ETV Bharat / bharat

61ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ, ଆଜି ମଧ୍ୟବିତ୍ତଙ୍କ ପାଇଁ ପାଲଟିଛି ଆର୍ଥିକ ବରଦାନ - Ramoji Rao founded Margadarshi Chit Funds

author img

By ETV Bharat Odisha Team

Published : Jun 8, 2024, 5:04 PM IST

Updated : Jun 8, 2024, 5:46 PM IST

Ramoji Rao founded Margadarshi Chit Funds: ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ । ମିଡିଆ, ଫିଲ୍ମ ଜଗତ ବ୍ୟତୀତ ଲୋକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ପାଇଁ ସେ 61ବର୍ଷ ପୂର୍ବରୁ ଆରମ୍ଭ କରିଥିଲେ 'ମାର୍ଗଦର୍ଶୀ' ଚିଟଫଣ୍ଡ କମ୍ପାନୀ । ଏଇଠୁ ଚଢିଥିଲେ ସଫଳତାର ପାହାଚ । ପଢନ୍ତୁ ଚିଟଫଣ୍ଡ କମ୍ପାନୀ ସମ୍ପର୍କରେ ସବୁ କିଛି

Margadarshi Chit Funds
Margadarshi Chit Funds (ETV Bharat Odisha)

ହାଇଦ୍ରାବାଦ: ଏକ ସାଧାରଣ ଚାଷୀ ପରିବାରରୁ ଜନ୍ମିତ ରାମାୋଜୀ ରାଓ ସମୟକ୍ରମେ ପାଲଟିଥିଲେ ବ୍ୟବସାୟିକ ଦୁନିଆର ବାଦଶାହ । 61ବର୍ଷ ପୂର୍ବରୁ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ପ୍ରତିଷ୍ଠା କରିଥିଲେ, ଯାହାକି ଆଜି ମଧ୍ୟବିତ୍ତ ପରିବାର ପାଇଁ ପାଲଟିଛି ଆର୍ଥିକ ବରଦାନ । ଅଗ୍ରଣୀ ଉଦ୍ୟମ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ ମାଧ୍ୟମରେ ସେ ମଧ୍ୟବିତ୍ତ ପରିବାରକୁ ଆର୍ଥିକ ସୁରକ୍ଷା ଯୋଗାଇଥିଲେ । ସମାଜର ବିଭିନ୍ନ କ୍ଷେତ୍ର ପ୍ରତି ତାଙ୍କ ଅବଦାନ ଅତୁଳନୀୟ । ସମୟ ସହ ତାଳ ଦେଇ ନିରନ୍ତର ପ୍ରୟାସରେ ଏହି ଚିଟଫଣ୍ଡ କମ୍ପାନୀ ଆଜି ଲକ୍ଷ ଲକ୍ଷ ଲୋକଙ୍କ ଲାଗି ଆଶାର କିରଣ ପାଲଟିଛି । ଆଜି ପରଲୋକକୁ ଚାଲିଯାଇଥିବା ବିଶିଷ୍ଟ ଶିଳ୍ପପତି ରାମୋଜି ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ଏହି ଚିଟଫଣ୍ଡ କମ୍ପାନୀ କିପରି କାର୍ଯ୍ୟ କରୁଛି ଓ କଣ ଏହାର ଭବିଷ୍ୟତ ସମ୍ପର୍କରେ ଜାଣିବା ।

ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ
ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓ (ETV Bharat Odisha)

'ମାର୍ଗଦର୍ଶୀ ଚିଟଫଣ୍ଡ'-ଆର୍ଥିକ ସ୍ଥିରତାର ସ୍ତମ୍ଭ:

1962 ମସିହା ଅକ୍ଟୋବରରେ ରାମୋଜୀ ରାଓଙ୍କ ଦ୍ବାରା ପ୍ରତିଷ୍ଠିତ ମାର୍ଗଦର୍ଶୀ ଚିଟଫଣ୍ଡ ସାଧାରଣ ତଥା ମଧ୍ୟବିତ୍ତ ଲୋକଙ୍କୁ ଆର୍ଥିକ ସ୍ବାଧୀନତା ପ୍ରଦାନ କରି ଏକ ବିଶ୍ବସ୍ତ ଅନୁଷ୍ଠାନ ଭାବରେ ଉଭା ହୋଇଛି । ପ୍ରାରମ୍ଭିକ ସମୟରେ ସମସ୍ୟାର ସମ୍ମୁଖୀନ କରିବା ସତ୍ତ୍ବେ ରାମୋଜୀ ରାଓଙ୍କର ଅଦମ୍ୟ ପ୍ରତିବଦ୍ଧତା ଆଜି କମ୍ପାନୀକୁ ଲକ୍ଷ ଲକ୍ଷ ଗ୍ରାହକଙ୍କ ଭରସାଯୋଗ୍ୟ କରିପାରିଛି ​। ଏହି କମ୍ପାନୀ ମଧ୍ୟବିତ୍ତଙ୍କ ପାଇଁ ଆର୍ଥିକ ସୁରକ୍ଷା ଯୋଗାଇଛି ।

