ବେଙ୍ଗାଲୁରୁ: ମିଡିଆ ବାଦଶାହ ୰ ରାମୋଜୀ ରାଓ ଆଜି ଆଉ ନାହାନ୍ତି ସତ, ହେଲେ ତାଙ୍କୁ ଏବେ ବି ଝୁରୁଛନ୍ତି ତାଙ୍କ ହାତଗଢା ମଣିଷମାନେ । ଆଜି ଇଟିଭି କନ୍ନଡରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜର ଅତି ପ୍ରିୟର ରାମୋଜୀ ରାଓ ସାର୍ଙ୍କୁ ଦେଇଛନ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି । ବାଙ୍ଗାଲୋରର ପ୍ରେସ କ୍ଲବ ଠାରେ ଇଟିଭି କନ୍ନଡରେ କାମ କରୁଥିବା ସାମ୍ବାଦିକ ମାନେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରିଥିଲେ । ଇଟିଭି କନ୍ନଡରେ କାର୍ଯ୍ୟ କରିଥିବା ବରିଷ୍ଠ ସାମ୍ବାଦିକ ମାନେ ରାମୋଜୀ ରାଓଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେମାନେ ରାମୋଜୀ ରାଓ ସାରଙ୍କ ସ୍ମୃତି ଚାରଣ କରିଥିଲେ ଓ ତାଙ୍କର କର୍ମତତ୍ପରତା ଓ ସଫଳତାକୁ ମନେ ପକାଇଥିଲେ ।
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ଉପାଧ୍ୟାୟ କହିଛନ୍ତି, "ରାମୋଜୀ ରାଓ ସାର ସତରେ ଆମ ମାନଙ୍କ ପାଇଁ ଅନ୍ନଦାତା ଥିଲେ । ସେ କୃଷକମାନଙ୍କ ପାଇଁ ପ୍ରଥମ ଥର ଅନ୍ନଦାତା ନାମକ ପ୍ରୋଗ୍ରାମ ଘରୋଇ ଗଣମାଧ୍ୟମରେ ଆରମ୍ଭ କରିଥିଲେ । ସେ ଆଚାର ଠାରୁ ଆରମ୍ଭ କରି ମିଡିଆ କ୍ଷେତ୍ର ଯାଏଁ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଥିଲେ । ରାମୋଜୀ ସାର୍ ନିୟମିତ ଭାବେ ମିଡିଆ ପରିଚାଳନାକୁ ଅନୁଧ୍ୟାନ କରୁଥିଲେ । ମୁଁ ତାଙ୍କର ଟିମ ସହିତ କାମ କରି ଗର୍ବିତ । ରାମୋଜୀ ସାର୍ ପ୍ରତି ୩ ମାସରେ ଥରେ ମିଟିଂ କରି ଆଲୋଚନା କରୁଥିଲେ ।"
ବରିଷ୍ଠ ପତ୍ରକାର ନରେନ୍ଦ୍ର ପୁପ୍ପାଲା କହିଛନ୍ତି, "ଏକ ଦଶନ୍ଧି ଧରି ମୁଁ ରାମୋଜୀ ସାର୍ଙ୍କ ସହ କାମ କରି ବେଶ ଆନନ୍ଦିତ । ଇଣ୍ଡଷ୍ଟ୍ରିର ଚାପ ସତ୍ତ୍ବେ ରାମୋଜୀ ସାର୍ କେବେ ବି ନ୍ୟୁଜ ଓ ମିଡିଆକୁ ଅବହେଳା କରିନାହାନ୍ତି । ଜୀବନ ଏକ ଯାତ୍ରା ଅଟେ । ଆମେ ସବୁ ବେଶ ଖୁସି ଯେ ରାମୋଜୀ ରାଓ ସାର୍ଙ୍କ ଜୀବନରେ ଆସିଛୁ ।" ବରିଷ୍ଠ ସାମ୍ବାାଦିକ ଶିବଶଙ୍କର କହିଛନ୍ତି, "ସାମାଜିକ ମୂଲ୍ୟବୋଧକୁ ରାମୋଜୀ ସାର୍ ସର୍ବଦା ପ୍ରାଧାନ୍ୟ ଦେଉଥିଲେ । ସେଥିପାଇଁ ଇଟିଭିରେ ପ୍ରସାରିତ ଖବରରେ ସତ୍ୟତା ରହୁଥିଲା । ସେହିଭଳି କିଛି ବିଜ୍ଞାପନ ସାମାଜିକ ପ୍ରତିବଦ୍ଧତା କାରଣରୁ ପ୍ରତ୍ୟାଖ୍ୟାନ ମଧ୍ୟ କରାଯାଇଥିଲା । ରାମୋଜୀ ସାର୍ ବିଶ୍ବସ୍ତ ଓ ବିଶ୍ବସନୀୟତାକୁ ପସନ୍ଦ କରୁଥିଲେ ।"
ଏହା ମଧ୍ୟ ପଢନ୍ତୁ... ବିଶ୍ବର ସର୍ବବୃହତ ଫିଲ୍ମ ସିଟି; ଯେଉଁଠି ବାସ୍ତବତାର ରୂପ ନେଇଛି କଳ୍ପନାର ଦୁନିଆ, ମନକିଣୁଛି ସ୍ପପ୍ନର କାରିଗରୀ - Ramoji Rao Contribution
ବରିଷ୍ଠ ସାମ୍ବାଦିକା ରାଧିକା ରାଣୀ କହିଛନ୍ତି, "ରାମୋଜୀ ସାର୍ ଆମ ମାନଙ୍କ ଭାଗ୍ୟବିଧାତା ଥିଲେ । ଆମେ ରାମୋଜୀ ଫିଲ୍ମ ସିଟିରେ ଜୀବନର ସାରଜ୍ଞାନ ପାଇଛୁ । ରାମୋଜୀ ସାର୍ଙ୍କ ପ୍ରେରଣା ସବୁବେଳେ ଅଭୁଲା ହୋଇ ରହିବ ।" ବରିଷ୍ଠ ପତ୍ରକାର ସମିଭୁଲ୍ଲା କହିଛନ୍ତି, "ଉଦ୍ଭାବନ ଓ ଗବେଷଣା ବଳିଷ୍ଠ ସମ୍ମିଶ୍ରଣ ହେଉଛନ୍ତି ରାମୋଜୀ ରାଓ ସାର୍ । ସିନେମା ଓ ଚ୍ୟାନେଲ ତାଙ୍କର ପରୀକ୍ଷା ନିରୀକ୍ଷାର ଫଳ । ରାମୋଜୀ ରାଓ ସାର୍ ଜଣେ ଉଚ୍ଚାଭିଳାଷୀ ବ୍ୟକ୍ତି ଥିଲେ ।"
ଇଟିଭି ଭାରତ ବେଙ୍ଗାଲୁରୁ ବ୍ୟୁରୋ ଚିଫ୍ ସୋମଶେଖର କଭାଚୁର କହିଛନ୍ତି, "ରାମୋଜୀ ରାଓ ସାର୍ ମିଡିଆର ନୈତିକତା ସହ କନ୍ନଡ଼ ଭାଷାକୁ ସମ୍ମାନ ଦେଉଥିଲେ । ସମ୍ପୂର୍ଣ୍ଣ ମିଡିଆ କମ୍ପାନୀକୁ ଗୁଣାତ୍ମକ ଢଙ୍ଗରେ ସେ ଗଢି ତୋଳିଥିଲେ । ସେ ନିଜର ସମସ୍ତ ଉଦ୍ୟମରେ ସଫଳ ହୋଇଥିଲେ । ଇଟିଭି ଭାରତର ସ୍ବପ୍ନ ସଫଳତାର ରାସ୍ତାରେ ଗତିଶୀଳ । ପୁଣିଥରେ ରାମୋଜୀ ରାଓ ସାର୍ ଜନ୍ମ ନିଅନ୍ତୁ ବୋଲି ମୁଁ ଆଶା କରୁଛି ।" ବରିଷ୍ଠ ସାମ୍ବାଦିକ ରବିଗୌଡାଙ୍କ ସମେତ ଅନେକ ବରିଶ୍ଠ ସାମ୍ବାଦିକ ରାମୋଜୀ ସାର୍ଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