ETV Bharat / bharat

ଆଖି ବୁଜିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ - Santhan passed away

Rajiv Gandhi Assassination Case: ଆଖି ବୁଜିଲା ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ । ସକାଳ 7ଟା 50 ମିନିଟ ସମୟରେ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ଆଖୁବୁଜିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ସନ୍ଥନ

author img

By ETV Bharat Odisha Team

Published : Feb 28, 2024, 10:59 AM IST

Updated : Feb 28, 2024, 11:17 AM IST

ଚେନ୍ନାଇ: ଆଖି ବୁଜିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ । ଆଜି(ବୁଧବାର) ସକାଳେ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ହତ୍ୟାକାରୀ ସନ୍ଥନଙ୍କ ମୃତ୍ୟୁ ହୋଇଛି । ସନ୍ଥନର ବୟସ 55 ବର୍ଷ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ଯକୃତରେ ସମସ୍ୟା ଏବଂ କ୍ରିପ୍ଟୋଜେନିକ ସିରୋସିସ କାରଣରୁ ଗତ ଜାନୁଆରୀ ମାସରୁ ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା । ତେବେ ଆଜି(ବୁଧବାର) ସକାଳେ ତାଙ୍କୁ ହାର୍ଟଆଟାକ ଆସିଥିବା ନେଇ ଡାକ୍ତର ତୀରାରାଜନ ସୂଚନା ଦେଇଛନ୍ତି । ଏହାରି ଭିତରେ ସକାଳ 7ଟା 50ମିନଟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

୧୯୯୧ ମସିହା ମେ ୩୧ ତାରିଖ ଦିନ ତାମିଲନାଡୁର ଏକ ରାଜନୈତିକ ସଭାରେ ଧନୁନାମକ ମହିଳା ଆତ୍ମଘାତୀ ବିସ୍ଫୋରଣ ଦ୍ବାରା ହତ୍ୟା କରାଯାଇଥିଲା । ଏହି ମାମଲାରେ ପେରିଭାଲାନ ସମେତ ୭ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତେବେ ହତ୍ୟାକଣ୍ଡରେ ସନ୍ଥନ ସାମିଲ ହୋଇଥିବା ବେଳେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା । 32 ବର୍ଷରୁ ଅଧିକ ବର୍ଷ ଧରି କାରାଗାରରେ ରହିବା ପରେ ତାଙ୍କ ସହିତ 5ଜଣଙ୍କୁ ନଭେମ୍ବର 2022ରେ ମୁକ୍ତ କରାଯାଇଥିଲା । ଏହାପରେ ସେମାନଙ୍କୁ ଏକ ସ୍ବତନ୍ତ୍ର କ୍ୟାମ୍ପରେ ରଖାଯାଇଥିଲା । ତେବେ ସନ୍ଥନ ତାଙ୍କ ମାଆଙ୍କ ସହ ରହିବା ପାଇଁ ଶ୍ରୀଲଙ୍କା ଫେରିବା ପାଇଁ ମାଡ୍ରାସ ହାଇକୋର୍ଟରେ ଆବେଦନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Rajiv Gandhi Assassination Case: ଦୋଷୀଙ୍କୁ ଛାଡ ନିର୍ଦ୍ଦେଶର ପୁନଃବିଚାର ପାଇଁ ଆବେଦନ କଲା କେନ୍ଦ୍ର

ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଗଣମାଧ୍ୟମକୁ ସୂଚନା ଦେଇ ସନ୍ଥନଙ୍କ ଓକିଲ ପୁଗାଲେନ୍ଧି କହିଛନ୍ତି, "କେନ୍ଦ୍ର ସରକାର ଶ୍ରୀଲଙ୍କାକୁ ଫେରାଇବା ପାଇଁ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ କରିନଥିଲେ । ଚିକିତ୍ସାରେ ବିଳମ୍ବ ହେତୁ ତାଙ୍କର ମୃତ୍ୟୁ ହୋଇଛି । ଆଇନ ଅନୁସାରେ, ମୃତଦେହ ତାଙ୍କ ଘରକୁ ପଠାଯିବ । ଶ୍ରୀଲଙ୍କାର ଜାଫାନ୍ନାରେ ତାଙ୍କ ଘର ।

ପ୍ରକାଶଥାଉକି, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ସମ୍ପୃକ୍ତ 6 ଜଣ ଦୋଷୀ ନଭେମ୍ବର 2022ରେ ଜେଲରୁ ମୁକ୍ତ ହୋଇଥିଲେ । ମାମଲାରେ ସମ୍ପୃକ୍ତ 6 ଜଣ ଦୋଷୀ ଜେଲରୁ ମୁକୁଳିଥିଲେ । ସୁପ୍ରିମକୋର୍ଟ ରାୟ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ 7 ଜଣ ସମ୍ପୃକ୍ତ ଥିଲେ । ନଳିନୀ ଶ୍ରୀହରନ, ଆର ପି ରବିଚନ୍ଦ୍ରନଙ୍କ ସମେତ ଅନ୍ୟ 4 ଜଣଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ପୂର୍ବରୁ ଏ.ଜି ପେରିଭାଲାନଙ୍କୁ ମୁକ୍ତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 28, 2024, 11:17 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.