ETV Bharat / bharat

ଦୁର୍ଘଟଣା ପରେ ଜଳିଗଲା କାର, 4 ଜୀବନ୍ତ ଦଗ୍ଧ

author img

By ETV Bharat Odisha Team

Published : Jan 27, 2024, 2:13 PM IST

Punjab Road Accident: ପଞ୍ଜାବରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ସଡକ ଦୁର୍ଘଟଣା । କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ପରେ କାରରେ ଲାଗିଲା ନିଆଁ । 4 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

କାରରେ ଲାଗିଲା ନିଆଁ
road accident in Punjab

ଚଣ୍ଡିଗଡ: ପଞ୍ଜାବରେ ଭୟଙ୍କର ସଡକ ଦୁର୍ଘଟଣା । ଦୁର୍ଘଟଣା ପରେ କାରରେ ଲାଗିଲା ନିଆଁ । ନିଆଁରେ ପୋଡି ହୋଇ 4 ଜଣ ଜୀବନ୍ତ ଦଗ୍ଧ । କାର ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଘଟିଲା ଏପରି ଅଘଟଣ । ଜଳନ୍ଦର-ପଠାନକୋଟ ମୁଖ୍ୟ ରାସ୍ତାରେ ଗତକାଲି (ଶୁକ୍ରବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଦୁର୍ଘଟଣା ପରେ ଜଳିଗଲା ବସ୍; 12 ଜୀବନ୍ତ ଦଗ୍ଧ

ଶୁକ୍ରବାର ବିଳମ୍ବିତ ରାତିରେ ଜଳନ୍ଦର- ପଠାନକୋଟ ମୁଖ୍ୟ ରାସ୍ତାରେ କାର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ହଠାତ୍‌ କାରଟି ହୁତୁହୁତୁ ହୋଇ ଜଳି ଉଠିଥିଲା । ଫଳରେ କାର ଭିତରେ ଥିବା ଯାତ୍ରୀ ବାହାରକୁ ବାହିରି ପାରିନଥିଲେ । ଘଟଣାସ୍ଥଳରେ 4 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା । କାରରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହ ଗାଡି ଭିତରୁ ମୃତଦେହ ଉଦ୍ଧାର କରିଥିଲା । ପରେ ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ତେବେ କାରଟି କେଉଁଠାରୁ ଯାତ୍ରା ଆରମ୍ଭ କରି କେଉଁ ସ୍ଥାନକୁ ଯାଉଥିବା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ-ଡିଭାଇଡରରେ ପିଟି ହୋଇ ଜଳିଗଲା କାର୍, ଜଣେ ଜୀବନ୍ତ ଦଗ୍ଧ

ଦୁର୍ଘଟଣା ସମ୍ପର୍କରେ ଦାଶୁହା ପୋଲିସ ଷ୍ଟେସନର ଏସଏଚଓ ହରପ୍ରୀତ ସିଂ କହିଛନ୍ତି,''ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଆମେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲୁ । ଏହି ଦୁର୍ଘଟଣା ଜଲନ୍ଦର-ପଠାନକୋଟ ଜାତୀୟ ରାଜପଥରେ ଘଟିଛି । ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ପରେ କାରଟି ସମ୍ପୂର୍ଣ୍ଣ ଜଲିଯାଇଛି । ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି । ଏକ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ମୃତଦେହ ଗୁଡିକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ପଠାଇ ଦିଆଯାଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.