ETV Bharat / bharat

ହାଇଦ୍ରାବାଦ ବାଦଲ ଫଟା ବର୍ଷାରେ ଗଲା ୪ ଓଡ଼ିଆଙ୍କ ଜୀବନ, ମୋଟ ମୃତ୍ୟୁସଂଖ୍ୟା ୧୪ - Heavy Rain In Hyderabad - HEAVY RAIN IN HYDERABAD

Heavy Rain In Hyderabad: ହାଦ୍ରାବାଦରେ ଅଦିନିଆ ବର୍ଷା ଯୋଗୁଁ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା 14ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଓଡିଶାରୁ 4ଜଣ ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

Heavy Rain In Hyderabad
Heavy Rain In Hyderabad (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 2:10 PM IST

Updated : May 9, 2024, 2:25 PM IST

ହାଇଦ୍ରାବାଦ: ଲଗାଣ ବର୍ଷାରେ ଉବୁଟୁବୁ ହାଇଦ୍ରାବାଦ । ଅଦିନିଆ ବର୍ଷା ଯୋଗୁଁ ଚାଲିଗଲା ମୂଲ୍ୟବାନ ଜୀବନ । ମଙ୍ଗଳବାର ହାଇଦ୍ରାବାଦରେ ବାଦଲଫଟା ଲଗାଣ ବର୍ଷା କାରଣରୁ ବର୍ତ୍ତମାନ ସୁଦ୍ଧା 14ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ପୋଲିସ ତରଫରୁ ସୂଚନା ଦିଆଯାଇଛି । ସେଥି ମଧ୍ୟରୁ 10ଜଣ ଅନ୍ୟ ରାଜ୍ୟର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଓଡିଶାରୁ ମୋଟ 4ଜଣଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ଗତ କିଛିଦିନ ହେବ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ମାଡି ଆସିଥିଲା ବର୍ଷା । ଚାରିଆଡେ ଆଣ୍ଠୁଏ ଲେଖାଏଁ ପାଣି ହେବା ସହିତ ବିଜୁଳି, ଘଡଘଡି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା । ଏହାରି ଭିତରେ ହାଇଦ୍ରାବାଦ ସହରର ବଚୁଆଲ୍ଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଦୁର୍ଘଟଣା ଘଟିଥିଲା । କୌଶଲ୍ୟା କୋଲନୀରେ କାନ୍ଥ ପଡିଯିବାରୁ 7ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 4ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

30ରୁ 40 ଫୁଟ ଉଚ୍ଚତା ବିଶିଷ୍ଟ କାନ୍ଥ କରାଯାଇଥିବା ବେଳେ ବାଦଲ ଫଟା ବର୍ଷାରେ ଭୁଶୁଡି ପଡିଥିଲା ଘରର ମୂଳଦୂଆ । ଫଳରେ ଚାପି ହୋଇ ସାତଜଣ ପ୍ରାଣ ହରାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଓଡିଶାରୁ 2ଜଣ ରହିଥିବା ନେଇ ହାଇଦ୍ରାବାଦ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଶଙ୍ଖଦେବ ଗୌଡ(18) ଏବଂ ଶ୍ରୀପତି ମାଝି(23) । ତେବେ ସେମାନେ ଏହି କୋଠାରେ କାମ କରୁଥିବା ସୂଚନା ରହିଛି ।

ଏନେଇ କୁକଟପଲି ଏସପି ଶ୍ରୀନିବାସ ରାଓ ଏବଂ ବାଚୁପାଲି ଇନସିପେକ୍ଚର ଉପେନ୍ଦ୍ର ରାଓ କହିଛନ୍ତି, "ଘର ନିର୍ମାଣରେ ଅବହେଳା କାରଣରୁ ମୂଳଦୁଆ ଭୁଶୁଡି ପଡିଥିଲା । ଏନେଇ ଏକ ମାମଲା ରୁଜୁ କରାଯାଇଛି । ସେହିପରି ଚାର୍ମିନାରର ଜାହିରା ବେଗମ(47) ମଙ୍ଗଳବାର ସନ୍ଧ୍ୟାରେ ପରିବା ଆଣିବାକୁ ଆସିଥିବା ବେଳେ ତାଙ୍କ ଉପରେ ଓ୍ବେଲକମ୍ ଆର୍ଚ ଗଳି ପଡିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।"

