ETV Bharat / bharat

ରାମଦେବଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କଲେନି ସୁପ୍ରିମକୋର୍ଟ, କହିଲେ ଅଦାଲତ ଅନ୍ଧ ନୁହଁ - SC Refuses Apology By Ramdev

author img

By ETV Bharat Odisha Team

Published : Apr 10, 2024, 2:42 PM IST

Updated : Apr 10, 2024, 5:43 PM IST

Patanjali Misleading Ad Case: ପତଞ୍ଜଳରି ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ବାବା ରାମଦେବଙ୍କ କ୍ଷମା ଗ୍ରହଣ କଲେନି ସୁପ୍ରିମକୋର୍ଟ । ରାମଦେବଙ୍କୁ କହିଲେ କୋର୍ଟ ଅନ୍ଧ ନୁହଁ...

SC Refuses Apology By Ramdev, Balkrishna said, the court is not blind

ନୂଆଦିଲ୍ଲୀ: ପତଞ୍ଜଳିର ବିଭ୍ରାନ୍ତକାରୀ ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ମାଗିଲେ ଯୋଗଗୁରୁ ରାମଦେବ ଏବଂ ପତଞ୍ଜଳିର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଳକୃଷ୍ଣ । ହେଲେ ସର୍ବୋଚ୍ଚ ଅଦାଲତ ସେମାନଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରିନାହାନ୍ତି ଏବଂ ଦୁହିଁଙ୍କ ଉପରେ ବର୍ଷିଛନ୍ତି । ''କୋର୍ଟ ଅନ୍ଧ ନୁହଁ । କେବଳ କ୍ଷମା ମାଗିଦେବା ଯଥେଷ୍ଟ ନୁହେଁ'' ବୋଲି କହିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ମଧୁମେହ ଓ ଆଜମା ଭଳି ରୋଗକୁ ଆୟୁର୍ବେଦିକ ଔଷଧ ଦ୍ବାରା ସମ୍ପୂର୍ଣ୍ଣ ଭଲ କରିପାରୁଥିବା ପତଞ୍ଜଳି ନିଜ ବିଜ୍ଞାପନରେ ଦାବି କରିଥିଲା ।

ଜଷ୍ଟିସ ହିମା କୋହଲି ଏବଂ ଅସାଦ୍ଦୁଦିନ ଓମାନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ବାବା ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ମୁକୁଲ ରୋହତାଗୀଙ୍କୁ କହିଛନ୍ତି ଯେ, କୋର୍ଟ ଅନ୍ଧ ନୁହେଁ । ରାମଦେବ ଓ ବାଳକୃଷ୍ଣଙ୍କ କ୍ଷମା ସ୍ବୀକାର କରାଯାଇପାରିବ ନାହିଁ । କାରଣ ଏହାକୁ ଜାଣିଶୁଣି ଆଦେଶର ଆବମାନନା କରାଯାଇଥିବା ଆମେ ଭାବୁଛୁ । କ୍ଷମା ପତ୍ର ଆମ ପାଖକୁ ଆସିବା ପୂର୍ବରୁ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାକୁ ପ୍ରଚାର ଉଦ୍ଦେଶ୍ୟ ଦାଖଲ କରାଯାଇଥିଲା ନା ଆମ ଉଦ୍ଦେଶ୍ୟରେ ? ଏହି ମାମଲାରେ ଆମେ ଉଦାରବାଦୀ ହେବାକୁ ଚାହୁଁନାହୁଁ । ତେଣୁ ବାଳକୃଷ୍ଣ ଓ ରାମଦେବଙ୍କ କ୍ଷମା ପତ୍ର ଖାରଜ କରୁଛୁ ବୋଲି ଖଣ୍ଡପୀଠ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପତଞ୍ଜଳି ବିଭ୍ରାନ୍ତିକର ବିଜ୍ଞାପନ ମାମଲା, କ୍ଷମା ମାଗିଲେ କମ୍ପାନୀ ପରିଚାଳନା ନିର୍ଦ୍ଦେଶକ - Patanjali Misleading Ads Case

ଏହାପୂର୍ବରୁ ଶୁଣାଣି ବେଳେ ଓକିଲ ମୁକୁଲ ରୋହତାଗୀ ଅଦାଲତକୁ କହିଥିଲେ ଯେ, ଆମେ ୬ ଏପ୍ରିଲରେ କ୍ଷମା ପତ୍ର ଦାଖଲ କରିଥିଲୁ । ହୁଏତ ରେଜିଷ୍ଟ୍ରି ବିଚାରପତିଙ୍କ ସାମ୍ନାରେ ଏହାକୁ ରଖିନଥିବେ । ଏହାପରେ ରୋହତାଗୀ କ୍ଷମା ପତ୍ର ପଢିଥିଲେ, ଯେଉଁଥିରେ ରାମଦେବ ଓ ବାଳକୃଷ୍ଣଙ୍କ ପକ୍ଷରୁ କୋର୍ଟଙ୍କୁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରାଯାଇଥିଲା । ହେଲେ ବିଚାରପତି ଏଥିରେ ଆପତ୍ତି ଉଠାଇଥିଲେ । କ୍ଷମା ପତ୍ରରେ ରାମଦେବଙ୍କ ବିଦେଶ ଗସ୍ତର ଏକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏହା ଶୁଣି ସେମାନେ ଏହି ଆଇନ ପ୍ରକ୍ରିୟାକୁ ହାଲୁକାରେ ନେଉଥିବା ବିଚାରପତି କହିଥିଲେ ।

ପ୍ରକାଶ ଥାଉକି, ବିଭ୍ରାନ୍ତିକର ବିଜ୍ଞାପନ ନେଇ ଆଇଏମଏ ପତଞ୍ଜଳି ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା । ଏହାପରେ ବାବା ରାମଦେବ ଓ ବାଲକୃଷ୍ଣଙ୍କୁ ଅବମାନନା ନୋଟିସ ପଠାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହାର କୌଣସି ଉତ୍ତର ନଦେବାରୁ କୋର୍ଟରେ ହାଜର ହେବାକୁ ନୋଟିସ୍ ହୋଇଥିଲା । ପତଞ୍ଜଳି ଦେଇଥିବା ବିଜ୍ଞାପନରେ ବିପି, ସୁଗାର, ଆଜମା ଓ ଅନେକ ରୋଗକୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବାକୁ ଦାବି କରାଯାଇଥିଲା ।

Last Updated : Apr 10, 2024, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.