ETV Bharat / bharat

ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ - Lok Sabha Polls 2024 - LOK SABHA POLLS 2024

Indira Gandhi Assassin's Son To Contest Polls: ଇନ୍ଦିରା ଗାନ୍ଧୀଙ୍କ ଦୁଇ ହତ୍ୟାକାରୀ ମଧ୍ୟରୁ ଜଣକ ପୁଅ ଆସନ୍ତା ଲୋକସଭା ନିର୍ବାଚନ ଲଢିବେ । ପଞ୍ଜାବର ଫରିଦକୋଟ ଆସନରୁ ସେ ପ୍ରତିଦ୍ବନ୍ଦିତା କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 12, 2024, 7:09 AM IST

ଚଣ୍ଡିଗଡ଼: ନିର୍ବାଚନ ଲଢିବେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଗୁଳି କରିଥିବା ଦୁଇ ହତ୍ୟାକାରୀଙ୍କ ମଧ୍ୟରୁ ଜଣକ ପୁଅ ୪୫ ବର୍ଷୀୟ ସରବଜିତ ସିଂ ପଞ୍ଜାବର ଫରିଦକୋଟ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ । ଏନେଇ ସରବଜିତ ଗୁରୁବାର କହିଛନ୍ତି ଯେ, ଫରିଦାବାଦର ଅନେକ ଲୋକେ ତାଙ୍କୁ ନିର୍ବାଚନ ଲଢିବାକୁ କହିଥିଲେ । ତେଣୁ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢିବେ । ସରବଜତି ସିଂ ହେଉଛନ୍ତି ଦୁଇ ହତ୍ୟାକାରୀ ମଧ୍ୟରୁ ଜଣେ ବେଅନ୍ତ ସିଂହର ପୁଅ ।

୧୯୮୪ ମସିହା ଅକ୍ଟୋବର ୩୧ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ବାସଭବନରେ ଦୁଇ ଅଙ୍ଗରକ୍ଷୀ ବେଅନ୍ତ ସିଂ ଏବଂ ସତୱନ୍ତ ସିଂ ଗୁଳି କରି ହତ୍ୟା କରିଥିଲେ । ସରବଜତି ସିଂ ହେଉଛନ୍ତି ବେଅନ୍ତ ସିଂର ପୁଅ । ତେବେ ପୂର୍ବରୁ ମଧ୍ୟ ସେ ନିର୍ବାଚନ ଲଢି ସାରିଛନ୍ତି । ୨୦୦୪ ଲୋକସଭା ନିର୍ବାଚନରେ ସରବଜତି ଭଟିଣ୍ଡାରୁ ଆସନରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ସେତେବେଳେ ତାଙ୍କୁ ୧.୧୩ ଲକ୍ଷ ଭୋଟ ମିଳିଥିଲା । ୨୦୦୭ ପଞ୍ଜାବ ବିଧାନସଭା ନିର୍ବାଚନରେ ଭଦୌର ସିଟରୁ ସେ ପୁଣି ପ୍ରତିଦ୍ବନ୍ଦିତା କରି ହାରିଥିଲେ ।

ଏହାପରେ ୨୦୧୪ ଲୋକସଭା ନିର୍ବାଚନରେ ସରବଜିତ ଫତେହଗଡ ସାହିବରୁ ଆଉ ଥରେ ନିଜ ଭାଗ୍ୟ ପରୀକ୍ଷା କରି ଅସଫଳ ହୋଇଥିଲେ । ତେବେ ତାଙ୍କର ମାଆ ବିମଲ କୌର ୧୯୮୯ରେ ରୋପର ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ଜୁନ ୧ ତାରିଖରେ ପଞ୍ଜାବର ୧୩ ଲୋକସଭା ଆସନରେ ମତଦାନ ହେବ । ସରବଜିତ ଲଢୁଥିବା ଫରିଦକୋଟ ଲୋକସଭା ଆସନରେ ଆପ୍ ଅଭିନେତା କରମଜିତ ଅନମୋଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି କଣ୍ଠଶିଳ୍ପୀ ହନ୍ସ ରାଜ ହନ୍ସଙ୍କୁ ଟିକଟ ଦେଇଛି । ବର୍ତ୍ତମାନ ଏହି ଲୋକସଭା ଆସନଟି କଂଗ୍ରେସ ଦଖଲରେ ଅଛି । କଂଗ୍ରେସ ସାଂସଦ ମହମ୍ମଦ ସିଦ୍ଦିକ ଏବେ ଫରିଦକୋଟ ସାଂସଦ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ମୈଦାନରେ କଙ୍ଗନାଙ୍କ ବୟାନ ଝଡ; ରାହୁଲ ଗାନ୍ଧୀ, ବିକ୍ରମାଦିତ୍ୟ ସିଂଙ୍କୁ କହିଲେ 'ପପ୍ପୁ' - KANGANA RANAUT SLAMS CONGRESS

୧୯୮୪ ଅକ୍ଟୋବର ୩୧ ତାରିଖ ଦିନ ନୂଆଦିଲ୍ଲୀର ସଫଦରଜଙ୍ଗ ରୋଡରେ ଥିବା ଇନ୍ଦିରା ଗାନ୍ଧୀଙ୍କ ସରକାରୀ ବାସଭବନରେ ତାଙ୍କୁ ହତ୍ୟା କରାଯାଇଥିଲା । ଘର ଆଗରେ ବୁଲୁଥିବା ସମୟରେ ନିଜର ଦୁଇ ଅଙ୍ଗରକ୍ଷୀଙ୍କ ଗୁଳିରେ ସେ ଟଳି ପଡିଥିଲେ । ଅଙ୍ଗରକ୍ଷୀ ସତୱନ୍ତ ସିଂ ଏବଂ ବେଅନ୍ତ ସିଂ ତାଙ୍କୁ ଆଖିବୁଜା ଗୁଳିମାଡ କରିଥିଲେ । ସେତେବେଳେ ଖଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ବ୍ଲୁ ଷ୍ଟାର ଓ ଅମୃତସରର ସ୍ବର୍ଣ୍ଣ ମନ୍ଦିର ଭିତରେ ହୋଇଥିବା ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଶିଖ୍ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା ଏବଂ ଏହା ହିଁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର କାରଣ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.