ETV Bharat / bharat

Railway Vacancy: ରେଲୱେରେ ବଡ଼ ନିଯୁକ୍ତି; ଖାଲି ପଡ଼ିଛି ୧୧ ହଜାର ପଦବୀ, ଜାଣନ୍ତୁ କେମିତି କରିବେ ଆବେଦନ - RRB NTPC Recruitment

author img

By ETV Bharat Odisha Team

Published : Sep 4, 2024, 10:59 PM IST

Updated : Sep 5, 2024, 10:51 AM IST

RRB NTPC Recruitment 2024: ଭାରତୀୟ ରେଲୱେରେ Job Mela । ରେଲୱେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଖୁସି ଖବର । ବାହାରିଲା ସାଢ଼େ ୧୧ ହଜାର ପଦବୀ ପାଇଁ ବିଜ୍ଞପ୍ତି । ଜାଣନ୍ତୁ କିପରି କରିବେ ଆବେଦନ, ଚାକିରି ପାଇଁ ବୟସ ସୀମା ଏବଂ ଯୋଗ୍ୟତା ।

RRB NTPC Recruitment 2024
RRB NTPC Recruitment 2024 (ETV Bharat Odisha)

ହାଇଦ୍ରାବାଦ: ଆପଣ ରେଲୱେ ବିଭାଗରେ ଚାକିରି କରିବାକୁ ଚାହିଁଛନ୍ତି କି ? ଇଣ୍ଡିଆନ ରେଲୱେରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଖୁବଶୀଘ୍ର ଏହି ସବୁ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟରେ ଆବେଦନ କରିପାରିବେ ।

କେତୋଟି ପୋଷ୍ଟ ପାଇଁ ଭ୍ୟାକେନ୍ସି:

ରେଳ ମନ୍ତ୍ରଣାଳୟ ନନ୍‌ ଟେକ୍ନିକାଲ ପପୁଲାର କ୍ୟାଟେଗୋରୀ ( Non-Technical Popular Categories-NTPC) ଅଧୀନରେ ଅଣ୍ଡର ଗ୍ରାଜୁଏଟ ଓ ଗ୍ରାଜୁଏଟ ସ୍ତରରେ ୧୧୫୫୮ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

କେମିତି କରିବେ ଆବେଦନ:

ଆବେଦନ କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସମସ୍ତ ପୋଷ୍ଟ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ । ବିଭିନ୍ନ ବର୍ଗ ଅନୁସାରେ ଆବେଦନ ଶୁଳ୍କ ୫୦୦ରୁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି । ଆଗ୍ରହୀ ପ୍ରାର୍ଥୀମାନେ ରେଳ ନିଯୁକ୍ତି ବୋର୍ଡର ଅଫିସିଆଲ୍ ୱେବସାଇଟ୍ www.indianrailways.gov.inରେ ସମସ୍ତ ବିଷୟରେ ସୂଚନା ପାଇ ଆବେଦନ କରିପାରିବେ ।

ଏହା ମଧ୍ୟ ପଢ଼ନ୍ତୁ...ୱେଟିଂ ଟିକଟରେ ଟ୍ରେନ ଯାତ୍ରା ବନ୍ଦ ! VIP ସମେତ ୧୬ଟି କୋଟାରେ କରିପାରିବେ କନଫର୍ମ, ଜାଣନ୍ତୁ ରେଳବାଇ ରିଜର୍ଭେସନ ନିୟମ - Train waiting ticket new rules

ଗ୍ରାଜୁଏଟ ସ୍ତରରେ ୮୧୧୩ଟି ପୋଷ୍ଟ:

ଗ୍ରାଜୁଏଟ ସ୍ତରରେ ୫ଟି ବର୍ଗ ପାଇଁ ସମୁଦାୟ ୮୧୧୩ଟି ପୋଷ୍ଟ ରହିଛି । ଏଥିରେ ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର, ଷ୍ଟେସନ ମାଷ୍ଟର, ମାଲବାହୀ ଟ୍ରେନ୍ ମ୍ୟାନେଜର, ଜୁନିଅର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ ଏବଂ ସିନିୟର କ୍ଲର୍କ କମ ଟାଇପିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପୋଷ୍ଟଗୁଡିକରେ ଆବେଦନ ତାରିଖ ୧୪ ସେପ୍ଟେମ୍ବର ୨୦୨୪ରୁ ଆରମ୍ଭ ହେଉଥିବା ବେଳେ ଆବେଦନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ୧୩ ଅକ୍ଟୋବର ୨୦୨୪ । ଏହି ପଦବୀରେ ଆବେଦନ ପାଇଁ ବୟସ ସୀମା ୧ ଜାନୁୟାରୀ ୨୦୨୫ ସୁଦ୍ଧା ୧୮ରୁ ୩୬ ବର୍ଷ ହୋଇଥିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ଟ୍ରେନ ଛାଡିବାର ୫ ମିନିଟ୍‌ ପୂର୍ବରୁ ବୁକିଂ କରିପାରିବେ ଟିକଟ, କାଣନ୍ତୁ କେମିତି - Book Train Ticket Before Departure

କେଉଁ ପୋଷ୍ଟରେ କେତେ ଭ୍ୟାକାନ୍ସି:

  • ମୁଖ୍ୟ ବାଣିଜ୍ୟିକ କମ ଟିକେଟ୍ ସୁପରଭାଇଜର- ୧୭୩୬ ପଦବୀ
  • ଷ୍ଟେସନ ମାଷ୍ଟର (Station Master)- ୯୯୪ ପଦବୀ
  • ମାଲବାହୀ ଟ୍ରେନ୍ ମ୍ୟାନେଜର (Goods Train Manager)-୩୧୪୪ ପଦବୀ
  • ଜୁନିଅର ଆକାଉଣ୍ଟସ୍ ଆସିଷ୍ଟାଣ୍ଟ କମ ଟାଇପିଷ୍ଟ -୧୫୦୭ ପଦବୀ
  • ସିନିୟର କ୍ଲର୍କ କମ ଟାଇପିଷ୍ଟ- ୭୩୨ ପଦବୀ

ଏହା ମଧ୍ୟ ପଢ଼ନ୍ତୁ...ଓ୍ବେଟିଂ ଟିକେଟ କାଟି ଟ୍ରେନ ଯାତ୍ରା ବନ୍ଦ ! ଆସିଲା ନୂଆ ନିୟମ, ସିଟ୍ ଖାଲି ଥିଲେ କଣ କରିବେ ଜାଣନ୍ତୁ - TRAIN WAITING TICKET NEW RULES

ଅଣ୍ଡର ଗ୍ରାଜୁଏଟ ସ୍ତରରେ ୩୪୪୫ ପଦବୀ:

ଅଣ୍ଡର ଗ୍ରାଜୁଏଟ ସ୍ତରରେ ୩୪୪୫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆବେଦନ ପ୍ରକକ୍ରିୟା ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବା ବେଳେ ଆବେଦନର ଶେଷ ତାରିଖ ୨୦ ଅକ୍ଟୋବର ରହିଛି । ଏଥିରେ କମର୍ସିଆଲ କମ୍‌ ଟିକଟ କ୍ଲର୍କ (Commercial cum Ticket Clerk), ଆକାଉଣ୍ଟାଣ୍ଟ କମ ଟାଇପିଷ୍ଟ (Accountant cum Typist), ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ (Junior Clerk cum Typist) ଓ ଟ୍ରେନ କ୍ଲର୍କ (Train Clerk) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ବୟସ ସୀମା ୧ ଜାନିୟାରୀ ସୁଦ୍ଧା ୧୮ରୁ ୩୩ ବର୍ଷ ହୋଇଥିବା ଆବଶ୍ୟକ ।

ଏହା ମଧ୍ୟ ପଢ଼ନ୍ତୁ...ଅନଲାଇନରେ ଶସ୍ତା ଟ୍ରେନ ଟିକେଟ ବୁକିଂ କେମିତି କରିବେ ? ଆପଣାନ୍ତୁ ଟ୍ରିକ୍ସ, ବଞ୍ଚିବ ଅଧା ପଇସା - How to Save Money on Train Tickets

