ETV Bharat / bharat

ପ୍ରେମ ସିଂ ତମାଙ୍ଗ କିଏ ? ଯିଏ ଲଗାତାର ସିକ୍କିମରେ କରିବାକୁ ଯାଉଛନ୍ତି ସରକାର - Prem Singh Tamang

Who Is Prem Singh Tamang: ଦ୍ବିତୀୟ ଥର ସିକ୍କିମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ପ୍ରେମ ସିଂ ତମାଙ୍ଗ କିଏ ? ତାଙ୍କର ରାଜନୈତିକ କ୍ୟାରିଅର କିପରି ରହିଛି ? ଜାଣନ୍ତୁ

author img

By ETV Bharat Odisha Team

Published : Jun 2, 2024, 8:40 PM IST

Prem Singh Tamang
Prem Singh Tamang (ETV Bharat)

ହାଇଦ୍ରାବାଦ: ଚଳିତ ବର୍ଷ ଦ୍ବିତୀୟ ଥର ସିକ୍କିମର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପ୍ରେମ ସିଂ ତମାଙ୍ଗ । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ପ୍ରତିଷ୍ଠାତା ପ୍ରେମ ସିଂ ତମାଙ୍ଗ ୨୦୧୯ରୁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି ।

ପ୍ରେମ ସିଂ ତମାଙ୍ଗ କିଏ ?

ପ୍ରେମ ସିଂ ତମାଙ୍ଗ ପିଏମ ଗୋଲେ ନାଁରେ ବେଶ ଜଣାଶୁଣା । ୧୯୬୮ ମସିହାରେ ପଶ୍ଚିମ ସିକ୍କିମର ସୋରେଙ୍ଗରେ ସେ ଜନ୍ମଗ୍ରହଣ କରିଥିଲେ । ୧୯୯୪ରେ ଚାକୁଂଗ ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ।

ତମାଙ୍ଗଙ୍କ ବୃତ୍ତିଗତ ଜୀବନ: ପ୍ରେମ ସିଂ ତମାଙ୍ଗ ସରକାରୀ ସ୍କୁଲରେ ଶିକ୍ଷକତା କରୁଥିଲେ । ପରେ ସେ ପାଇଁ ସରକାରୀ ଚାକିରି ଛାଡି ରାଜନୀତିରେ ଏଣ୍ଟ୍ରି କରିଥିଲେ ।

ତମାଙ୍ଗଙ୍କ ରାଜନୈତିକ କ୍ୟାରିଅର: ୪ ଫେବ୍ରୁଆରୀ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (SKM) ଗଠନ କରିଥିଲେ ପ୍ରେମ ସିଂ ତମାଙ୍ଗ । ଯାହାର ସଭାପତି ଥିଲେ ଭାରତୀ ଶର୍ମା । ଏହି ଦଳ ଗଠନରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ପ୍ରେମ ସିଂ ତମାଙ୍ଗ । ପୂର୍ବରୁ ତମାଙ୍ଗ ସିକିମ ଡେମୋକ୍ରାଟି ଫଣ୍ଟ (SDF) ଦଳରେ ଥିଲେ । ୨୦୧୯ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ସହ ମତଭେଦ ହେବାରୁ ଦଳ ଛାଡିଥିଲେ ତମାଙ୍ଗ । ୨୦୧୯ ନିର୍ବାଚନରେ ଏସକେଏମ ୩୨ରୁ ୧୭ ସିଟ୍ ହାତେଇଥିଲା । ୧୯୯୪ରୁ ମୁଖ୍ୟମନ୍ତ୍ରୀ ରହିଆସିଥିବା ପବନ ଚାମଲିଙ୍ଗକୁ ସେ ହରାଇବାରେ ସଫଳ ହେବା ସହ ରେକର୍ଡ ହାସଲ କରିଥିଲେ ।

ଗାଈ ବିତରଣ ଯୋଜନା ଘୋଟାଲା: ୨୦୧୭ରେ ଗାଈ ବିତରଣ ଘୋଟାଲା ଯୋଜନାରେ ଘୋଟାଲା ଅଭିଯୋଗ ଆସିଥିଲା । ୯ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗରେ ଜେଲ ଯାଇଥିଲେ ପ୍ରେମ ସିଂ ତମାଙ୍ଗ । ଏହି ଘୋଟାଲା ୧୯୯୪ରୁ ୧୯୯୯ ମଧ୍ୟରେ ହୋଇଥିଲା । ସେହି ସମୟରେ ସେ ପଶୁପାଳନ ମନ୍ତ୍ରୀ ଦାୟିତ୍ବରେ ଥିଲେ । ୧୦ ଅଗଷ୍ଟ ୨୦୧୮ରେ ସେ ଜେଲରୁ ମୁକୁଳିଥିଲେ ।

ଗତ ନିର୍ବାଚନରେ ବାଜିମାତ କରି ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରେମ ସିଂ ତମାଙ୍ଗ ପୁଣି ଥରେ ସିକିମର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି । ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୩୨ ହୋଇଥିବାବେଳେ ୩୧ ହାସନ ହାତେଇ କ୍ଲିନ୍ ସ୍ବିପ କରିଛି SKM ।

ଏହା ବି ପଢନ୍ତୁ...ସିକିମରେ ଶାସକ SKMର କ୍ଲିନ ସ୍ବିପ୍, ଅରୁଣାଚଳରେ ରିପିଟ୍ ଭାଜପା ସରକାର - Arunachal And Sikim Result

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.