ETV Bharat / bharat

ଲୁହରେ ଭିଜିଲା ବିବାହ ବାର୍ଷିକୀ ଖୁସି, ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ 5 ମୃତ - ଗ୍ୟାସ ସିଲିଣ୍ଡର ବିସ୍ଫୋରଣ

Lucknow Cylinder Blast: ବିବାହ ବାର୍ଷିକୀ ସେଲିବ୍ରେସନ ଚାଲିଥିଲା ଫାଟିଲା ଗ୍ୟାସ ସିଲିଣ୍ଡର । ଗୋଟିଏ ପରିବାରର 5 ମୃତ । ଉତ୍ତରପ୍ରଦେଶର ଲକ୍ଷ୍ନୌରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏହି ଦୁଃଖଦ ଘଟଣା ।

UP Lucknow explosion
UP Lucknow explosion
author img

By ETV Bharat Odisha Team

Published : Mar 6, 2024, 7:25 AM IST

ଲକ୍ଷ୍ନୌ: ଗ୍ୟାସ ସିଲିଣ୍ଡର ଫାଟି ଚାଲିଗଲା 5 ଜୀବନ । ମୃତକଙ୍କ ମଧ୍ୟରେ 3 ଜଣ ଶିଶୁ ରହିଛନ୍ତି । ଗତକାଲି(ମଙ୍ଗଳବାର) ଉତ୍ତରପ୍ରଦେଶର ଲକ୍ଷ୍ନୌର କାକୋରି ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟିଛି । ସର୍ଟସର୍କିଟ ଯୋଗୁଁ ଘରେ ରଖାଯାଇଥିବା 2ଟି ସିଲିଣ୍ଡର ଫାଟି ଯାଇଥିଲା ଫଳରେ ଜୀବନ୍ତ ଜଳିଗଲେ 5 ଜଣ । ଏଥିସହ 4 ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ସମସ୍ତ ଗୁରୁତରଙ୍କ ନିକଟସ୍ଥ ହସ୍ପିଟାଲରେ ଜାରି ରହିଛି । ମୃତକ ହେଲେ ମୁଶିର ଅଲ୍ଲୀ, ତାଙ୍କ ପତ୍ନୀ ହୁସନ୍‌ ବାନୋ, ତାଙ୍କ ଭଉଣୀଙ୍କ ଦୁଇ ଝିଅ ଉମା ଓ ହେନା ଏବଂ ଭଣଜାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପରିବାରର 4 ଜଣ ଗୁରୁତର ଆହତ ହୋଇଛନ୍ତି ।

ଘରେ ଚାଲିଥିଲା ବିବାହ ବାର୍ଷିକୀ ସେଲିବ୍ରେସନ: ଗତକାଲି ଥିଲା ମୃତ ମୁଶିର ଅଲ୍ଲୀଙ୍କ ବିବାହ ବାର୍ଷିକୀ । ଏଥିପାଇଁ ଘର ପୁରା ଖୁସିରେ ଫାଟି ପଡୁଥିଲା । ବିବାହ ବାର୍ଷିକୀକୁ ଧୁମଧାମରେ ପାଳୁଥିଲେ ଦମ୍ପତି । ଏଥିପାଇଁ ଘରେ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳି ଲାଗି ରହିଥିଲା । ହେଲେ କିଏ ଜାଣିଥିବା ଏପରି କିଛି ଅଘଟଣ ଘଟିବ ବୋଲି । ବିବାହ ବାର୍ଷିକୀ ଖୁସି ଲୁହରେ ପରିଣତ ହୋଇଛି । କାନ୍ଦବୋବାଳିରେ ଫାଟି ପଡୁଛି ପୁରା ପରିବେଶ ।

କେମିତି ଫାଟିଲା ଗ୍ୟାସ ସିଲିଣ୍ଡର: ଘରେ ସେଲିବ୍ରେସନ ଚାଲିଥିବା ବେଳେ ରାତି ପ୍ରାୟ 10.30 ସମୟରେ ଘରେ ସର୍ଟସର୍କିଟ ହୋଇଥିଲା । ଯାହା ଫଳରେ ଘରେ ଥିବା 2ଟା ସିଲିଣ୍ଡର ଫାଟି ଯାଇଥିଲା । ଭୟଙ୍କର ବିସ୍ଫୋରଣ ସହ ଘର ଛାତ ମଧ୍ୟ ଉଡିଯାଇଥିଲା । କେହି କିଛି ବୁଝିବା ଆଗରୁ ଘଟିଯାଇଥିଲା ଅଘଟଣ । ନିଆଁ ଝାସରେ ଆସି ଯାଇଥିଲେ ପରିବାର ସଦସ୍ୟ । ସଙ୍ଗେ ସଙ୍ଗେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା । ହେଲେ 5 ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ 4 ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ସେହିପରି ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ଆମ୍ବୁଲାନ୍ସ । ବହୁ ଚେଷ୍ଟା ପରେ ନିଆଁକୁ ଆୟତ୍ତକୁ ଅଣାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ପରିବାରରେ ହସଖୁସିର ମାହୋଲ ଥିବା ବେଳେ ଅଚାନକ ଗ୍ୟାସ ବିସ୍ଫୋରଣ ସବୁ ଖୁସିକୁ ଛାରଖାର କରି ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଗ୍ୟାସ ବିସ୍ଫୋରଣରେ ଉଡ଼ିଗଲା ଘର: ଚାଲିଗଲା ଜଣଙ୍କ ଜୀବନ, ୨ ଗୁରୁତର

ବେଙ୍ଗାଲୁରୁ ରାମେଶ୍ବରମ କାଫେରେ ବିସ୍ଫୋରଣ; 9 ଆହତ, ସନ୍ଦିଗ୍ଧ ବ୍ୟକ୍ତି ବ୍ୟାଗ ରଖିଥିବା ସିସିଟିଭିରେ ରେକର୍ଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.