଅଭିଭାବକମାନେ ଶିକ୍ଷୟତ୍ରୀ ଜଣଙ୍କୁ ସ୍କୁଲରୁ ହଟାଇବା ପାଇଁ ଅଡ଼ି ବସିଥିଲେ । ଏହାପରେ ବିଆରପି ସଞ୍ଜୟ ଝା ଘଟଣାସ୍ଥଳରେ ପହଞ୍ଚି ଅବିଭାବକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ଅଭିଭାବକମାନେ ମଧ୍ୟ ସେମାନଙ୍କ ଜିଦ୍‌ରୁ ହଟିନଥିଲେ । ପରେ ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ହଟାଇବା ପାଇଁ ଆଶ୍ବସନା ପରେ ମାମଲା ଶାନ୍ତ ପଡ଼ିଥିଲା । ବର୍ତ୍ତମାନ ଶିକ୍ଷୟତ୍ରୀ ଜଣଙ୍କୁ ସ୍କୁଲରୁ ବାହାର କରାଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ ଶିକ୍ଷକଙ୍କୁ ନିଯୁକ୍ତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ତେବେ ଏହି ଘଟଣାକୁ ନେଇ ଶିକ୍ଷୟତ୍ରୀ ଜଣଙ୍କ କହିଛନ୍ତି, "ମୋ ପର୍ସକୁ ହଜିଥିବା ଟଙ୍କା ବିଷୟରେ ପିଲାମାନାଙ୍କୁ ପଚାରିଥିଲି । ମୁଁ ପିଲାମାନଙ୍କୁ ମନ୍ଦିର ନେଇନଥିଲି । ପିଲାମାନେ ନିଜେ ନିଜେ ମନ୍ଦିରକୁ ଶପଥ କରିବା ପାଇଁ ଯାଇଥିଲେ । ମୁଁ ଏଠାରେ ବର୍ଷ ବର୍ଷ ଧରି ଶିକ୍ଷାଦାନ କରିଆସୁଛି । ପିଲାମାନଙ୍କୁ ସନ୍ଦେହ କରିଥିବା ଅଭିଯୋଗ ମୋ ଉପରେ କରାଯାଇଛି । ଏହା ସମ୍ପୂର୍ଣ୍ଣ ମିଛ । ଲୋକଙ୍କ ଏଭଳି ବ୍ୟବହାର ମୋତେ ଆଘାତ ଦେଇଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 25, 2024, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.