ETV Bharat / bharat

'FIR ଦାଏର ସବୁ ମିଛ, ସ୍ବାତୀ ମାଲିୱାଲ ବିଜେପି ଇସାରାରେ କାମ କରୁଛନ୍ତି' - AAP alleges BJP conspiracy

author img

By ETV Bharat Odisha Team

Published : May 17, 2024, 8:15 PM IST

SWATI MALIWAL ASSAULT CASE: ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ଦୁର୍ବ୍ୟବହାର ଘଟଣାରେ ନୂଆ ମୋଡ । ଏହାକୁ ବିଜେପିର ଷଡ଼ଯନ୍ତ୍ର କହିଲା ଆମ ଆଦମି ପାର୍ଟି । ଅଧିକ ପଢନ୍ତୁ

AAP Minister Atishi
AAP Minister Atishi (ETV BHARAT)

ନୂଆଦିଲ୍ଲୀ: ଆପ୍‌ ସାଂସଦ ସ୍ବାତୀ ମାଲିୱାଲଙ୍କୁ ଦୁର୍ବ୍ୟବହାର ଘଟଣାରେ ଟ୍ବିଷ୍ଟ । ନିଜ ଦଳୀୟ ସାଂସଦଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ଆପ୍‌ । ସ୍ବାତୀ ମାଲିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ଦ୍ବାରା ଦୁର୍ବ୍ୟବହାର ଅଭିଯୋଗକୁ ଆପ୍‌ ଖଣ୍ଡନ କରିଛନ୍ତି । ଏହା ବିଜେପିର ଷଡ଼ଯନ୍ତ୍ର ଓ ସ୍ବାତୀ ବିଜେପିର ଇସାରାରେ କାମ କରୁଛନ୍ତି ବୋଲି ଆପ୍‌ ମନ୍ତ୍ରୀ ଆତିଶୀ ଆଜି (ଶୁକ୍ରବାର) ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି । ସେ ସ୍ବାତୀ ମାଲିୱାଲ ଘଟଣାର ପ୍ରକୃତ ସତ ବାହାର କରିବେ ବୋଲି ପ୍ରେସ କନଫରେନ୍ସ ପୂର୍ବରୁ କହିଥିଲେ ।

ଆପ୍‌ ରାଜ୍ୟସଭା ସାଂସଦ ସ୍ବାତୀ ମାଲିୱାଲ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ବିଭବ ତାଙ୍କୁ ଏକାଧିକ ଥର ଚାପୁଡ଼ା ମାରିବା ସହ ଛାତି ଓ ପେଟକୁ ଗୋଇଠା ମାରିଥିବା ସେ ଅଭିଯୋଗ କରିଥିଲେ । ଏହାପରେ ଦିଲ୍ଲୀ ପୋଲିସ ନିକଟରେ ସେ ଏକ ଏଫଆଇଆର ଦାଏର କରିଛନ୍ତି । ଏନେଇ ପୂର୍ବରୁ ଆପ୍‌ ସୁପ୍ରିମୋ କେଜ୍ରିୱାଲ ଚୁପ୍‌ ରହି ଆସୁଥିବା ବେଳେ ଆଜି ଆପ୍‌ ଏନେଇ ପ୍ରତିକ୍ରିୟା ରଖିଛି । ଆତିଶୀ ଅଭିଯୋଗ କରିଛନ୍ତି ଯେ ସ୍ବାତି ସୂଚନା ନ ଦେଇ ସିଏମଙ୍କ ବାସଭବନରେ ପହଞ୍ଚିଥିଲେ । ସେ କେଜ୍ରିୱାଲଙ୍କ ବିରୋଧରେ ଅଭିୟୋଗ ଆଣିବାକୁ ଚାହୁଁଥିଲେ ।

ଏହା ବି ପଢନ୍ତୁ- କେଜ୍ରିୱାଲଙ୍କ ବାସଭବନରେ ଦୁର୍ବ୍ୟବହାର ଘଟଣା, କାହାକୁ 'ପଲଟିକାଲ ହିଟମ୍ୟାନ' କହିଲେ ସ୍ବାତୀ

ସାମ୍ବାଦିକ ସମ୍ମିଳନୀରେ ଆତିଶୀ ଆହୁରି କହିଛନ୍ତି, "ସ୍ବାତି ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ତାଙ୍କ ଉପରେ ଅତି ଦୟନୀୟ ଭାବେ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । କିନ୍ତୁ ଆଜି ସାମ୍ନାକୁ ଆସିଥିବା ଭିଡିଓରେ କିଛି ଭିନ୍ନ ଦେଖିବାକୁ ମିଳିଛି । ଭିଡିଓରେ ସ୍ବାତୀ ବିଭବ କୁମାରଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରକୁ ଆସିବା ପରେ ବିଜେପି ଚିନ୍ତିତ ଅଛି । ସ୍ବାତୀ କାହିଁକି ବିନା ଆପୋଣ୍ଟମେଣ୍ଟରେ ସିଏମଙ୍କ ବାସଭବନକୁ କାହିଁକି ଯାଇଥିଲେ ? ସେ କେଜ୍ରିୱାଲଙ୍କ ବିରୋଧରେ ଏହି ଅଭିଯୋଗ ଆଣିବାକୁ ଚାହୁଁଥିଲେ । କିନ୍ତୁ ସୌଭାଗ୍ୟବଶତଃ ସେତେବେଳେ କେଜ୍ରିୱାଲ ନିଜ ବାସଭବନରେ ଉପସ୍ଥିତ ନଥିବାରୁ ସେ ଏଥିରୁ ବର୍ତ୍ତିଗଲେ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ମୋତେ ଗୋଇଠା-ଚାପୁଡା ମାରିଛନ୍ତି:ସ୍ବାତୀ ମାଲିୱାଲ

ସୂଚନା ଥାଉ କି ଆଜି ସ୍ବାତୀ ମାଲିୱାଲଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଠି ସେ କେଜ୍ରିୱାଲଙ୍କ ବାସଭବନରେ ଏକ ସୋଫା ଉପରେ ବସିଥିବା ବେଳେ ଉଚ୍ଚ ସ୍ବରରେ ସୁରକ୍ଷାକର୍ମୀଙ୍କ ସହିତ କଥାବାର୍ତ୍ତା କରୁଛନ୍ତି । ଏପରିକି ସେ ବିଭବ କୁମାରଙ୍କୁ ଧମକ ଚମକ ଦେଉଥିବା ବେଳେ ଆପତ୍ତିଜନକ ଭାଷାର ମଧ୍ୟ ଉପଯୋଗ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.