ETV Bharat / bharat

ତାମିଲନାଡୁ ମଦମୃତ୍ୟୁ ଘଟଣା, ମୃତକଙ୍କ ସଂଖ୍ୟା 34କୁ ବୃଦ୍ଧି; 88ଜଣଙ୍କ ଚିକିତ୍ସା ଜାରି - Tamil Nadu Hooch Tragedy

author img

By ETV Bharat Odisha Team

Published : Jun 20, 2024, 9:28 AM IST

Tamil Nadu Hooch Tragedy: ତାମିଲନାଡୁରେ ବିଷାକ୍ତ ମଦ ପିଇ 34 ଜଣକର ମୃତ୍ୟୁ । 88 ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

Tamil Nadu  hooch death
Tamil Nadu hooch death (Etv Bharat)

ଚେନ୍ନାଇ: ତାମିଲନାଡୁରେ ମଦମୃତ୍ୟୁ ସଂଖ୍ୟା ବଢି ଚାଲିଛି । ବିଷାକ୍ତ ମଦ ପିଇ ବର୍ତ୍ତମାନ ସୁଦ୍ଧା 34 ଜଣକର ମୃତ୍ୟୁ ହୋଇଥିବା ବେଳେ 88 ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 20 ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ 6 ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଗୁରୁତରଙ୍କୁ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ତାମିଲନାଡୁ ସରକାର ମୃତକଙ୍କ ପରିବାର ଲାଗି 10ଲକ୍ଷ ଓ ଚିକିତ୍ସାଧୀନ ଥିବା ରୋଗୀଙ୍କ ଲାଗି 50ହଜାର ଟଙ୍କା ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି ।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଏକ୍ସରେ ଟ୍ବିଟ କରି କହିଛନ୍ତି, ''କଲ୍ଲାକୁର୍ଚ୍ଚିରେ ହୋଇଥିବା ମଦ ମୃତ୍ୟୁ ଘଟଣାରେ ମୁଁ ଦୁଃଖିତ । ମଦ ମୃତ୍ୟୁ ଘଟଣାରେ ଯେଉଁ ମାନେ ବି ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ରୋକିବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯଦି ଜନସାଧାରଣ ଏଭଳି ଅପରାଧରେ ଜଡ଼ିତ ଥିବା ବିଷୟରେ ସୂଚନା ଦିଅନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମାଜକୁ ଖରାପ ବାର୍ତ୍ତା ହେଉଥିବା ଏପରି ଅପରାଧକୁ ଦମନ କରାଯିବ । ''

ଏହା ମଧ୍ୟ ପଢନ୍ତୁ-ତାମିଲନାଡୁରେ ବିଷାକ୍ତ ମଦ ପିଇ ୧୦ ମୃତ, ୨୦ରୁ ଉର୍ଦ୍ଧ୍ବ ଗୁରୁତର - Illicit Liquor Death

ରାଜ୍ୟପାଳ ଆର.ଏନ୍ ରବି ମୃତକଙ୍କ ପରିବାରକୁ ସମବେଦନା ଜଣାଇ ପୀଡିତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, "ବିଷାକ୍ତ ମଦ ପାନ କରି ଅନେକ ଲୋକଙ୍କ ଜୀବନ ଯିବା ଖବର ଶୁଣି ମୁଁ ଦୁଃଖିତ । ଅନେକ ଗୁରୁତର ସେମାନଙ୍କ ଜୀବନ ସହ ସଂଗ୍ରାମ କରୁଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରୁଛି । "

ଗତକାଲି ସନ୍ଧ୍ୟାରେ ତାମିଲନାଡୁରେ ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା । ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଘଟମାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀ ଇଭି ଭେଲୁ ଏବଂ ଏମ ସୁବ୍ରମନିଆନ କଲାକୁର୍ଚ୍ଚି ସ୍ଥିତ ହସ୍ପିଟାଲରେ ପହଞ୍ଚି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଏହାସହ କଲ୍ଲାକୁର୍ଚ୍ଚି ଜିଲ୍ଲାପାଳ ଶ୍ରବଣ କୁମାର ଜଦାୱତଙ୍କ ଉପରେ ନିଆଯାଇଥିଲା କାର୍ଯ୍ୟାନୁଷ୍ଠାନ । ତାଙ୍କୁ ସେଠାରୁ ବଦଳି କରାଯାଇଥିବା ଜଣାପଡ଼ିଛି । ତାଙ୍କ ସ୍ଥାନରେ ଏମଏସ ପ୍ରସାଦ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ । ଏହାସହ କଲ୍ଲାକୁର୍ଚ୍ଚି SP ସାମଇ ସିଂ ମୀନାଙ୍କୁ ନିଲମ୍ବିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.