ETV Bharat / bharat

ନୂଆ ରୂପରେ ନ୍ୟାୟ ଦେବୀ: ଆଖିରୁ ହଟିଲା କଳା ପଟି, ଆଉ ଅନ୍ଧ ନୁହେଁ ଆଇନ !

କୁହାଯାଏ, ଆଇନ ଅନ୍ଧ । ହେଲେ ଏବେ ତାହାର ବୀପରିତ ଚିତ୍ର ଦେଖିବାକୁ ମିଳିଛି । ଆଇନ ଅନ୍ଧ ନୁହେଁ ବୋଲି ଦିଆଯାଇଥିବା ବାର୍ତ୍ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

author img

By ETV Bharat Odisha Team

Published : 3 hours ago

Updated : 2 hours ago

Justice Lady New Statue
Justice Lady New Statue (Social Media)

ହାଇଦ୍ରାବାଦ: ସୁପ୍ରିମକୋର୍ଟରେ ନ୍ୟାୟ ଦେବୀଙ୍କ ନୂଆ ପ୍ରତିମା । ହଟିଲା ନ୍ୟାୟ ଦେବୀଙ୍କ ଆଖିର ପଟି । ଖାଲି ସେତିକି ନୁହେଁ, ହାତରେ ଥିବା ତଲୱାର ହଟାଇ ସମ୍ବିଧାନ ପୁସ୍ତକ ଧରାଯାଇଛି। ସୁପ୍ରିମକୋର୍ଟ ଜଜଙ୍କ ପୁସ୍ତକାଳୟରେ ଏହି ନୂଆ ମୂର୍ତ୍ତି ରଖାଯାଇଛି । ଏହାଦ୍ବାରା ସନ୍ଦେଶ ଦିଆଯାଇଛି ଯେ, ଆଇନ ଅନ୍ଧ ନୁହେଁ । ତେଣୁ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।

ନ୍ୟାୟଦେବୀଙ୍କ ନୂଆ ରୂପ କିପରି ?

ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ନ୍ୟାୟଦେବୀଙ୍କ ପ୍ରତିମୂର୍ତ୍ତି ଧଳା ରଙ୍ଗର ରହିଛି । ଭାରତୀୟ ନାରୀ ପରି ରହିଛି ବେଶଭୂଷା । ମୁଣ୍ଡରେ ରାଣୀଙ୍କ ପରି ମୁକୁଟ ରହିଛି । ବେକରେ ହାର ଓ ହାତରେ ଚୁଡ଼ି ଭଳି ଅଳଙ୍କାର ପିନ୍ଧିଛନ୍ତି। ଆଉ ହାତରେ ତରାଜୁ ଧରିଥିବାର ନଜର ଆସିଛନ୍ତି । ସବୁଠୁ ବଡ଼ କଥା ହେଉଛି ହାତରେ ତଲୱାର ପରିବର୍ତ୍ତେ ସମ୍ବିଧାନ ଉଲ୍ଲେଖ ଥିବା ପୁସ୍ତକ ଧରିଥିବା ଦେଖିବାକୁ ମିଳିଛି ।

ଲେଡି ଜଷ୍ଟିସ କିଏ?

ବିଶେଷ ଭାବେ ଏହି ମୂର୍ତ୍ତି 'ନ୍ୟାୟ ଦେବୀ' ନାଁରେ ଜଣାଶୁଣା । ଯାହାକୁ ଇଂରାଜୀରେ କୁହାଯାଏ 'ଲେଡି ଜଷ୍ଟିସ' ହେଲେ ବର୍ତ୍ତମାନ ଏକ ଭିନ୍ନ ରୂପର ମୂର୍ତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯଦିଓ ସୁପ୍ରିମକୋର୍ଟ ଜଜଙ୍କ ପୁସ୍ତକାଳୟରେ ଏହାକୁ ଦେଖିବାକୁ ମିଳିଛି, ତେବେ ଆଗକୁ ଏହା କେଉଁଠି କେଉଁଠି ରଖାଯିବ ସେନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ଏହା ବି ପଢନ୍ତୁ...ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ, କଣ କହୁଛନ୍ତି ଆଇନ ବିଶେଷଜ୍ଞ ? ଜାଣନ୍ତୁ - LEGAL EXPERTS ON NEW LAWS

ଏହା ବି ପଢନ୍ତୁ- ଦେଶରେ ଲାଗୁ ହେଲା ତିନି ନୂଆ ଅପରାଧିକ ଆଇନ୍‌, ଭାରତୀୟ ନ୍ୟାୟ ସଂହିତାରେ ଦିଲ୍ଲୀରେ ପ୍ରଥମ FIR

ଯେତେବେଳେ ଜଣେ ଅସୁବିଧାର ସମ୍ମୁଖୀନ ହୁଏ, ସେତେବେଳେ ସେ ନ୍ୟାୟ ପାଇଁ ହେବାକୁ ଅଦାଲତଙ୍କ ଦ୍ବାରସ୍ଥ ହୁଏ । ତେବେ ବିଭିନ୍ନ ସ୍ଥାନରେ ନ୍ୟାୟ ଦେବୀ ଆଖିରେ କଳା କପଡ଼ା ବାନ୍ଧିଥିବାର ଦେଖିବାକୁ ମିଳେ। ଏହାର ଅର୍ଥ ନ୍ୟାୟ ପାଇଁ ଦ୍ବାରସ୍ଥ ବ୍ୟକ୍ତି ଧନୀ ହେଉ ବା ଗରିବ ରାଜନେତା ହେଉ ଅବା ସାଧାରଣ ନାଗରିକ କିଛି ନଦେଖି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଏ। ତେଣୁ କୁହାଯାଏ ଆଇନ ଅନ୍ଧ। ହେଲେ ବର୍ତ୍ତମାନ ଏହି ନ୍ୟାୟ ଦେବୀଙ୍କ ନୂଆ ପ୍ରତିମାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଏହା ବି ପଢନ୍ତୁ...କଏଦୀଙ୍କ କ୍ଷେତ୍ରରେ ଜାତିଗତ ଭେଦଭାବ ନହେଉ: ସୁପ୍ରିମକୋର୍ଟ - SC Against Caste Discrimination

ଏହା ବି ପଢନ୍ତୁ...ନ୍ୟାୟ ବିନା ଶକ୍ତି ମୂଲ୍ୟହୀନ - Justice and Power

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.