ETV Bharat / bharat

ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଡାଉନଲୋଡ କରିବା ଅପରାଧ - Child Pornography

author img

By ETV Bharat Odisha Team

Published : 3 hours ago

Updated : 3 hours ago

Supreme Court On Child Pornography: ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏଣିକି ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଡାଉନଲୋଡ କରିବା ଅପରାଧ ଭାବେ ଗ୍ରହଣ କରାଯିବ । ଜାଣନ୍ତୁ କଣ ପୂରା ମାମଲା ।

CHILD PORNOGRAPHY
CHILD PORNOGRAPHY (IANS)

ନୂଆଦିଲ୍ଲୀ: ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫିକୁ ନେଇ ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଏଣିକି ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଓ ଡାଉନଲୋଡ କରିବା ପୋକ୍ସୋ(POCSO) ଆକ୍ଟ ଅନୁଯାୟୀ ଅପରାଧ ଭାବେ ଗ୍ରହଣ କରାଯିବ । ସିଜେଆଇ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ପ୍ରର୍ଣ୍ଣୋଗ୍ରାଫି ସ୍ଥାନରେ ଶିଶୁ ଯୌନ ଶୋଷଣ ଓ ଦୁର୍ବବ୍ୟହାର ସାମଗ୍ରୀ ଆଣିବା ପାଇଁ ଅଧ୍ୟାଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିସହ ସମସ୍ତ ହାଇକୋର୍ଟଙ୍କୁ ଶିଶୁ ପ୍ରର୍ଣ୍ଣୋଗ୍ରାଫି ଶବ୍ଦ ବ୍ୟବହାର ନକରିବାକୁ ମଧ୍ୟ କହିଛନ୍ତି ।

ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଡାଉନଲୋଡ କରିବା ଅପରାଧ:

ମୋବାଇଲରେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ସହ ଜଡିତ ଅଶ୍ଲୀଳ କଣ୍ଟେଣ୍ଟ ରଖିବା ନେଇ ଚାଲିଥିବା ମାମଲାକୁ ମାଡ୍ରାସ ହାଇକୋର୍ଟ ରଦ୍ଦ କରିଥିଲେ । ତେବେ ହାଇକୋର୍ଟ ରଦ୍ଦ କରିଥିବା ମାମଲାକୁ ପୁଣିଥରେ ସେସନ କୋର୍ଟକୁ ପଠାଇଛନ୍ତି ସୁପ୍ରିମକୋର୍ଟ । ଶିଶୁଙ୍କ ସୁରକ୍ଷା ପାଇଁ କାମ କରୁଥିବା ବିଭିନ୍ନ ସଙ୍ଗଠନ ହାଇକୋର୍ଟଙ୍କ ଆଦେଶ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ସହ ଜଡିତ କିଛି ବି ଅଶ୍ଲୀଳ କଣ୍ଟେଣ୍ଟ ଦେଖିବା ବା ଡାଉନଲୋଡ କରିବା ପୋକ୍ସୋ ଓ ଆଇଟି ଅଧିନିୟମ ଅନୁଯାୟୀ ଅପରାଧ ଅଟେ । ଗତ 19 ଏପ୍ରିଲରେ ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଦାୟର ହୋଇଥିବା ଯାଚିକାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ମାଡ୍ରାସ କୋର୍ଟ କହିଥିଲେ, ବ୍ୟକ୍ତିଗତ ଇଲୋଟ୍ରୋନିକ୍ସ ଡିଭାଇସରେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଡାଉନଲୋଡ କରିବା ବା ତାକୁ ଦେଖିବା ଅପରାଧ ନୁହେଁ । ପୋକ୍ସୋ ଅଧିନିୟମ ଓ ଆଇଟି ଅଧିନିୟମ ଅନୁସାରେ ଏହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଜଷ୍ଟ ରାଇଟ୍‌ ଫର୍‌ ଚିଲଡ୍ରେନ ଆଲାଏନ୍ସ ନାମକ ଏକ NGO ସୁପ୍ରିମକୋର୍ଟରେ ଯାଚିକା ଦାଏର କରିଥିଲେ ।

ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ମାମଲା ଶୁଣାଣି ବେଳେ ଜଷ୍ଟିସ ଟିପ୍ପଣୀ କରି କରିଛନ୍ତି, ଶିଶୁଙ୍କ ପ୍ରର୍ଣ୍ଣୋଗ୍ରାଫି ବ୍ୟବହାର କରିବା ଅପରାଧ ଅଟେ । ସିଜେଆଇ କହିଥିଲେ, କାହାଠୁ ବି ଭିଡିଓ ମିଳିବା ପୋକ୍ସୋ ଧାରା-15ର ଉଲ୍ଲଙ୍ଘନ ନୁହେଁ, ଯଦି ଆପଣ ଦେଖୁଛନ୍ତି ଏବଂ ଅନ୍ୟ କାହାକୁ ପଠାଉଛନ୍ତି । ତାହା ଆଇନ ଉଲ୍ଲଙ୍ଘନ ଅଟେ ।

ମାଡ୍ରାସ ହାଇକୋର୍ଟ କହିଥିଲେ, ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ଦେଖିବା ଅପରାଧ ନୁହେଁ:

ପ୍ରର୍ଣ୍ଣୋଗ୍ରାଫି ଦେଖିବା ଅପରାଧ ନୁହେଁ । କିନ୍ତୁ ମାଡ୍ରାସ ହାଇକୋର୍ଟ କହିଥିଲେ ଶିଶୁ ପ୍ରର୍ଣ୍ଣୋଗ୍ରାଫି ଦେଖିବା ବି ଅପରାଧ ନୁହେଁ । ଶିଶୁଙ୍କ ପ୍ରର୍ଣ୍ଣୋଗ୍ରାଫି ବ୍ୟବହାର କରିବା ଅପରାଧ ଅଟେ ।

ବାରମ୍ବାର ଶିଶୁ ପ୍ରର୍ଣ୍ଣୋଗ୍ରାଫି ଦେଖିଥିଲା ଅଭିଯୁକ୍ତ:

ଗତ ଜାନୁଆରୀରେ ମାଡ୍ରାସ ହାଇକୋର୍ଟ, ଜଣେ 28 ବର୍ଷୀୟ ବ୍ୟକ୍ତି ହରିଶଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ଖାରଜ କରିଦେଇଥିଲେ । ଏହି ବ୍ୟକ୍ତିଙ୍କ ଉପରେ ଚାଇଲ୍ଡ ପ୍ରର୍ଣ୍ଣୋଗ୍ରାଫି ସହ ଜଡିତ ଅଶ୍ଲୀଳ କଣ୍ଟେଣ୍ଟ ଡାଉନଲୋଡ କରିବା ଓ ଦେଖିବା ଭଳି ଅଭିଯୋଗ ରହିଥିଲା ।

ଏ ସମ୍ପର୍କିତ କିଛି ଖବର ପଢନ୍ତୁ...

'ବିଚାରପତିଙ୍କ ଦ୍ବାରା ବି ଭୁଲ ହୋଇପାରେ', ଚାଇଲ୍ଡ ପୋର୍ଣ୍ଣୋଗ୍ରାଫି ମାମଲାରେ କାହିଁକି ଏମିତି କହିଲେ କୋର୍ଟ

ହ୍ୟାକର୍ସଙ୍କ ହରକତ, ସୁପ୍ରିମକୋର୍ଟ YouTube ଚ୍ୟାନେଲ ହ୍ୟାକ

କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ

ଝିଅମାନଙ୍କୁ ବିନ୍ଦି ଓ ତିଳକ ଲଗାଇବାକୁ ବ୍ୟାନ କରିବେ କି ? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.