ETV Bharat / bharat

ଶରୀର ପାଇଁ ବିଷ ବମ୍ବେଇ ଲଡୁ ! ବ୍ୟାନ କଲେ ସରକାର

author img

By ETV Bharat Odisha Team

Published : Feb 17, 2024, 2:29 PM IST

Cotton Candy Ban: ବମ୍ବେଇ ଲଡୁ (କଟନ କ୍ୟାଣ୍ଡି) ଖାଉଥିଲେ ସାବଧାନ! ଏଥିରେ ଥିବା କ୍ଷତିକାରକ କେମିକାଲ କ୍ୟାନସର ରୋଗର କାରମ ସାଜିପାରେ। ଅଧିକ ପଢନ୍ତୁ

Cotton Candy Ban
Cotton Candy Ban

ଚେନ୍ନାଇ: ଏଣିକି ତାମିଲନାଡୁରେ ଆଉ ମିଳିବନି ବମ୍ବେଇ ଲଡୁ ବା କଟନ କ୍ୟାଣ୍ଡି । ବମ୍ବେଇ ଲଡୁ ବିକ୍ରି ଉପରେ କଟକଣା ଲଗାଇଲେ ତାମିଲନାଡୁ ସରକାର । ତାମିଲ ଭାଷାରେ ଏହାକୁ 'ପାଞ୍ଜୁ ମିଠାଇ' ବୋଲି ମଧ୍ୟ କୁହାଯାଏ । ଏଥିରେ ମାରାତ୍ମକ କେମିକାଲ ରହିଛି । ବମ୍ବେଇ ଲଡୁ ପ୍ରସ୍ତୁତି ପାଇଁ କୃତ୍ରିମ ରଙ୍ଗ ବ୍ୟବହାର କରାଯାଇଥାଏ । ବମ୍ବେଇ ଲଡୁକୁ ରଙ୍ଗବେରଙ୍ଗ କରିବା ପାଇଁ ରୋଡାମାଇନ ବି (Rhodamine-B) ବ୍ୟବହାର ହୁଏ, ଯାହାକି ଏକ କ୍ଷତିକାରକ କେମିକାଲ ହୋଇଥିବାବେଳେ କ୍ୟାନ୍ସର ରୋଗର କାରଣ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟରେ ବମ୍ବେଇ ଲଡୁ ବିକ୍ରି ବ୍ୟାନ କରିଛନ୍ତି ।

ଫୁଡ୍ ଆନାଲିସସ ଲାବ୍ରୋଟେରୀରେ ସରକାରଙ୍କ ପକ୍ଷରୁ ଏନେଇ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ଫୁଡ୍ ସେଫ୍ଟି ଷ୍ଟାଣ୍ଡାର୍ଡ୍ସ ଆକ୍ଟ 2006 ଧାରା 3 (1) (zx), ଧାରା 3(1) (zz)(iii)(V) (VIII)ଏବଂ (XI) ଅନୁଯାୟୀ ଏହାକୁ ଏକ ଅସୁରକ୍ଷିତ ଖାଦ୍ୟ ଭାବେ ଘୋଷଣା କରାଯାଇଛି । ଏହି ବମ୍ବେଇ ଲଡୁ ବା ପାଞ୍ଜୁ ମିଠାଇ ପ୍ରସ୍ତୁତି, ପ୍ୟାକେଜିଂ, ଆମଦାନୀ, ବିକ୍ରି ଉପରେ କଟକଣା ଜାରି ହୋଇଛି । ଏପରିକି କୌଣସି ବିବାହ ଭୋଜି, ବଜାର, ଜନବହୁଳ ସ୍ଥାନ, ମେଳା ଆଦି କୌଣସି ସ୍ଥାନରେ ଏହାକୁ ବିକ୍ରି କରିବାକୁ ବାରଣ କରାଯାଇଛି ।

ରୋଡାମାଇନ-ବି ନାମକ କେମିକାଲଯୁକ୍ତ ଖାଦ୍ୟ ବିକ୍ରି କରିବା ଏକ ଦଣ୍ଡନୀୟ ଅପରାଧ ବୋଲି ଦର୍ଶାଇଛନ୍ତି ତାମିଲନାଡୁ ସରକାର । ଜନସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଏମ ଏ.ସୁବ୍ରମଣ୍ୟମ କହିଛନ୍ତି, "ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଏ ଦିଗରେ ଦୃଷ୍ଟି ଦେବାକୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । ଯଦି କେହି ନିୟମ ଉଲ୍ଲଂଘନ କରି 'ପାଞ୍ଜୁ ମିଠାଇ' ବିକ୍ରି କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହା ବି ପଢନ୍ତୁ...ନ୍ୟୁଜିଲ୍ୟାଣ୍ଡରେ ବ୍ୟାନ ହେଲା PFAS, ଜାଣନ୍ତୁ ଶରୀର ଉପରେ ଏହାର ପ୍ରଭାବ

ଏହି କଟନ କ୍ୟାଣ୍ଡି ମୁଖ୍ୟତଃ ଚିନିରୁ ତିଆରି ହୋଇଥାଏ । ଏହାର ପ୍ରକୃତ ରଙ୍ଗ ଧଳା ହୋଇଥିବାବେଳେ ରଙ୍ଗ ମିଶ୍ରିତ କରାଯାଇ ରଙ୍ଗବେରଙ୍ଗର କଟନ କ୍ୟାଣ୍ଡି ବିକ୍ରି ହୋଇଥାଏ । ବିଶେଷ କରି ଏହା ଗୋଲାପୀ ରଙ୍ଗର ଅଧିକ ମାତ୍ରାରେ ଦେଖିବାକୁ ମିଳେ । ଏହାର ସ୍ବାଦ ମିଠା ହୋଇଥିବାବେଳେ ପିଲାମାନେ ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଖାଲି ଛୋଟ ପିଲା ନୁହଁନ୍ତି ବୟସ୍କ ଓ ଯୁବପିଢିଙ୍କ କ୍ଷେତ୍ରରେ ମଧ୍ୟ ଏହାର ଚାହିଦା ଅଧିକ । ଏହି ବମ୍ବେଇ ଲଡୁ ବା କଟନ କ୍ୟାଣ୍ଡି ଏତେ ଲୋକପ୍ରିୟ ଯେ, ଆମେରିକାରେ ପ୍ରତିବର୍ଷ ଡିସେମ୍ବର 7 ତାରିଖକୁ 'ନ୍ୟାସନାଲ କଟନ୍ କ୍ୟାଣ୍ଡି' ଡେ ପାଳନ କରାଯାଏ । ହେଲେ ଏଥିରେ ବ୍ୟବହୃତ କ୍ଷତିକାରକ କେମିକାଲ ପାଇଁ ଏହାକୁ ତାମିଲନାଡୁ ସମେତ ଭାରତର ଆଉ କେତେକ ସ୍ଥାନରେ ମଧ୍ୟ ବ୍ୟାନ କରାଗଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.