ଏହା ମଧ୍ୟ ପଢନ୍ତୁ: କାଳ ସାଜିଲା କାଳବୈଶାଖୀ; ହାଇଦ୍ରାବାଦରେ କାନ୍ଥ ଭୁଶୁଡି ଓଡ଼ିଆ ଶ୍ରମିକଙ୍କ ସମେତ ୭ ମୃତ - Heavy Rain In Hyderabad

ହାତୟନଗରର ମୁଦିରାଜ କଲୋନୀର ଅଞ୍ଜଳି ପେଦାମ୍ବରପେଟ ଅଞ୍ଚଳରୁ ଅଳିଆ ସଂଗ୍ରହ ପାଇଁ ଅଟୋରେ ନିଜର 3ଜଣ ଛୁଆଙ୍କୁ ନେଇ ଯାଇଥିଲେ । ତେବେ ରାତିରେ ଝଡ ପବନ ହେବା କାରଣରୁ ତାର ଛିଣ୍ଡି ପଡିଥିଲା । ଏହାକୁ ଦେଖି ଅଞ୍ଜଳି ନିକଟସ୍ଥ ନିର୍ମାଣ ଶ୍ରମିକଙ୍କୁ ଡାକିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ 5 ବର୍ଷର ପୁଅ ଶିବଶଙ୍କର ଅଟୋରୁ ଓହ୍ଲାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରାଣ ଚାଲିଯାଇଥିଲା । ସେହିପରି ରାଙ୍ଗାରେଡି ଜିଲ୍ଲାରେ ଶେଖ ପରଭେଜ(40) ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ପ୍ରାଣ ହରାଇଥିଲେ । ବିହାରର ଧର୍ମେନ୍ଦ୍ର କୁମାର ଯାଦବ (33) ଚାନ୍ଦନଗରରେ ଏକ ଚା ଦୋକାନ କରିଥିବା ବେଳେ ତାର ଛିଣ୍ଡି ତାଙ୍କର ମୃତ୍ୟୁ ହୋଇଥିଲା । ମୁସାରାମବାଗ ମେଟ୍ରୋ ଷ୍ଟେସନ ନିକଟରେ 45 ବର୍ଷୀୟ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ସେ ହଠାତ ପଡିଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି ।

ତେବେ ମୃତ୍ୟୁ ବିଭୀଷିକା ଦେଖି ମୁଖ୍ୟମନ୍ତ୍ରୀ ରେବନ୍ତ ରେଡୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବରିଷ୍ଠ ଅଧିକାରୀଙ୍କଠାରୁ ଦୁର୍ଘଟଣାର ସବିଶେଷ ତଥ୍ୟ ପଚାରିଥିଲେ । ପୀଡିତଙ୍କ ପରିବାର ପାଖରେ ସରକାର ଛିଡା ହେବେ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ଆହତମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବା ଏବଂ ଘଟଣା ପାଇଁ ଦାୟୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଓଡିଶାର ଚନ୍ଦ୍ର ପଣ୍ଡା(38) ଏବଂ ମନୋଜ ଦାସ(45) ପ୍ରାୟ 10 ବର୍ଷ ତଳେ ହାଇଦ୍ରାବାଦ ଆସିଥିଲେ । ସେମାନେ ବେଗୁମପେଟର ଏକ ବସ୍ତିରେ ରହି ଅମିରପେଟର ଏକ ହୋଟେଲରେ କାର୍ଯ୍ୟ କରୁଥିଲେ । ତେବେ ମଙ୍ଗଳବାର ଏକ ବାର୍‌କୁ ମଦ ପିଇବାକୁ ଯାଇ ଆସିଲା ବେଳେ ନାଳରେ ଗଳି ପଡିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ।

Last Updated : May 9, 2024, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.