ETV Bharat / bharat

ସୀମା ଟପିଲା ଘୃଣ୍ୟ ମାନସିକତା: ICUରେ ଚିକିତ୍ସାଧୀନ ଗୁରୁତର ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

A case of rape of a woman admitted in ICU: ICU ରେ ଚିକିତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ । ଅଭିଯୁକ୍ତ ଗିରଫ । ତଦନ୍ତ ଜାରି । ଅଧିକ ପଢନ୍ତୁ

ଘୃଣ୍ୟ ମାନସିକତା: ICU ରେ ଚିକିତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

author img

By ETV Bharat Odisha Team

Published : Feb 27, 2024, 10:51 PM IST

ଘୃଣ୍ୟ ମାନସିକତା: ICU ରେ ଚିକିତ୍ସାଧୀନ ମହିଳାଙ୍କୁ ଦୁଷ୍କର୍ମ କଲା ନର୍ସିଂ ଷ୍ଟାଫ

ଜୟପୁର: ସୀମା ଟପୁଛି ଘୃଣ୍ୟ ମାନସିକତା । ଏପରି ଅପରାଧ ଯେ, ଯେତେ ଘୃଣା କଲେ ମଧ୍ୟ କମ ହେବ । ହସ୍ପିଟାଲ ବେଡରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ମଧ୍ୟ ଦୁଷ୍କର୍ମ ଶିକାର ହୋଇଛନ୍ତି ଜଣେ ମହିଳା ରୋଗୀ । ସେ ପୁଣି ସେହି ହସ୍ପିଟାଲର ଜଣେ ନର୍ସିଂ ଷ୍ଟାଫଙ୍କ ଦ୍ବାରା । ରାତିରେ ଉକ୍ତ ଓ୍ବାର୍ଡ ଦାୟିତ୍ବରେ ଥିବା ଜଣେ ଓ୍ବାର୍ଡ ବଏ ଆଇସିୟୁରେ ଚିକିତ୍ସାଧୀନ ଜଣେ ମହଳାଙ୍କୁ ଦୁଷ୍କର୍ମ କରିଛନ୍ତି । ଏପରି ଏକ ସଙ୍ଗୀନ ଅଭିଯୋଗ ରାଜସ୍ଥାନ ଅଲଓ୍ବାରରୁ ଆସିଛି । ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି କଷ୍ଟଡିକୁ ନେଇଛି ।

ଅଭିଯୋଗ ଅନୁସାରେ, ରାଜସ୍ଥାନର ଅଲୱାର ଶିବାଜୀ ପାର୍କ ଥାନା କ୍ଷେତ୍ର ଅଧୀନରେ ଥିବା ଏକ ହସ୍ପିଟାଲରେ ଏହି ଘଟଣା ଘଟିଛି । ଗତକାଲି ରାତିରେ ହସ୍ପିଟାଲରେ ଆସିୟୁରେ ଚିକିତ୍ସାଧୀନ ଜଣେ ମହିଳା ସେହି ହସ୍ପିଟାଲର ଜଣେ କର୍ମଚାରୀଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଜି ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ପୋଲିସ ସମ୍ପୃକ୍ତ ଅଭିଯୁକ୍ତ କର୍ମଚାରୀକୁ ଗିରଫ କରିଛି । ହସ୍ପିଟାଲର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: କର୍ଣ୍ଣାଟକରେ 3 କଂଗ୍ରେସ ପ୍ରାର୍ଥୀ ବିଜୟୀ, ହିମାଚଳରେ ବାଜି ମାରିଲା ବିଜେପି

ଶିବାଜୀ ପୋଲିସ ଷ୍ଟେସନ ଅଧିକାରୀ ରାଜପାଲ ଚୌଧୁରୀ କହିଛନ୍ତି ମାମଲା ପଞ୍ଜିକୃତ ହୋଇଛି । ଅଭିଯୁକ୍ତକୁ ଗିରଫ କରାଯାଇ ଜେରା କରାଯାଉଛି । ତାର ଡାକ୍ତରୀମାଇନା ମଧ୍ୟ କରାଯିବ । ହସ୍ପିଟାଲରୁ ସଂଗୃହିତ ସିସିଟିଭି ଫୁଟେଜରେ ଏହି ଓ୍ବାର୍ଡବଏ ଆସିୟୁ ଓ୍ବାର୍ଡରେ କିଛି ସନ୍ଦେହଜନକ କାର୍ଯ୍ୟ କରୁଥିବା ମଧ୍ୟ ଦେଖାଯାଇଛି । ଅନ୍ୟପଟେ ହସ୍ପିଟାଲ ମ୍ୟାନେଜମେଣ୍ଟ କହିଛି ଯେ ପୋଲିସ ତଦନ୍ତ କରୁଛି । ହସ୍ପିଟାଲ କର୍ତ୍ତୃପକ୍ଷ ଗଣମାଧ୍ୟମକୁ ସିସିଟିଭି ଫୁଟେଜ ଦେବାକୁ ମନା କରିଦେଇଛି । ହସ୍ପିଟାଲର ଇନଚାର୍ଜ ଲବସ ଗୁପ୍ତା କହିଛନ୍ତି, ପୋଲିସ ଏହି ଘଟଣାର ତଦନ୍ତ କରୁଛି । ପୋଲିସ ୱାର୍ଡ ବଏକୁ ଗିରଫ କରିଛି । ଏହି ପ୍ରସଙ୍ଗରେ କିଛି କୁହାଯାଇପାରିବ ନାହିଁ । ଅନ୍ୟପଟେ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମାମଲା ପ୍ରତ୍ୟାହାର କରିବା ପାଇଁ ହସ୍ପିଟାଲରୁ ଚାପ ପକାଯିବା ସହ ଚିକିତ୍ସାଧୀନ ମହିଳା ପୀଡିତାଙ୍କୁ ଜୀବନରୁ ମାରିଦେବା ନେଇ ମଧ୍ୟ ଧମକ ମିଳିଥବା ମଧ୍ୟ ଅଭିଯୋଗ ହୋଇଛି । ହସ୍ପିଟାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଅନ୍ୟ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.