ETV Bharat / bharat

କୋଟି କୋଟିର ଘୋଟାଲା, କିନ୍ତୁ ଟଙ୍କାଟିଏ ମଧ୍ୟ ଜବତ ହେଲାନି କେମିତି: AAP - HC dismissed Kejriwal plea

author img

By ETV Bharat Odisha Team

Published : Apr 9, 2024, 9:39 PM IST

AAP on HC dismissed Kejriwal's plea: ଦିଲ୍ଲୀ ହାଇକୋର୍ଟଙ୍କ ବିରୋଧରେ ସୁପ୍ରିମକୋର୍ଟ ଯିବ ‘ଆମ ଆଦମୀ ପାର୍ଟି’ । ଯଦି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି, ଟଙ୍କାଟେ ମଧ୍ୟ କେମିତି ଜବତ ହୋଇପାରୁନି ବୋଲି ପ୍ରଶ୍ନ କଲେ ସୌରଭ ଭରଦ୍ବାଜ । ଅଧିକ ପଢନ୍ତୁ

କୋଟି କୋଟିର ଘୋଟାଲା, କିନ୍ତୁ ଟଙ୍କାଟିଏ ମଧ୍ୟ ଜବତ ହୋଇନି: AAP

ନୂଆଦିଲ୍ଲୀ: ଆଜି ଆମ ଆଦମୀ ପାର୍ଟି ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟ ଶକ୍ତ ଝଟକା ଦେଇଛନ୍ତି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ‘ଇଡି’ କାର୍ଯ୍ୟାନୁଷ୍ଠାନକୁ ସଠିକ ଦର୍ଶାଇବା କୋର୍ଟ କେଜ୍ରିଓ୍ବାଲଙ୍କ ଆବେଦନକୁ ଖାରଜ ମଧ୍ୟ କରିଦେଇଛନ୍ତି । ଏବେ ଆମ ଆଦମୀ ପାର୍ଟି ପାଇଁ ସୁପ୍ରିମକୋର୍ଟ ଯିବା ନେଇ ଏକମାତ୍ର ବିକଳ୍ପ ରହିଛି । ପାର୍ଟି ସୁପ୍ରିମକୋର୍ଟରେ ଏହି ରାୟକୁ ଚ୍ୟାଲେଞ୍ଜ କରିବ ବୋଲି ଘୋଷଣା ମଧ୍ୟ କରିସାରିଛି । ଆଜି ଏହି ମାମଲାର ରାୟ ଆସିବା ପରେ ତମାମ ଦଳୀୟ ନେତା ଏଥିରେ ଅସହମତି ବ୍ୟକ୍ତ କରିବାରେ ଲାଗିଛନ୍ତି ।

ଦଳର ଅନ୍ୟତମ ବରିଷ୍ଠ ନେତା ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ସୌରଭ ଭରଦ୍ବାଜ କହିଛନ୍ତି, ସେମାନେ ଦିଲ୍ଲୀ ହାଇକୋର୍ଟଙ୍କ ରାୟରେ ସହମତ ନୁହନ୍ତି । ସେମାନେ ସର୍ବୋଚ୍ଚ କୋର୍ଟରେ ଏହାକୁ ଚ୍ୟାଲେଞ୍ଜ ମଧ୍ୟ କରିବେ । ଆଜି ସଂଧ୍ୟାରେ ଏକ ପ୍ରସମିଟରେ ସୌରଭ କହିଛନ୍ତି, କେନ୍ଦ୍ରୀୟ ସଂସ୍ଥା ଦିଲ୍ଲୀ ଅବକାରୀ ଘୋଟାଲାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ଅଭିଯୋଗ କରୁଛି । ମାତ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କିମ୍ବା ସିବିଆଇ ଏବେ ପର୍ଯ୍ୟନ୍ତ ଏହି ମାମଲାରେ ମାତ୍ର ଟଙ୍କାଟିଏ ମଧ୍ୟ ଜବତ କରିପାରିନି ।

ଏହା ଏର ତଥାକଥିତ ଅଭିଯୋଗ ମାତ୍ର । ଏହା ମନି ଲଣ୍ଡିରିଂ କିମ୍ବା ଘୋଟାଲା ମାମଲା ନୁହେଁ ବରଂ ଦେଶର ସବୁଠୁ ବଡ ରାଜନୈତିକ ଷଡଯନ୍ତ୍ର । ସେମାନେ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ଶେଷ କରିବାକୁ ଚାହାନ୍ତି । ଯଦି ଏତେ କୋଟିର ଦୁର୍ନୀତି ହୋଇଛି, ତେବେ ତଦନ୍ତକାରୀ ସଂସ୍ଥା କେମିତି ଟଙ୍କାଟେ ମଧ୍ୟ ଜବତ କରିବାରେ ସଫଳ ହୋଇନି ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି । ଆମ ଆଦମୀ ପାର୍ଟି ସମ୍ମାନର ସହ ହାଇକୋର୍ଟଙ୍କ ରାୟରେ ଅସହମତି ବ୍ୟକ୍ତ କରୁଛି ଓ ସେମାନେ ସର୍ବୋଚ୍ଚ କୋର୍ଟରେ ଏହାକୁ ନିଶ୍ଚିୟ ଚ୍ୟାଲେଞ୍ଜ କରିବେ ।

ଏହା ମଧ୍ୟ ପଢନ୍ତୁ :- ‘ମୋ ପୁଅ ନିର୍ବାଚନ ହାରିବା ଜରୁରୀ’: ବିଜେପିରୁ ପ୍ରାର୍ଥୀ ହୋଇଥିବା ପୁଅ ପ୍ରତି କଠୋର ହେଲେ ଆଣ୍ଟୋନି - AK Antony Wishes Son to Loses poll

ଏହି ମାମଲାର ତଦନ୍ତ କରୁଥିବା ଉଭୟ କେନ୍ଦ୍ରୀୟ ସଂସ୍ଥା ଇଡି ଓ ସିବିଆଇର ଅଭିଯୋଗ ଅନୁସାରେ, ଦିଲ୍ଲୀରେ ଆପ ସରକାର କାର୍ଯ୍ୟକାରୀ କରିଥିବା ଅବକାରୀ ନୀତିରେ ସେମାନେ କୋଟି କୋଟି ଟଙ୍କାର ଲାଭ ସଂଗ୍ରହ କରିଛନ୍ତି । ଏହି ଟଙ୍କାକୁ ଗୋଆ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ଖର୍ଚ୍ଚ ମଧ୍ୟ କରିଛି । ମୁଖ୍ଯମନ୍ତ୍ରୀ ତଥାଦଳର ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଏହି ମାମଲାରେ ପ୍ରତ୍ୟେକ୍ଷ ସମ୍ପୃକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.