ETV Bharat / bharat

ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ, ରାମଲାଲାଙ୍କ ଦର୍ଶନରେ ରେକର୍ଡ - Ayodhya Ram Temple - AYODHYA RAM TEMPLE

Ayodhya Ram Mandir Tourist: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାକୁ ପୁରିଲା 2 ମାସ । ଏହି 2 ମାସ ମଧ୍ୟରେ ରେକର୍ଡ ସଂଖ୍ୟାରେ ଭକ୍ତ ରାମଲାଲାଙ୍କ ଦର୍ଶନ କରିଥିବା ନେଇ ପର୍ଯ୍ୟଟକ ବିଭାଗ ପକ୍ଷରୁ ତଥ୍ୟ ଜାରି କରାଯାଇଛି । ଅଧିକ ପଢନ୍ତୁ

Ayodhya Ram Mandir Tourist
Ayodhya Ram Mandir Tourist
author img

By ETV Bharat Odisha Team

Published : Mar 22, 2024, 2:23 PM IST

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାକୁ ଆଜି (ଶୁକ୍ରବାର) 2 ମାସ ପୁରିଛି । ଜାନୁଆରୀ 22 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନୀରେ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ତେବେ ରାମ ଲାଲାଙ୍କ ଦର୍ଶନ କରିବା ପାଇଁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳୁଥିବା ବେଳେ ଏହି ସଂଖ୍ୟା ରେକର୍ଡ ସୃଷ୍ଟି କରିଛି । 23 ଜାନୁଆରୀରୁ 21 ମାର୍ଚ୍ଚ ମଧ୍ୟରେ 1 କୋଟି 12 ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ ନିମନ୍ତେ ରାମ ମନ୍ଦିର ଆସିଥିବା ଜଣାପଡିଛି । ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, ପ୍ରତିଦିନ 1 ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ଆସୁଛନ୍ତି । ତେବେ ମଙ୍ଗଳବାର, ଶନିବାର ଓ ରବିବାର ଦିନ ଅଧିକ ଭକ୍ତ ମନ୍ଦିର ଆସୁଥିବା ଦେଖିବାକୁ ମିଳୁଛି ।

ବର୍ଷକ ମଧ୍ୟରେ ଯେତିକି ଭକ୍ତ ଆସନ୍ତି, ମାତ୍ର 2 ମାସ ମଧ୍ୟରେ ଆସି ସାରିଲାଣି ତା ଠୁ ଅଧିକ ଭକ୍ତ: ବିଗତ ବର୍ଷଗୁଡିକ ଅପେକ୍ଷା ଚଳିତ ବର୍ଷ ଅଯୋଧ୍ୟା ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟାରେ ବହୁଗୁଣା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପର୍ଯ୍ୟଟନ ବିଭାଗର ଆକଳନ ଅନୁଯାୟୀ, 2017ରେ 1 କୋଟି 78 ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତ ଅଯୋଧ୍ୟା ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ 25 ହଜାର 141 ବିଦେଶୀ ପର୍ଯ୍ୟଟକ ସାମିଲ ଥିଲେ । ସେହିଭଳି 2018ରେ 1କୋଟି 95 ଲକ୍ଷ 34 ହଜାର 824 ଭାରତୀୟ ଓ 28 ହଜାର 335 ବିଦେଶୀ ନାଗରିକ ଅଯୋଧ୍ୟା ଆସିଥିଲେ । ଆଉମଧ୍ୟ 2019- 20ରେ କୋଭିଡ ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବହୁତ କମ ଦେଖିବାକୁ ମିଳିଥିଲା ।

ଏହାମଧ୍ୟ ପଢନ୍ତୁ.. 'ରାଷ୍ଟ୍ରପତି ଜଣେ ଆଦିବାସୀ ହୋଇଥିବାରୁ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଂଶଗ୍ରହଣ ଅନୁମତି ପାଇଲେ ନାହିଁ'

2021ରେ 1କୋଟି 57 ଲକ୍ଷ 43 ହଜାର 359 ଭାରତୀୟ ଓ 431 ବିଦେଶୀ ପର୍ଯ୍ୟଟକ ଅଯୋଧ୍ୟାକୁ ଆସିଥିଲେ । 2022ରେ 2କୋଟି 21 ଲକ୍ଷ 12 ହଜାର 402 ଭାରତୀୟ ଓ 26 ହଜାର 403 ବିଦେଶୀ ପର୍ଯ୍ୟଟକ ଅଯୋଧ୍ୟା ଆସିଥିଲେ । 2023ରେ ଶ୍ରଦ୍ଧାଳୁମାନଙ୍କ ସଂଖ୍ୟା ବୃଦ୍ଧି ପାଇ 5 କୋଟି 75 ଲକ୍ଷ 15 ହଜାର 423ରେ ପହଞ୍ଚିଥିଲା । ସେମାନଙ୍କ ମଧ୍ୟରୁ 2ଲକ୍ଷ 8ହଜାର 418 ବିଦେଶୀ ଶ୍ରଦ୍ଧାଳୁ ଆସିଥିଲେ । ତେବେ ଚଳିତ ବର୍ଷ 22 ଜାନୁଆରୀରେ ପ୍ରାଣ ପ୍ରତିଷ୍ଠା ପରେ 20 ମାର୍ଚ୍ଚ ମଧ୍ୟରେ 1 କୋଟି 12 ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରାମ ମନ୍ଦିର ଦର୍ଶନ କରିସାରିଲେଣି ।

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁମାନଙ୍କ ଭିଡ ଦେଖିବାକୁ ମିଳୁଛି । ଯାହାଦ୍ୱାରା ସ୍ଥାନୀୟ ଲୋକମାନଙ୍କ ପାଇଁ ମଧ୍ୟ ରୋଜଗାରର ବାଟ ଫିଟିଛି । ପୂର୍ବରୁ ଯେଉଁ ଦୋକାନ ଗୁଡିକରେ ଖାଲି ପଡିଥିଲା ବର୍ତ୍ତମାନ ସେହି ଦୋକାନ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଭୋଗ ଦୋକାନ, ହୋଟେଲ, ରେସ୍ତୋରାଁ ମାଲିକମାନଙ୍କର ବେଶ ଲାଭ ହେଉଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.