ETV Bharat / bharat

ଭାଙ୍ଗିଯିବ କି ଯୋଗୀ ସରକାର ! ଅଖିଳେଶଙ୍କ ମନସୁନ ଅଫର୍‌; 100 ଆଣ, ସରକାର ଗଢ - Akhilesh Yadavs monsoon offer

author img

By ETV Bharat Odisha Team

Published : Jul 18, 2024, 8:06 PM IST

Akhilesh Yadav's monsoon offer: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଆଣିଲେ ମନସୁନ ଅଫର । କହିଲେ '100 ଆଣ, ସରକାର ଗଢ' । ତେବେ କଣ ଉତ୍ତର ପ୍ରଦେଶରେ ଭାଙ୍ଗିଯିବ ଯୋଗୀ ସରକାର ? ପଢନ୍ତୁ ସମ୍ପୂର୍ଣ୍ଣ ଖବର

Akhilesh Yadav
Akhilesh Yadav (ETV Bharat)

ଲକ୍ଷ୍ନୌ: ଲୋକସଭା ନିର୍ବାଚନ 2024ରେ ଉତ୍ତରପ୍ରଦେଶରେ ବିଜେପିକୁ ଶକ୍ତ ଝଟକା ଲାଗିଛି । ଏହାପରେ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ହୁଅନ୍ତୁ କି ବରିଷ୍ଠ ନେତା ବିଧାୟକ ସମସ୍ତେ ସରକାରଙ୍କ ବିରୋଧରେ ବୟାନବାଜି ଆରମ୍ଭ କରିଦେଇଛନ୍ତି । ଏହାରି ମଧ୍ୟରେ ବିରୋଧୀ ଦଳ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ବେଶ ଭାଇରାଲ ହେଉଛି । ଯେଉଁଥିରେ ସେ ମନସୁନ୍‌ ଅଫର ଆଣି କହିଛନ୍ତି, '100 ଆଣ ଓ ସରକାର ଗଢ' । ଏହାପରେ ଯୋଗୀ ସରକାର ସଙ୍କଟରେ ଥିବା ନେଇ ଚର୍ଚ୍ଚା ହେଉଛି ।

ଅଖିଳେଶଙ୍କ ଏହି ପୋଷ୍ଟ ସେତେବେଳେ ଆସିଛି ଯେତେବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ ବିଜେପି ରାଜ୍ୟ ସଭାପତି ଭୁପେନ୍ଦ୍ର ସିଂହ ଚୌଧୁରୀ ଦିଲ୍ଲୀ ଗସ୍ତ କରିଛନ୍ତି । ଏହା ପୂର୍ବରୁ କେଶବ ମୌର୍ଯ୍ୟ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ଅଖିଳେଶ ଏକ ପୋଷ୍ଟ କରି ଲେଖିଥିଲେ, "ବୋକା ଫେରିକି ଘରକୁ ଆସିଲା" । ସେ ଆହୁରି କହିଥିଲେ, "ବିଜେପି ଖଣ୍ଡ ବିଖଣ୍ଡିତ ହୋଇଛି । ଦଳର ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି । କିଏ ଲୋକସଭା ପରାଜୟର କାରଣ ଦିଲ୍ଲୀ-ଲକ୍ଷ୍ନୌ ନେତୃତ୍ବକୁ ଦର୍ଶାଉଛି । କିଏ ଭିଡିଓ ମାଧ୍ୟମରେ ବୟାନ ଦେଉଛି । କିଏ ଚିଠି ଲେଖୁଛି । ବିଜେପି ମଧ୍ୟରେ ଆଉ ତାଳମେଳ ରହୁନାହିଁ । ପରଦା ପଛରେ ଲଢେଇ ତୀବ୍ର ହେଉଛି । ଏବେ ଇଞ୍ଜିନ ନୁହେଁ, ଡବା ପରସ୍ପରକୁ ଧକ୍କା ଦେଉଛନ୍ତି । "

ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟଙ୍କ ଏକ୍ସ ପୋଷ୍ଟ ପରେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଛି । ମୌର୍ଯ୍ୟ ଏକ ପୋଷ୍ଟ କରି ଲେଖିଥିଲେ, "ସରକାର ତୁଳନାରେ ବଡ଼ ହେଉଛି ଦଳ । ମନ୍ତ୍ରୀ, ବିଧାୟକ ଓ ଜନ ପ୍ରତିନିଧିମାନେ ଦଳୀୟ କର୍ମୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ଦରକାର ।" ଲୋକସଭା ନିର୍ବାଚନରେ ବିଜେପି ହାରକୁ ନେଇ କିଛି ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ଦାୟୀ କରିଛନ୍ତି ।

କଣ କହିଲା ବିଜେପି ?

ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ମନସୁନ ଅଫରର କଡ଼ା ଜବାବ ଦେଇଛି ବିଜେପି । ରାଜ୍ୟ ବିଜେପି ମୁଖପାତ୍ର ଆଲୋକ ଅବସ୍ଥି କହିଛନ୍ତି, "ଅଖିଳେଶ ଯାଦବ ମାନସିକ ରୂପରେ ଦେବାଳିଆ ସ୍ଥିତିରେ ଅଛନ୍ତି । ସଂଘର୍ଷ କରି ଯଦି ପାର୍ଟିକୁ ଗଢିଥାନ୍ତେ, ତେବେ ଆଜି ଅଫର ଦେବାକୁ ପଡ଼ିନଥାନ୍ତା । ନିଜ ପିତା ମୁଲାୟମ ସିଂ ଯାଦବଙ୍କୁ ଧକ୍କା ଦେଇ ଦଳକୁ କବଜା କରିଥିବା ଅଖିଳେଶଙ୍କୁ ଆଜି ଜନତା ଭୁଲି ନାହାନ୍ତି । ଅପରାଧୀ, ଦୁଷ୍କର୍ମକାରୀ, ଲଭ ଜିହାଦ, ଆତଙ୍କବାଦୀ, ଲୁଟେରା ଓ ମାଫିଆଙ୍କ ସମର୍ଥନ କରୁଥିବା ସରକାରକୁ ଜନତା ସବକ ଶିଖାଇଥିଲେ ଓ ଆଗକୁ ମଧ୍ୟ ଶିଖାଇବେ । ଏଥିଲାଗି ସେ ଅଫର ଦେଉଛନ୍ତି ।"

ଏହା ବି ପଢନ୍ତୁ- ରାଜ୍ୟସଭାରେ 86କୁ ଖସିଲା ବିଜେପି ସଦସ୍ୟଙ୍କ ସଂଖ୍ୟା, ଗୃହରେ ବହୁମତ ଠାରୁ 12 ପଛରେ ‘ଏନଡିଏ’ ମେଣ୍ଟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.