ଚେନ୍ନାଇ: ତାମିଲନାଡୁ ଏକ ଘରୋଇ ହସ୍ପିଟାଲରେ ଆଜି(ଗୁରୁବାର) ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ତାମିଲନାଡୁର ଦିଣ୍ଡିଗୁଲରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଏଥିରେ 7 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ପ୍ରାଥମିକ ସୂଚନାରୁ ଜଣାପଡିଛି । ଏଥିରେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ନିଆଁ ଲିଭା କାର୍ଯ୍ୟରେ 4 ଦମକଳ ଗାଡି:
ଖବର ପାଇ ଘଟଣାସ୍ଥଳରେ 4ଟି ଦମକଳଗାଡି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ । ହସ୍ପିଟାଲରେ ଥିବା ରୋଗୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର ପ୍ରକୃତ କାରଣ ଜଣାପଡିନାହିଁ ।
ଘଟଣାସ୍ଥଳରେ ଜିଲ୍ଲାପାଳ, ବିଧାୟକ
ସେପଟେ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ 10ଟି ଆମ୍ବୁଲାନ୍ସ ପହଞ୍ଚିଛି । ହସ୍ପିଟାଲରେ ଥିବା ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ଏଥିସହ ଘଟଣାସ୍ଥଳରେ ପୁନଗୋଡି ଜିଲ୍ଲାପାଳ, ସ୍ଥାନୀୟ ବିଧାୟକ ପହଞ୍ଚିଛନ୍ତି । କେଉଁ କାରଣରୁ ନିଆଁ ଲାଗିଲା ତାହା ଜଣାପଡିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢନ୍ତୁ: |
ମୃତକଙ୍କ ମଧ୍ୟରେ 3 ପୁରୁଷ, 3 ମହିଳା ଓ ଜଣେ ଶିଶୁ :
ପ୍ରାଥମିକ ଭାବେ 7 ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ମୃତକଙ୍କ ମଧ୍ୟରେ 3 ପୁରୁଷ, 3 ମହିଳା ଓ ଜଣେ ଶିଶୁ ଥିବା କୁହାଯାଉଛି । ଏଥିରେ ଅନେକ ଆହତ ହୋଇଥିବା ମଧ୍ୟ କୁହାଯାଉଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା ରହିଛି ।
ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ:
ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁ ହୋଇଥାଇ ପାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ପୋଲିସ । ଜିଲ୍ଲା କଲେକ୍ଟର ଏମ୍.ଏନ୍ ପୁଙ୍ଗୋଡି ଏବଂ ପାଲାନି ବିଧାୟକ ଆଇବି ସେଣ୍ଟିଲକୁମାର ଘଟଣା ସ୍ଥଳରେ ପହହଞ୍ଚି ଯାଞ୍ଚ କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ତଦନ୍ତ ଜୋରଦାର କରାଯିବ ବୋଲି ପୋଲିସ କହିଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