ETV Bharat / bharat

ଦେଶର ଜଣାଶୁଣା ହିନ୍ଦୁ ନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର, ମୌଲବୀକୁ ବାନ୍ଧିଲା ପୋଲିସ - Conspiracy to kill Hindu leaders

Conspiracy to kill Hindu leaders: ଦେଶରେ କିଛି ଜଣାଶୁଣା ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିଲା ମୌଲବୀ । ଅଘଟଣ ଘଟିବା ପୂର୍ବରୁ ମୌଲବୀକୁ କାବୁ କରିଛି ପୋଲିସ । ଜାଣନ୍ତୁ ପୁରା ଘଟଣା

Conspiracy to kill Hindu leaders
Conspiracy to kill Hindu leaders (Photo-ETV BHARAT)
author img

By ETV Bharat Odisha Team

Published : May 5, 2024, 4:31 PM IST

ମୌଲବୀକୁ ବାନ୍ଧିଲା ପୋଲିସ (ETV BHARAT)

ଗାନ୍ଧୀନଗର: ଦେଶରେ କିଛି ଜଣାଶୁଣା ହିନ୍ଦୁ ରାଜନେତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର । ଲୋକସଭା ନିର୍ବାଚନ ପୂର୍ବରୁ ଏମାନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା 27 ବର୍ଷୀୟ ମୌଲବୀର ଯୋଜନା ପଣ୍ଡ ହୋଇଛି । କିଛି ଅଘଟଣ ଘଟିବା ପୂର୍ବରୁ ସୁରଟ ପୋଲିସ ହତ୍ୟା ଷଡ଼ଯନ୍ତ୍ରକାରୀ ମୌଲବୀ ନିକଟରେ ପହଞ୍ଚି ତାକୁ ଗିରଫ କରିଛି । ଅଭିଯୁକ୍ତ ଜଣକର ପାକିସ୍ତାନ ଲିଙ୍କ ଥିବା ବେଳେ ହିନ୍ଦୁନେତାଙ୍କୁ ହତ୍ୟା କରିବା ଲାଗି 1 କୋଟି ସୁପାରି ମଧ୍ୟ ନେଇଥିଲା ।

ଅଭିଯୁକ୍ତ କିଏ ?: ସୁରଟ ପୋଲିସର ସୂଚନାନୁସାରେ ଅଭିଯୁକ୍ତର ନାମ ମୌଲବୀ ମହମ୍ମଦ ସୋହେଲ । ସେ ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାର ବାସିନ୍ଦା । ଦୀର୍ଘ ଦିନ ଧରି ସୁରଟ ଜିଲ୍ଲାର କଠୋର ଗ୍ରାମ ସ୍ଥିତ ଏକ ମଦ୍ରାସାରେ ପିଲାମାନଙ୍କୁ ଶିକ୍ଷା ଦେଉଥିଲା ଏବଂ ସେ ସୁରଟର ଲସଣକା ଗାଁ ନିକଟ ଏକ ଫ୍ୟାକ୍ଟ୍ରିରେ ମ୍ୟାନେଜର ଭାବେ କାମ କରୁଥିଲା । ମୌଲବୀର ଅସଲ ଉଦ୍ଦେଶ୍ୟ ସେତେବେଳେ ଜଣାପଡ଼ିଥିଲା ଯେ ଯେତେବେଳେ ସେ ସୁରତ ନିବାସୀ ଜଣେ ହିନ୍ଦୁ ନେତା ଓ ସନାତନ ସଙ୍ଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପଦେଶ ରାଣାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା ।

ଅଭିଯୁକ୍ତର ପାକିସ୍ତାନୀ ଲିଙ୍କ୍‌: ତଦନ୍ତ ପରେ ପୋଲିସ ମୌଲବୀ ନିକଟରେ ପହଞ୍ଚିବାରେ ସଫଳ ହୋଇଥିଲା । ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଗତ ଅଭିଯୁକ୍ତ ଜଣକ ଗତ ଦେଢ ବର୍ଷ ଧରି ପାକିସ୍ତାନ ଓ ନେପାଳ ମୋବାଇଲ ନମ୍ବର ବ୍ୟବହାର କରୁଥିବା ଶେହନାଜ ନାମକ ବ୍ୟକ୍ତି ସହ ଯୋଗାଯୋଗରେ ଥିଲା । କେବଳ ଏତିକି ନୁହେଁ ପାକିସ୍ତାନ, ଭିଏତନାମ, ଇଣ୍ଡୋନେସିଆ, କାଜାକିସ୍ତାନ, ଲାଓସ ଭଳି ବିଭିନ୍ନ ଦେଶର କୋଡ ଥିବା ହ୍ବାଟ୍ସଆପ୍ ମୋବାଇଲ୍ ନମ୍ବରଧାରୀଙ୍କ ସହ ଅଭିଯୁକ୍ତ ମୌଲଭୀ ମଧ୍ୟ ଯୋଗାଯୋଗରେ ଥିଲା । ଏହାପରେ ପୋଲିସ ଆଇପିସି ଧାରା 153ଏ, 467, 468, 471, 120ବି ସହିତ ଆଇଟି ଆକ୍ଟ -2000ର ଧାରା 66D, 67,67A ଅନୁଯାୟୀ ଏକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ।

