ETV Bharat / bharat

ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ସାମ ପିଟ୍ରୋଡାଙ୍କ ଇସ୍ତଫା - Sam Pitroda Resigns - SAM PITRODA RESIGNS

Sam Pitroda Resigns: ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା । ବିବାଦୀୟ ବୟାନ ପରେ ହଠାତ ଆସିଛି ପିଟ୍ରୋଡାଙ୍କ ଇସ୍ତଫା ଖବର । ଅଧିକ ପଢନ୍ତୁ

Sam Pitroda Resigns
Sam Pitroda Resigns (ETV Bharat Odisha)
author img

By ETV Bharat Odisha Team

Published : May 8, 2024, 7:40 PM IST

ନୂଆଦିଲ୍ଲୀ: ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା । ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ପିଟ୍ରୋଡାଙ୍କ ବିବାଦୀୟ ବୟାନ ପରେ ଅଡୁଆରେ ପଡିଥିଲା କଂଗ୍ରେସ । ଏନେଇ ବିଜେପି କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଥିଲା । ଏହାପରେ ସେ ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ (Indian Overseas Congress) ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ସାମ ପିଟ୍ରୋଡାଙ୍କ ଇସ୍ତଫା ସମ୍ପର୍କରେ ନିଜର ଟ୍ବିଟର (X) ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ । ସେ ଲେଖିଛନ୍ତି, "ପିଟ୍ରୋଡା ନିଜର ଇଚ୍ଛା ଅନୁସାରେ ପ୍ରବାସୀ ଭାରତୀୟ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଇସ୍ତଫା ପତ୍ର ସ୍ବୀକାର କରିଛନ୍ତି AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ।"

ସୂଚନା ଅନୁସାରେ, ଏକ ଜାତୀୟ ଖବର କାଗଜ ସଂସ୍ଥାକୁ ସାକ୍ଷାତକାର ଦେଇ କଂଗ୍ରେସ ନେତା ସାମ ପିଟ୍ରୋଡା ଭାରତୀୟଙ୍କୁ ନେଇ ଦେଇଥିଲେ ବିବାଦୀୟ ବୟାନ । ନିର୍ବାଚନୀ ମାହୋଲରେ ତାଙ୍କର ଏଭଳି ବୟାନ ରାଜନୀତି ପାଣିପାଗକୁ ସରଗରମ କରିଥିଲା । ସେ ପୂର୍ବ-ଉତ୍ତର ଅଞ୍ଚଳର ଲୋକଙ୍କୁ ଚୀନ ଓ ଦକ୍ଷିଣ ଭାରତୀୟ ଲୋକଙ୍କୁ ଆଫ୍ରିକା ସହ ତୁଳନା କରିଥିଲେ । ସେ ଇଣ୍ଟରଭିୟୁରେ ସେ କହିଥିଲେ, "ଭାରତର ପୂର୍ବ ଅଞ୍ଚଳର ଲୋକମାନେ ଚୀନ ନାଗରିକ ଭଳି ଦେଖାଯାଆନ୍ତି । ଆଉ ଦକ୍ଷିଣ ଭାରତୀୟ ଲୋକେ ଆଫ୍ରିକାନ ଭଳି ଲାଗନ୍ତି ।"

ଏହା ବି ପଢନ୍ତୁ...ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ; ପୂର୍ବ ଭାରତୀୟ ଲୋକ ଚାଇନିଜ୍ ଭଳି ଦେଖିବାକୁ...କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ - Congress Sam Pitroda

ପିଟ୍ରୋଡା ଆହୁରି ମଧ୍ୟ କହିଥିଲେ ,"ଆମେ ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶକୁ ଯୋଡି ରଖିପାରିବା । ଯେଉଁଠି ପୂର୍ବ-ଉତ୍ତର ଅଞ୍ଚଳର ଲୋକେ ଚୀନବାସୀ ଭଳି ଦେଖାଯାଆନ୍ତି, ପଶ୍ଟିମ ଭାରତ ଲୋକେ ଆରବ ଭଳି ଦେଖାଯାଆନ୍ତି ଉତ୍ତରରେ ଲୋକେ ହ୍ୱାଇଟ ଭଳି ଦେଖାଯାଆନ୍ତି ଓ ଦକ୍ଷିଣ ଭାରତ ଲୋକେ ଆଫ୍ରିକାନ ଭଳି ଲାଗନ୍ତି । ଏଥିରେ କିଛି ଫରକ ପଡେନି । ଆମେ ସମସ୍ତେ ଭାଇ ଭଉଣୀ ଅଟନ୍ତି ।" ପିଟ୍ରୋଡାଙ୍କ ଏହି ମନ୍ତବ୍ୟ ପରେ ବିଜେପି ଶିବିରରୁ ପ୍ରବଳ ବିରୋଧ ତେଜିଥିଲା । ଆଉ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏକ ଟ୍ବିଟ୍ କରି "ଏହି ମନ୍ତବ୍ୟ ଗ୍ରହଣୀୟ ନୁହେଁ" ବୋଲି ଉଲ୍ଲେଖ କରିଥିଲେ । ଶେଷରେ ଏହି ବିବାଦ ଉଗ୍ର ରୂପ ନେବା ପରେ ପିଟ୍ରୋଡା ଇସ୍ତଫା ଦେଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.