ETV Bharat / bharat

ଭାରତର ସର୍ବବୃହତ୍ ଛାତ୍ରବୃତ୍ତି କାର୍ଯ୍ୟକ୍ରମ, ଶୀଘ୍ର ଆବେଦନ କରନ୍ତୁ - Scholarships For Students

author img

By ETV Bharat Odisha Team

Published : Aug 15, 2024, 3:30 PM IST

Scholarships For Students: ଆରମ୍ଭ ହୋଇଛି ଭାରତର ସର୍ବବୃହତ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ପାଠପଢାର ଖର୍ଚ୍ଚ ବହନ କରିବ ରିଲାଏନ୍ସ ଫାଉଣ୍ଡେସନ । ଏଥିପାଇଁ ଯୋଗ୍ୟତା କ'ଣ ? କିପରି ଆବେଦନ କରିବେ ଜାଣନ୍ତୁ ।

Scholarships For Students
Scholarships For Students (ETV Bharat Odisha)

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଆରମ୍ଭ ହୋଇଛି ଭାରତର ସର୍ବବୃହତ ଛାତ୍ରବୃତ୍ତି କାର୍ଯ୍ୟକ୍ରମ । ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।

କାହା ପାଇଁ କେତେ ?

୫ ହଜାର ଛାତ୍ରଛାତ୍ରୀଙ୍କ ସ୍ନାତକ ପାଠପଢା ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପ୍ରଦାନ କରାଯିବ । ସ୍ନାତକୋତ୍ତର ପାଇଁ ୧୦୦ ଛାତ୍ରଛାତ୍ରୀ ୬ ଲକ୍ଷ ଟଙ୍କା ଲେଖାଏଁ ଛାତ୍ରବୃତ୍ତି ପାଇବେ । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ୧୦ ବର୍ଷରେ ୫୦ ହଜାର ଛାତ୍ରବୃତ୍ତି ଦେବା ପାଇଁ ରିଲାଏନ୍ସ ଫାଉଣ୍ଡେସନର ଲକ୍ଷ୍ୟ ରହିଥିବା ନେଇ ଯୋଜନା କରାଯାଇଛି ।

କେଉଁମାନେ କରିପାରିବେ ଆବେଦନ ?

"ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆବେଦନ ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଛି । ସମଗ୍ର ଭାରତରେ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକରୁ ପୂର୍ଣ୍ଣକାଳୀନ ନିୟମିତ ଡିଗ୍ରୀ ପାଠ୍ୟକ୍ରମରେ ନାମ ଲେଖାଉଥିବା ପ୍ରଥମ ବର୍ଷ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ" ବୋଲି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।

'ବିନା ଆର୍ଥିକ ବୋଝରେ ପାଠ ପଢିବେ ଛାତ୍ରଛାତ୍ରୀ'

"ସ୍ନାତକ ପାଠ୍ୟକ୍ରମରେ ସମସ୍ତ ବିଷୟରେ ଛାତ୍ରବୃତ୍ତି ଦିଆଯାଉଛି । ଯୋଗ୍ୟ ବିବେଚିତ ୫ହଜାର ସ୍ନାତକ ଛାତ୍ରଛାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ । ସ୍ନାତକ ପାଠ୍ୟକ୍ରମରେ ପ୍ରଥମ ବର୍ଷରେ ଯୋଗ ଦେଉଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ । ସେମାନଙ୍କୁ ଯୋଗ୍ୟତା ଏବଂ ପାରିବାରିକ ଆୟ ଆଧାରରେ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ । ଯାହା ଦ୍ୱାରା ବିନା ଆର୍ଥିକ ବୋଝରେ ସେମାନେ ନିଜ ପାଠପଢ଼ା ଜାରି ରଖିପାରିବେ । ସ୍ନାତକୋତ୍ତର ପାଠ୍ୟକ୍ରମରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ ସାଇନ୍ସ ବିଷୟ ଗୁଡ଼ିକରେ ଛାତ୍ରବୃତ୍ତି ଦିଆଯାଉଛି । ଏହା କେବଳ ଯୋଗ୍ୟତା ଆଧାରରେ ଦିଆଯିବ । ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖାଉଥିବା ୧୦୦ ଛାତ୍ରଛାତ୍ରୀମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ପ୍ରଦାନ କରାଯିବ" ବୋଲି ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ସୂଚନା ଦିଆଯାଇଛି ।

କିଭଳି କରିବେ ଆବେଦନ?

