ETV Bharat / bharat

ବରଯାତ୍ରୀ ଗାଡି ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ଲିଭିଗଲା 7 ଜୀବନ ଦୀପ - Bihar Accident

Road Accident In Bihar: ବିବାହରେ ଯୋଗ ଦେଇ ଫେରୁଥିବା ବେଳେ ବାଟରେ ଛକିଥିଲା ମୃତ୍ୟୁ । ବରଯାତ୍ରୀ ଗାଡି ଓ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବାରୁ 7 ମୃତ । ଅଧିକ ପଢନ୍ତୁ

Road Accident In Bihar
Road Accident In Bihar
author img

By ETV Bharat Odisha Team

Published : Mar 18, 2024, 8:55 AM IST

ପାଟନା: ବିହାରରେ ଭୟଙ୍କର ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେଇ ଫେରୁଥିବା ବେଳେ ବରଯାତ୍ରୀ ଗାଡି ସହ ମୁହାଁମୁହିଁ ଧକ୍କା ହେଲା ଟ୍ରାକ୍ଟର । ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ରହିଛନ୍ତି । ଖଗରିଆ ଜିଲ୍ଲାର ପାସରା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ । ପୋଲିସ ତଦନ୍ତ ଜାରି ରଖିଛି । କେତେ ଜଣେ ଦୁର୍ଘଟଣାରେ ଆହତ ହୋଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇନି ।

ବରଯାତ୍ରୀ ଗାଡିଟି ଥୁଟ୍ଟି ମୋହନପୁରରୁ ମଡେୟା ବିଠଲା ଗ୍ରାମକୁ ଫେରୁଥିବା ବେଳେ NH31ର ବିଦ୍ୟାଧର ପେଟ୍ରୋଲ ପମ୍ପ ନିକଟରେ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଇଥିଲା ପୋଲିସ । ମୃତକଙ୍କ ପରିଚୟ ଜାଣିବା ପାଇଁ ଚେଷ୍ଟା ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଅଟୋକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ; ଚାଲିଗଲା 9 ଜୀବନ, 5 ଗୁରୁତର

ଗୋଗରି ଡିଏସପି ରମେଶ କୁମାର କହିଛନ୍ତି, ''ସଡ଼କ ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ 7 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ମୃତକ ବିବାହରେ ଯୋଗ ଦେଇ ଏକ କାର ଯୋଗେ ଫେରୁଥିଲେ । ପାସରା ପୋଲିସ ଷ୍ଟେସନରେ କାର ଏବଂ ଟ୍ରାକ୍ଟର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାରେ ତଦନ୍ତ ଜାରି ରହିଛି । ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା ଚାଲିଛି ।''ଦୁର୍ଘଟଣା ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; 6 ମୃତ, 10 ଆହତ

ଗତ ମାସ ଫେବୃଆରୀ 20 ତାରିଖ ବିଳମ୍ବିତ ରାତିରେ ବିହାରରେ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଅଟୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ 9 ଜଣଙ୍କର ମୃତ୍ୟୁ ହୋଇଥିଲ । ବିହାର ଲଖିସରାଇ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ମୃତକ ସମସ୍ତେ ମୁଙ୍ଗେର ଓ ଲଖିସରାଇ ଅଞ୍ଚଳର । ଖବର ପାଇ ଜିଲ୍ଲାର ଏସପି ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଦୁର୍ଘଟଣା ସମୟରେ ଅଟୋ ମଧ୍ୟରେ 14 ଜଣ ଯାତ୍ରୀ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.