ETV Bharat / bharat

ନିର୍ବାଚନୀ ବଣ୍ଡ ମାମଲାରେ ଷ୍ଟେଟବ୍ୟାଙ୍କକୁ 'ସୁପ୍ରିମ' ନିର୍ଦ୍ଦେଶ; 'ଚୟନାତ୍ମକ ନୁହେଁ, ସଂପୂର୍ଣ୍ଣ ତଥ୍ୟ ସାର୍ବଜନୀନ କର' - Supreme Court on Electoral Bonds

Supreme Court on SBI Electoral Bonds: ଷ୍ଟେଟବ୍ୟାଙ୍କକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ନିର୍ବାଚନୀ ବଣ୍ଡ ସହିତ ଜଡ଼ିତ ସମସ୍ତ ତଥ୍ୟ ପ୍ରଦାନ କରନ୍ତୁ । ଅଧିକ ପଢନ୍ତୁ

Supreme Court on Electoral Bonds
Supreme Court on Electoral Bonds
author img

By ETV Bharat Odisha Team

Published : Mar 18, 2024, 12:57 PM IST

ନୂଆଦିଲ୍ଲୀ: ଷ୍ଟେଟବ୍ୟାଙ୍କକୁ ପୁଣି ସୁପ୍ରିମ ଝଟକା । ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସୁପ୍ରିମକୋର୍ଟ ତରଫରୁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ଏକ ବଡ ଝଟକା ଲାଗିଛି । ଆଜି(ସୋମବାର) କୋର୍ଟ SBIକୁ କଡା ଭର୍ତ୍ସନା କରିଛନ୍ତି । ଆସନ୍ତା ମାର୍ଚ୍ଚ 21 ତାରିଖ ସନ୍ଧ୍ୟା 5ଟା ମଧ୍ୟରେ ସମସ୍ତ ତଥ୍ୟ ଦେବାକୁ ପଡିବ । ଏହାସହିତ ଏକ ଆଫିଡେଭିଟ୍ ଦେବାକୁ ପଡିବ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି । ତେବେ ବଣ୍ଡ ନମ୍ବର ସାମ୍ନାକୁ ଆସିଲେ କ୍ରେତାମାନେ କେଉଁ ଦଳକୁ କେତେ ଟଙ୍କା ଚାନ୍ଦା ଆକାରରେ ଦେଇଛନ୍ତି ତାହା ସ୍ପଷ୍ଟ ହେବ । ତେବେ ଏହି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଏସବିଆଇ ପ୍ରଦାନ କରିନଥିବା ବେଳେ ସାର୍ବଜନୀନ କରିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ ।

ଏନେଇ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି, " ଏହି ପ୍ରସଙ୍ଗରେ କୌଣସି ତଥ୍ୟ ଲୁଚାଇବା ଉଚିତ ନୁହେଁ । ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ହେବ ।" ତେବେ ଶୁଣାଣି ସମୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସମ୍ପୁର୍ଣ୍ଣ ତଥ୍ୟ କାହିଁକି ପ୍ରଦାନ କରାଯାଇ ନାହିଁ ବୋଲି ଏସବିଆଇକୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, "ଶୁଣାଣି ସମୟରେ ସ୍ପଷ୍ଟ କରାଯାଇଥିଲା ଯେ, ସିଲେକ୍ଟିଭ ନୁହେଁ, ସମସ୍ତ ବିବରଣୀ ପ୍ରକାଶ କରାଯିବା ଉଚିତ । କିଛି ରଚନାତ୍ମକ ହେବା ଉଚିତ ନୁହେଁ । କୋର୍ଟଙ୍କ ନିର୍ଦ୍ଦେଶ ଉପରେ ନିର୍ଭର କରନ୍ତୁ ନାହିଁ । ସମସ୍ତ ତଥ୍ୟ ଖୁଲାସା କରିବାର ଆବଶ୍ୟକତା ରହିଛି । ଏସବିଆଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁସରଣ କରିବାକୁ ବାଧ୍ୟ ଅଟନ୍ତି ।"

ବଣ୍ଡ ନମ୍ବର ଦେଇନଥିଲା SBI : ଏସବିଆଇ ପକ୍ଷରୁ ଓକିଲ ହରୀଶ ସାଲଭେ କହିଛନ୍ତି, "ଆମେ ଯେଉଁଭଳି ଭାବେ ବୁଝିଥିଲୁ ସେଭଳି ଭାବେ ଆଦେଶର ପାଳନ କରିଛୁ । ଆମେ କେବଳ ବ୍ୟବସ୍ଥିତ ଭାବେ ସମ୍ପୂର୍ଣ୍ଣ ସୂଚନା ସେୟାର କରିବା ପାଇଁ ସମୟ ମାଗିଥିଲୁ । "

ଏହା ଉପରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି , "ଗତ ଶୁଣାଣିରେ ଆମେ ଏସବିଆଇକୁ ନୋଟିସ ଜାରି କରିଥିଲୁ । ସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ ଆମେ କହିଥିଲୁ । କିନ୍ତୁ ଏସବିଆଇ ବଣ୍ଡ ନମ୍ବର ଦେଇ ନାହିଁ । ଏସବିଆଇ ସମସ୍ତ ଆଦେଶ ପାଳନ କରିବା ଉଚିତ । ନିର୍ବାଚନ ଆୟୋଗକୁ ସମସ୍ତ ବଣ୍ଡ ନମ୍ବର ପ୍ରଦାନ କରିବାର ଆବଶ୍ୟକତା ରହିଛି । "

ସୂଚନାଥାଉକି, ନିର୍ବାଚନୀ ବଣ୍ଡ ସମ୍ପର୍କରେ ସୂଚନା ଦେବା ମାମଲାରେ ଏସବିଆଇର ଆବେଦନ ଉପରେ ମାର୍ଚ୍ଚ 11 ତାରିଖରେ ଶୁଣାଣି ହୋଇଥିଲ । ମାର୍ଚ୍ଚ 12 ସୁଧା ସମସ୍ତ ପ୍ରକାର ବିବରଣୀ ଦେବା ପାଇଁ କୁହାଯାଇଥିଲା । ତେବେ ଜୁନ 30 ପର୍ଯ୍ୟନ୍ତ ଏସବିଆଇ ସମୟ ମାଗିଥିବା ବେଳେ କୋର୍ଟ ଆବେଦନକୁ ଖାରଜ କରିଥିଲେ । ମାର୍ଚ୍ଚ 15 ତାରିଖ ସୁଦ୍ଧା ଓ୍ବେବସାଇଟରେ ପ୍ରକାଶ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.