ଟାର୍ଗେଟରେ ଥିଲେ ହିନ୍ଦୁ ନେତା: ଏହି ଘଟଣାରେ ସୁରଟ ପୋଲିସ କମିଶନର ଅନୁପମ ସିଂ ଗେହଲଟ୍ କହିଛନ୍ତି ଯେ ହିନ୍ଦୁ ନେତାମାନଙ୍କୁ ଧମକ ଦେଇ କ୍ରାଇମବ୍ରାଞ୍ଚ ସୁରଟର କାମରେଜ ଗାଁରୁ ମୌଲଭୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହମ୍ମଦ ସୋହେଲ ଅବୁବାକର ମୌଲଭୀ ପାକିସ୍ତାନ ଏବଂ ନେପାଳର ଲୋକଙ୍କ ସହ ଯୋଗାଯୋଗରେ ଥିଲା । ଅଭିଯୁକ୍ତ ହାଇଦ୍ରାବାଦ ବିଧାୟକ ତଥା ହିନ୍ଦୁବାଦୀ ନେତା ରାଜା ସିଂଙ୍କ ସହ ନୁପୁର ଶର୍ମାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲା ।

ପାକିସ୍ତାନରୁ ଆସୁଥିଲା ବନ୍ଧୁକ ଓ ଟଙ୍କା:- ସୁରଟ ପୋଲିସ କମିଶନର ଆହୁରି କହିଛନ୍ତି ଯେ ଏହି ଘଟଣା ଘଟାଇବା ପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବାକୁ ମୌଲଭୀ ବାରମ୍ବାର ଜିଦ୍ ଧରିଥିଲା । ଖୁବଶୀଘ୍ର ଅସ୍ତ୍ର ଆଣିବାକୁ ଏକ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ହିନ୍ଦୁ ନେତାମାନଙ୍କୁ ସେମାନଙ୍କର ଅନେକ ବିବୃତ୍ତି ଯୋଗୁଁ ଟାର୍ଗେଟ କରାଯାଉଥିଲା । ପାକିସ୍ତାନୀ କଟ୍ଟରପନ୍ଥୀମାନେ ହିନ୍ଦୁ ନେତାମାନଙ୍କୁ ଧମକ ଦେଇଥିଲେ ଏବଂ ସେମାନଙ୍କୁ ହତ୍ୟା କରିବା ପାଇଁ ମୌଲଭୀକୁ 1 କୋଟି ଟଙ୍କା ଦେବାକୁ ପ୍ରତିଶୃତି ଦେଇଥିଲେ ।

ଗେମ୍‌ ଆପରେ କଥାବାର୍ତ୍ତା ହେଉଥିଲା:- ପୋଲିସର ସୂଚନା ଅନୁସାରେ ଅଭିଯୁକ୍ତ ପାକିସ୍ତାନ ସମେତ ଅନ୍ୟ ଦେଶରେ ଥିବା କଟ୍ଟରପନ୍ଥୀଙ୍କ ସହିତ ଭର୍ଚ୍ଚୁଆଲ ଯୋଗେ ବାର୍ତ୍ତାଳାପ କରୁଥିଲା । ସେ ହ୍ବାଟ୍ସଆପ ସମେତ କଥାବାର୍ତ୍ତା ପାଇଁ କିଛି ଗେମ୍‌ ଆପର ମଧ୍ୟ ବ୍ୟବହାର କରୁଥିଲା । ହିନ୍ଦୁ ନେତାଙ୍କ ଲାଗି ସ୍ବତନ୍ତ୍ର କୋଡ ୱାର୍ଡର ବ୍ୟବହାର କରାୟାଉଥିଲା । ଲୋକସଭା ନିର୍ବାଚନ ପୂର୍ବରୁ ଏହି ହିନ୍ଦୁ ନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା ଥିଲା । ଯାହାଦ୍ବାରା ନିର୍ବାଚନୀ ପରିବେଶ ବିଶୃଙ୍ଖଳିତ ହେବ ।

ସୂଚନା ଥାଉ କି ସୁରଟର ଉପଦେଶ ରାଣାଙ୍କୁ ଧମକ ଆସିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଉପଦେଶ ରାଣା ଏକ ଏନଜିଓ ଚଲାଉଥିଲେ । ତାଙ୍କ ସଂସ୍ଥାର ଜଣେ ସଦସ୍ୟ କମଳେଶ ତିୱାରୀଙ୍କୁ ଗତ 2019 ମସିହାରେ ହତ୍ୟା କରାଯାଇଥିଲା । ସେପଟେ କିଶନ ଭରୱାଡ ହତ୍ୟାକାଣ୍ଡ ଘଟଣାରେ ଉପଦେଶ ଦେଇଥିବା ବୟାନକୁ ନେଇ ତାଙ୍କୁ ଧମକ ଦିଆଯାଇଥିଲା । ଏହାପରେ ଉପଦେଶଙ୍କୁ ଏକ୍ସ ସୁରକ୍ଷା ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ- ଧର୍ମାନ୍ତରୀକରଣର ପର୍ଦ୍ଦାଫାସ: ମୌଲାନା କଲିମଙ୍କୁ ବାନ୍ଧିଲା ୟୁପି ATS

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.