ETV Bharat / bharat

ଦନ୍ତେୱାଡାରେ ଗୁଳିବିନିମୟ, ଟଳିଲେ ୭ ନକ୍ସଲ - 7 MAOISTS KILLED IN ENCOUNTER

ଦନ୍ତେୱାଡା ସୀମା ଅବୁଝାମାଡରେ ଯବାନ ଓ ନକ୍ସଲଙ୍କ ଗୁଳି ବିନିମୟ । ୭ ନକ୍ସଲ ନିପାତ । ବସ୍ତର ଆଇଜିଙ୍କ ସୂଚନା ।

7 maoists killed in encounter
7 maoists killed in encounter (ETV Bharat Chhattisgarh)
author img

By ETV Bharat Odisha Team

Published : Dec 12, 2024, 5:08 PM IST

ରାୟପୁର: ଦନ୍ତେୱାଡା ସୀମା ନିକଟର ଅବୁଝାମାଡରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ଗୁଳିମାଡ଼ରେ ୭ ନକ୍ସଲ ନିପାତ ହୋଇଛନ୍ତି । ମାଓ ପ୍ରଭାବିତ ଅଞ୍ଚଳରେ ମାଓ ଦମନ ପାଇଁ ଜୋରଦାର ଚାଲିଛି ଅପରେସନ । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପି ।

୭ ନକ୍ସଲ ନିପାତ:

ଦନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି, "ଅବୁଝାମାଡର ଦକ୍ଷିଣ ଭାଗରେ ପୂର୍ବ ବସ୍ତର ଡିଭିଜନ ଓ ଏବଂ ଇନ୍ଦ୍ରାବତୀ ଆଞ୍ଚଳିକ କମିଟିର ମାଓବାଦୀମାନେ ରହିଛନ୍ତି । ବର୍ତ୍ତମାନ ନକ୍ସଲ ଦମନ ଅଭିଯାନ ଜୋରଦାର କରାଯାଉଥିବାବେଳେ ଗତ ୧୦ ତାରିଖରେ ନାରାୟଣପୁର, ଦନ୍ତେୱାଡା, ବସ୍ତର ଏବଂ କୋଣ୍ଡାଗାଁ ଜିଲ୍ଲାରେ DRG ଟିମ୍ ସହ STF ଏବଂ CRPF ମିଳିତ ଭାବେ ଅପରେସନ କରିଥିଲେ । ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବାବେଳେ ଯବାନଙ୍କ ଗୁଳିମାଡ଼ରେ ୭ ନକ୍ସଲ ନିପାତ ହୋଇଛନ୍ତି ।

7 maoists killed in encounter
7 maoists killed in encounter (ETV Bharat Chhattisgarh)

ଶାହଙ୍କ ଗସ୍ତ ପୂର୍ବରୁ ଅପରେସନ ଜୋରଦାର:

ଆଜି ଭୋର ୩ଟାରୁ ମିଳିତ ଅପରେସନ ଚାଲିଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅବୁଝାମାଡର ଦକ୍ଷିଣାଞ୍ଚଳରେ ୫୦ରୁ ୬୦ ଇନ୍ଦ୍ରାବତୀ ଏରିୟା କମିଟି ନକ୍ସଲ ଥିବା ନେଇ ସୂଚନା ମିଳିଥିଲା । ଏହା ପରେ ଜଏଣ୍ଟ ଆକ୍ସନ ଫୋର୍ସ ପଠାଯାଇଥିଲା । ୧୫ ଡିସେମ୍ବରରେ ବସ୍ତର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହଙ୍କ ଗସ୍ତ ପୂର୍ବରୁ ନକ୍ସଲ ଦମନ ଅଭିଯାନକୁ ଜୋରଦାର କରାଯାଇଛି । ୪ ଜିଲ୍ଲାରେ ପାଖାପାଖି ୧ ହଜାରରୁ ଊର୍ଦ୍ଧ୍ବ ଯବାନଙ୍କୁ ନକ୍ସଲ ଗତିବିଧି ଉପରେ ନଜର ରଖିବାକୁ ନିୟୋଜିତ କରାଯାଇଛି ।

ଏହା ବି ପଢନ୍ତୁ...ରକ୍ତମୁଖା ଲାଲବାହିନୀ, ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ନିର୍ମମ ହତ୍ୟା

ଏହା ବି ପଢନ୍ତୁ...ଛତିଶଗଡ଼ରେ ବଡ଼ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ନକ୍ସଲ ନିପାତ

ଏହା ବି ପଢନ୍ତୁ...ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ

ନିପାତ ହେଲେଣି ୨୦୪ ନକ୍ସଲ:

ଚଳିତ ବର୍ଷ ଯବାନଙ୍କ ଏନକାଉଣ୍ଟରରେ ମୋଟ୍ ୨୦୭ ଜଣ ନକ୍ସଲ ନିପାତ ହୋଇଥିବା ସୂଚନା ମିଳିଛି । ଏହାସହ ବହୁ ସଂଖ୍ୟାରେ ମାରଣାସ୍ତ୍ର ତଥା ମାଓ ଅସ୍ତ୍ରଶସ୍ତ୍ର ପୋଲିସ ଜବତ କରିଥିବା ଜଣାପଡ଼ିଛି । ସେଗୁଡ଼ିକ ମଧ୍ୟରେ ରହିଛି LMG, AK_47, SLR । ଯବାନଙ୍କ ଗୁଳିରେ ପ୍ରାଣ ହରାଇଥିବା ମାଓବାଦୀମାନଙ୍କ ମଧ୍ୟରୁ ଅଧିକାଂଶ DKSZC, DVCM, ACM କମାଣ୍ଡର ସମେତ ଅନ୍ୟ କ୍ୟାଡର ସାମିଲ ଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ...ଓଡ଼ିଶାରୁ ନକ୍ସଲ ଉପଦ୍ରବ ମୂଳପୋଛ ପାଇଁ ଜୋରଦାର ହେବ ଅପରେସନ : DGP

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.