ମୁମ୍ବାଇ: ମାୟାନଗରୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଯାତ୍ରୀବାହୀ ବସ୍କୁ ଧକ୍କା ଦେଲା କ୍ରୁଜର । ଭୟଙ୍କର ଦୁର୍ଘଟଣାରେ 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ 11ଜଣ ଆହତ ହୋଇଥିବା ସୂଚନା ରହିଛି । ସାଙ୍ଗଲି ଜିଲ୍ଲାର ଜମ୍ଭୁଲଓ୍ବାଡି ଅଞ୍ଚଳର ବିଜାପୁର ଗୁହାଗର ଜାତୀୟ ରାଜପଥରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା । ତେବେ ବସ୍କୁ ପଛପଟୁ ଧକ୍କା ଦେବା ପରେ କ୍ରୁଜର ସାମ୍ନା ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି କ୍ରୁଜର । ତେବେ ବସ୍କୁ ଶକ୍ତ ଧକ୍କା ଦେବା ପରେ କ୍ରୁଜରେ ନିଆଁ ଲାଗି ଯାଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଲରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ସୂଚନା ଅନୁସାରେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ କର୍ଣ୍ଣାଟକର ବାଗଲକୋଟ ଜାମଖଣ୍ଡିରୁ ସାଙ୍ଗଲି ତାସଗାଁ ତାଲୁକ ସାଭରଦେକୁ ଆସୁଥିଲେ । ଏକି ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବୁଧବାର ସନ୍ଧ୍ୟାରେ ଦୁଇଟି କ୍ରୁଜରରେ ଆସିଥିଲେ । ତେବେ ହଠାତ କ୍ରୁଜରଟି ଭାରସାମ୍ୟ ହରାଇ ବସ୍କୁ ପଛରୁ ପିଟିଥିଲା । ଜମ୍ଭୁଲଓ୍ବାଡି ଗ୍ରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ଦୁର୍ଘଟଣା ଏଭଳି ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ 5ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ କ୍ରୁଜରଟି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା । ଅନ୍ୟପଟେ 10ରୁ 11ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ବାଇକକୁ ଧକ୍କା ଦେଇ 2 କିମି ଘୋଷଡି ନେଲା ଟ୍ରକ, ଦେଖନ୍ତୁ ଏହି ଲୋମଟାଙ୍କୁରା ଦୃଶ୍ୟ - bike dragged by Lorry
ତେବେ ଦୁର୍ଘଟଣା ପରେ କ୍ରୁଜରରୁ ମୃତଦେହ ବାହାର କରିବା ଏକ ପ୍ରକାର ଚାଲେଞ୍ଜ ଥିଲା । କାରଣ ଦୁର୍ଘଟଣା ପରେ କ୍ରୁଜରରେ ଅଗ୍ନିକାଣ୍ଡ ହୋଇଥିଲା । କିନ୍ତୁ ଖବର ପାଇ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିବା ସହିତ ଅଗ୍ନିଶମ ବାହୀନିକୁ ଖବର ଦେଇଥିଲେ । ଖରବ ପାଇ ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ପୋଲିସ ସହାୟତାରେ ନିଆଁକୁ ଆୟତ୍ତ କରିବା ସହିତ ମୃତଦେହକୁ ଉଦ୍ଧାର କରିଥିଲେ ।
ତେବେ ବସକୁ ଧକ୍କା ଦେବା ପରେ ଆହତ ହୋଇଥିବା 10ରୁ 11ଜଣଙ୍କ ମଧ୍ୟରୁ 3ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନଙ୍କୁ ଢାଲଗାଓଁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଅନ୍ୟପଟେ ଗୁରୁତର ହୋଇଥିବା ଲୋକଙ୍କୁ ମିରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