କେଉଁ ପୋଷ୍ଟରେ କେତେ ଭ୍ୟାକାନ୍ସି:

  • କମର୍ସିଆଲ କମ୍‌ ଟିକଟ କ୍ଲର୍କ - ୨୦୨୨ ପଦବୀ
  • ଆକାଉଣ୍ଟାଣ୍ଟ କମ ଟାଇପିଷ୍ଟ -୩୬୧ ପଦବୀ
  • ଜୁନିୟର କ୍ଲର୍କ କମ୍‌ ଟାଇପିଷ୍ଟ- ୯୯୦ ପଦବୀ
  • ଟ୍ରେନ କ୍ଲର୍କ- ୭୨ ପଦବୀ

ଏହା ମଧ୍ୟ ପଢ଼ନ୍ତୁ...ସିନିୟର ସିଟିଜନଙ୍କ ପାଇଁ ରେଳବାଇର ବଡ଼ ଅଫର, କମ ଟଙ୍କାରେ ଟ୍ରେନ ଯାତ୍ରା କରିବେ ବରିଷ୍ଠ ନାଗରିକ - Railway offer for senior citizens

ଏହି ରେଳ ନିଯୁକ୍ତି ବୋର୍ଡ ମାଧ୍ୟମରେ ପରୀକ୍ଷା କରାଯିବ:

  • ରେଳ ନିଯୁକ୍ତି ବୋର୍ଡ, ଭୁବନେଶ୍ବର
  • ରେଳ ନିଯୁକ୍ତି ବୋର୍ଡ, ଅଜମେର
  • ରେଳ ନିଯୁକ୍ତି ବୋର୍ଡ, ବେଙ୍ଗାଲୁରୁ
  • ରେଳ ନିଯୁକ୍ତି ବୋର୍ଡ, ଭୋପାଳ
  • ରେଳ ନିଯୁକ୍ତି ବୋର୍ଡ, ଅହମ୍ମଦାବାଦ
  • ରେଳ ନିଯୁକ୍ତି ବୋର୍ଡ, ବିଳାଶପୁର
  • ରେଳ ନିଯୁକ୍ତି ବୋର୍ଡ, ଚଣ୍ଡିଗଡ଼
  • ରେଳ ନିଯୁକ୍ତି ବୋର୍ଡ, ଚେନାଇ
  • ରେଳ ନିଯୁକ୍ତି ବୋର୍ଡ, ଗୋରଖପୁର
  • ରେଳ ନିଯୁକ୍ତି ବୋର୍ଡ, ଗୌହାଟି
  • ରେଳ ନିଯୁକ୍ତି ବୋର୍ଡ, ଜମ୍ମୁ-ଶ୍ରୀନଗର
  • ରେଳ ନିଯୁକ୍ତି ବୋର୍ଡ, କୋଲକାତା
  • ରେଳ ନିଯୁକ୍ତି ବୋର୍ଡ, ମାଲଦା
  • ରେଳ ନିଯୁକ୍ତି ବୋର୍ଡ, ମୁମ୍ବାଇ
  • ରେଳ ନିଯୁକ୍ତି ବୋର୍ଡ, ମୁଜାଫରପୁର
  • ରେଳ ନିଯୁକ୍ତି ବୋର୍ଡ, ପାଟଣା
  • ରେଳ ନିଯୁକ୍ତି ବୋର୍ଡ, ପ୍ରୟାଗରାଜ
  • ରେଳ ନିଯୁକ୍ତି ବୋର୍ଡ, ରାଞ୍ଚି
  • ରେଳ ନିଯୁକ୍ତି ବୋର୍ଡ, ସିଲିଗୁଡା
  • ରେଳ ନିଯୁକ୍ତି ବୋର୍ଡ, ସିକନ୍ଦରାବାଦ
  • ରେଳ ନିଯୁକ୍ତି ବୋର୍ଡ, ତିରୁବନ୍ତପୁରମ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 5, 2024, 10:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.