ETV Bharat / bharat

ଛତିଶଗଡ ଏନକାଉଣ୍ଟରରେ 3 ନକ୍ସଲ ନିପାତ, ଏୟାରଲିଫ୍ଟ ହେଲେ ଗୁରୁତର ଯବାନ

Several Naxalites killed in encounter in Chhattisgarh: ବିଜାପୁରର ଆୱାପାଲୀରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । 3 ନକ୍ସଲ ନିପାତ । ଜଣେ ଯବାନ ଗୁରୁତର । ଅଧିକ ପଢନ୍ତୁ

ଛତିଶଗଡରେ ଏନକାଉଣ୍ଟରରେ 3 ନକ୍ସଲ ମୃତ, ଏୟାରଲିଫ୍ଟ ହେଲେ ଆହତ ଯବାନ

author img

By ETV Bharat Odisha Team

Published : Jan 20, 2024, 9:48 PM IST

ରାୟପୁର: ଛତିଶଗଡର ବିଜାପୁରର ଆୱାପାଲୀ ଜଙ୍ଗଲରେ ସୁରକ୍ଷାବଳ ଓ ନକ୍ସଲଙ୍କ ମଧ୍ୟରେ ବଡଧରଣର ଗୁଳି ବିନିମୟ ହୋଇଛି । ଏଥିରେ 3 ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଛି । ଅପରେସନରେ ନିୟୋଜିତ ଜଣେ ଯବାନ ମଧ୍ୟ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କୁ ରାୟପୁରକୁ ଏୟାରଲିଫ୍ଟ କରାଯାଇଛି । ଆଜି ସ୍ପେଶାଲ ଟାକ୍ସଫୋର୍ସ ପାମେଡ ଥାନା ଏରିଆରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ ହୋଇଥିଲେ । ନକ୍ସଲଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଅଧିକ ଚିକିତ୍ସା ପାଇଁ ରାୟପୁର ଏୟାରଲିଫ୍ଟ ଯୋଗେ ସ୍ଥାନାନ୍ତରିତ କରାଯାଇଛି ।

ବିଜାପୁରର ଆୱାପାଲୀ ନିକଟବର୍ତ୍ତୀ ଜଙ୍ଗଲରେ ସୁରକ୍ଷା ବଳ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ସୁରକ୍ଷା ବଳକୁ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ସୁରକ୍ଷାବଳ ମଧ୍ୟ ପାଲଟା ଜବାବ ଦେଇଥିଲା । କିଛି ଘଣ୍ଟା ପର୍ଯ୍ୟନ୍ତ ଏହି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ 3 ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ପୋଲିସ ସ୍ପଷ୍ଟ କରିଛି । ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇନି । ମୃତଦେହ ଜବତ ହେବା ସହ ବହୁ ମାତ୍ରାରେ ମାଓସାମଗ୍ରୀ ଓ ଗୁଳିଗୋଳା ସମେତ ଏକାଧିକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ଅନ୍ୟ କେତେକ ନକ୍ସଲ ଗୁଳିମାଡରେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଥିଲେ । ସେମାନଙ୍କୁ ଠାବ କରିବା ପାଇଁ ସୁରକ୍ଷା ବାହିନୀ ସର୍ଚ୍ଚ ଓ କମ୍ବିଂ ଅପରେସନକୁ ଜୋରଦାର କରିଛି ।

ଏହା ମଧ୍ୟ ପଢନ୍ତୁ :- ରଙ୍ଗନାଥସ୍ବାମୀ ମନ୍ଦିର ପରେ ରାମେଶ୍ବରମରେ ଦର୍ଶନ କଲେ ପ୍ରଧାନମନ୍ତ୍ରୀ, ଅଯୋଧ୍ୟା ଉପଲକ୍ଷେ ଗ୍ରହଣ କଲେ ଉପହାର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ନକ୍ସଲ ହିଂସା ପୂର୍ବାପେକ୍ଷା ହ୍ରାସ ପାଇଥିଲେ ସୁଦ୍ଧା, ଛତିଶଗଡରେ ଲାଲବାହିନୀର ସର୍ବାଧିକ ପ୍ରଭାବ ରହିଛି । ନିକଟରେ ଶେଷ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଏକାଧିକ ନକ୍ସଲ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏକାଧିକ ସ୍ଥାନରେ ନକ୍ସଲମାନେ 4 ଜଣ ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିଥିଲେ । ଭୋଟ ବର୍ଜନ କରିବା ପାଇଁ ସେମାନେ ପୋଷ୍ଟର ମଧ୍ୟ ଲଗାଇଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ନିର୍ବାଚନ ଶେଷ ହୋଇଥିଲା । କିଛି ସ୍ଥାନରେ ସଂଧ୍ୟା 5 ପରିବର୍ତ୍ତେ ଅପରାହ୍ନ 3 ଟା ସୁଦ୍ଧା ଭୋଟିଂ ଶେଷ କରିବାକୁ ପଡିଥିଲା । ସଂଧ୍ୟା ସୁଦ୍ଧା ବାଲାଟ ବକ୍ସ ଓ ଇଭିଏମକୁ ଷ୍ଟ୍ରଙ୍ଗରୁମରେ ପହଞ୍ଚାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.