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହା କେବଳ ପାଠପଢା ପାଇଁ ପାଣ୍ଠି ଦେଇନଥାଏ ବରଂ ଛାତ୍ରଛାତ୍ରୀମାନଙ୍କୁ ବିଶେଷଜ୍ଞ ସହାୟତା ମଧ୍ୟ ଉପଲବ୍ଧ କରାଇଥାଏ । ଯାହାଦ୍ୱାରା ସେମାନେ ନିଜର ସାମର୍ଥ୍ୟକୁ ବୁଝିପାରିବେ ଏବଂ ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରିପାରିବେ। ରିଲାଏନ୍ସ ଏପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଛାତ୍ରବୃତ୍ତି ପ୍ରଦାନ କରିଛି । ରିଲାଏନ୍ସ ଫାଉଣ୍ଡେସନର ୱେବସାଇଟ www.scholarships.reliancefoundation.org ମାଧ୍ୟମରେ ଛାତ୍ରଛାତ୍ରୀ ଅନଲାଇନରେ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୬ ତାରିଖ । ଏହାସହ ହ୍ବାଟ୍ସଆପ ନମ୍ବର ୭୯୭୭୧୦୦୧୦୦ ମାଧ୍ୟମରେ ଅଧିକ ସୂଚନା ପାଇପାରିବେ ।

ଏହା ବି ପଢନ୍ତୁ...ଜାତୀୟ ଆୟଭିଭିକ ମେଧାବୃରି ପରୀକ୍ଷା: ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ, କ’ଣ ରହିଛି ଯୋଗ୍ୟତା - NMMS Scholarship Application

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ:
"ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତିର ଉଦ୍ଦେଶ୍ୟ ହେଉଛି ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ଭାରତର ଅଭିବୃଦ୍ଧି ଦିଗରେ ନେତୃତ୍ୱ ନେବାରେ ଅଗ୍ରଣୀ ହେବା ପାଇଁ ଯୁବକମାନଙ୍କୁ ସଶକ୍ତ କରିବା । ସାମଗ୍ରିକ ସହାୟତା ଏବଂ ଉଦାର ଆର୍ଥିକ ଅନୁଦାନ ମାଧ୍ୟମରେ ଏହି ବୃତ୍ତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଶିକ୍ଷାଗତ ଏବଂ ବୃତ୍ତିଗତ ଆକାଂକ୍ଷା ହାସଲ କରିବାରେ ସାହାଯ୍ୟ କରିବ" ବୋଲି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି ।

ସ୍ନାତକ ଛାତ୍ରଛାତ୍ରୀମାନେ କିପରି କରିବେ ଆବେଦନ:
ପ୍ରଥମେ www.scholarships.reliancefoundation.org ୱେବସାଇଟରେ ସର୍ଚ୍ଚ କରିବେ । ଏକ ଫର୍ମ ମାଧ୍ୟମରେ ନିଜର ନାମ ଯୋଗାଯୋଗ ନମ୍ବର ଏବଂ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରିବେ । ଏହାସହ ଶିକ୍ଷାନୁଷ୍ଠାନ ଗୁଡ଼ିକର ତଥ୍ୟ ପ୍ରଦାନ କରିବେ । ଯଦି କୌଣସି ଅୱାର୍ଡ ପାଇଛନ୍ତି ତେବେ ଏହାର ତଥ୍ୟ ଦେଇପାରିବେ । ଏହି ସମସ୍ତ ତଥ୍ୟକୁ ସବମିଟ କରିବେ । ୬୦ ମିନିଟରେ ୬୦ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ । ଛାତ୍ରଛାତ୍ରୀଙ୍କୁ ସାକ୍ଷାତକାର ମଧ୍ୟ କରିବାକୁ ପଡ଼ିବ । ପରବର୍ତ୍ତୀ ସମୟରେ ସମସ୍ତ ଛାତ୍ରଛାତ୍ରୀଙ୍କ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ବୋଲି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.