ETV Bharat / bharat

CJIଙ୍କୁ ଚିଠି ଲେଖିଲେ 21 ପୂର୍ବତନ ବିଚାରପତି, 'ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ହେଉଛି ଉଦ୍ୟମ' - Retired Judges Letter to CJI

author img

By ETV Bharat Odisha Team

Published : Apr 15, 2024, 12:30 PM IST

Retired Judges Letter to CJI: ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର 21 ଜଣ ଅବସରପ୍ରାପ୍ତ ବିଚାରପତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଏକ ପତ୍ର ଲେଖିଛନ୍ତି । ଚିଠିରେ ଏହି ସବୁ ଦର୍ଶାଯାଇଛି ..

Retired Judges Letter to CJI
Retired Judges Letter to CJI

ନୂଆଦିଲ୍ଲୀ: ଦେଶର 600 ଆଇନଜୀବୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିବା ପରେ ଏବେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର 21 ଜଣ ଅବସରପ୍ରାପ୍ତ ବିଚାରପତି ଚିଠି ଲେଖିଛନ୍ତି । ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ ଉଦ୍ୟମ କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି । ତେବେ ଚିଠି ଲେଖିଥିବା 21ଜଣଙ୍କ ମଧ୍ୟରେ 17ଜଣ ହାଇକୋର୍ଟର ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର 4 ଜଣ ପୂର୍ବତନ ବିଚାରପତି ରହିଛନ୍ତି । ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଥିବା ଚିଠିରେ ଉଲ୍ଲେଖ କରାଯାଇଛି ।

ଚିଠି ଲେଖିଥିବା ବିଚାରପତିମାନେ କହିଛନ୍ତି, ନ୍ୟାୟପାଳିକାକୁ ବର୍ତ୍ତମାନର ପରିସ୍ଥିତିରୁ ରକ୍ଷା କରିବାର ଆବଶ୍ୟକତା ରହିଛି । ବିଚାରପତିମାନେ କିଛି ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି, ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭ ଦ୍ୱାରା ପ୍ରେରିତ କେତେକ ବିଷୟ ଆମ ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରୁଛି ।

'ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିବାକୁ ପ୍ରୟାସ': ପୂର୍ବତନ ବିଚାରପତିମାନଙ୍କ ପ୍ରତିକ୍ରିୟା 'ଯେଉଁମାନେ ଏଭଳି କରୁଛନ୍ତି, ସେମାନେ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି । ରାଜନୈତିକ ସ୍ବାର୍ଥ ଏବଂ ବ୍ୟକ୍ତିଗତ ଲାଭ ପାଇଁ ନ୍ୟାୟିକ ବ୍ୟବସ୍ଥାରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରାଯାଉଛି । ଏଭଳି କାର୍ଯ୍ୟକଳାପ କେବଳ ନ୍ୟାୟପାଳିକାର ଅଖଣ୍ଡତାକୁ ଅସମ୍ମାନ କରୁନାହିଁ ବରଂ ବିଚାରପତିଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଉଛି ।'

ଏହା ମଧ୍ୟ ପଢନ୍ତୁ: ସିଜେଆଇକୁ ଚିଠି ଲେଖିଲେ 600 ଆଇନଜୀବୀ, ଏହା ଥିଲା ମୁଖ୍ୟ କାରଣ - Lawyers Letter To CJI

ବିଚାରପତିଙ୍କ ସଚ୍ଚୋଟତା ଉପରେ ପ୍ରଶ୍ନ ! : ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଦୀପକ ବର୍ମା, କୃଷ୍ଣ ମୁରାରୀ, ଦୀନେଶ ମହେଶ୍ୱରୀ ଏବଂ ଏମଆର ଶାହାଙ୍କ ସମେତ ପୂର୍ବତନ ବିଚାରପତିମାନେ କୋର୍ଟ ଏବଂ ବିଚାରପତିଙ୍କ ଅଖଣ୍ଡତା ଉପରେ ପ୍ରଶ୍ନ କରିଛନ୍ତି । ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାର ସ୍ପଷ୍ଟ ପ୍ରୟାସ ସହିତ ଅନ୍ୟାୟ ଉପାୟ ଅବଲମ୍ବନ କରିଥିବା ଅଭିଯୋଗ ହୋଇଛି । ନ୍ୟାୟପାଳିକାକୁ ଅନାବଶ୍ୟକ ଚାପରୁ ରକ୍ଷା କରିବା ଆବଶ୍ୟକ ବୋଲି ଚିଠିର ଶୀର୍ଷକତାରେ ଉଲ୍ଲେଖ କରାଯାଇଛି । ଏହିପରି କାର୍ଯ୍ୟ କେବଳ ଆମର ନ୍ୟାୟପାଳିକାର ପବିତ୍ରତାକୁ ଅପମାନିତ କରେ ନାହିଁ ବରଂ ନ୍ୟାୟ ଏବଂ ନ୍ୟାୟର ନୀତିକୁ ମଧ୍ୟ ଆହ୍ବାନ ଦେଇଥାଏ । ଏପରି ଚାପ ବିରୋଧରେ ଦୃଢ ହେବା ଏବଂ ଆଇନ ବ୍ୟବସ୍ଥାର ପବିତ୍ରତା ଏବଂ ସ୍ବାଧୀନତା ରକ୍ଷା କରାଯିବାକୁ ସୁପ୍ରିମକୋର୍ଟଙ୍କ ନେତୃତ୍ୱାଧୀନ ନ୍ୟାୟପାଳିକାକୁ ସେମାନେ ନିବେଦନ କରିଛନ୍ତି । ପ୍ରକାଶଥାଉକି, ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍ ଯୁଦ୍ଧା ଜାରି ରହିଥିବା ବେଳେ, ଏଭଳି ପରିସ୍ଥିତିରେ ଏହି ଚିଠି ଲେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.