ନିରନ୍ତର ବିକାଶ ଓ ପ୍ରଭାବ :- 6ଦଶକ ମଧ୍ୟରେ ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀକୁ ଏକ ବଡ଼ ସଫଳତା ମିଳିଛି । କମ୍ପାନୀର କାରୋବାର ଏବେ 10,687 କୋଟିରୁ ଅଧିକ ହୋଇଛି । ଏହି ଚିଟଫଣ୍ଡ କମ୍ପାନୀର 113ଟି ଶାଖା ଏବଂ 3 ଲକ୍ଷରୁ ଅଧିକ ସକ୍ରିୟ ଗ୍ରାହକ ଅଛନ୍ତି । 4100 କର୍ମଚାରୀ ଏବଂ 18ହଜାର ଏଜେଣ୍ଟ କାର୍ଯ୍ୟବଳ ସହିତ ଏହି କମ୍ପାନୀ ଅନେକଙ୍କ ପାଇଁ ଜୀବିକାର ମେରୁଦଣ୍ଡ ହୋଇ ରହିଆସିଛି । ଟିକସ ଏବଂ ନିଯୁକ୍ତି ମାଧ୍ୟମରେ ଅର୍ଥନୀତିରେ କମ୍ପାନୀର ବିଶେଷ ଅବଦାନ ମଧ୍ୟ ରହିଛି ।

ଗ୍ରାହକଙ୍କୁ ସୁହାଇବା ଭଳି ସେବା:- ମାର୍ଗଦର୍ଶୀ ଚିଟଫଣ୍ଡ କମ୍ପାନୀ 60 ଲକ୍ଷରୁ ଅଧିକ ଗ୍ରାହକଙ୍କ ବିବିଧ ଆବଶ୍ୟକତାକୁ ପୂରା କରିଛି । ସେ ଗୃହ ନିର୍ମାଣ ହେଉ କି ବ୍ୟବସାୟ ଷ୍ଟାର୍ଟଅପ, ଶିକ୍ଷା, ବିବାହ ଆଦି ଲାଗି ଆର୍ଥିକ ସହାୟତା ପ୍ରଦାନ କରିଛି । ଗ୍ରାହକଙ୍କୁ ନିରନ୍ତର ସେବା ଯୋଗାଇ ଆସୁଥିବା ବେଳେ କମ୍ପାନୀର ଲୋକପ୍ରିୟତା ମଧ୍ୟ ବଢିଛି । ଫଳସ୍ବରୂପ କମ୍ପାନୀର ଶାଖା ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ତାମିଲନାଡୁକୁ ବିସ୍ତାର କରିଛି ।

ବିଶ୍ବାସର ସାମ୍ରାଜ୍ୟ:- ଆହ୍ବାନ ଏବଂ ଷଡ଼ଯନ୍ତ୍ର ସତ୍ତ୍ବେ ମାର୍ଗଦର୍ଶୀ ଚିଟଫଣ୍ଡ ଭାରତର 1 ନମ୍ବର ଚିଟଫଣ୍ଡ କମ୍ପାନୀ ଭାବରେ ନିଜର ସ୍ଥିତି ବଜାୟ ରଖିଛି । ଯାହାକି ରାମୋଜୀ ରାଓଙ୍କର ସ୍ଥାୟୀ ଅଭିବୃଦ୍ଧି ଏବଂ ଅବିସ୍ମରଣୀୟ ବିଶ୍ବାସର ପ୍ରତିଫଳନକୁ ଦର୍ଶାଉଛି । 6 ଦଶନ୍ଧିର ସେବା ମଧ୍ୟରେ, କମ୍ପାନୀ ଏହାର ପ୍ରତିଷ୍ଠା ନୀତିକୁ ପାଳନ କରି ଉଭୟ ଗ୍ରାହକ ଏବଂ କର୍ମଚାରୀଙ୍କ ଜୀବନକୁ ସମୃଦ୍ଧ କରିଆସୁଛି ।

ଏହା ବି ପଢନ୍ତୁ- ରାମୋଜୀ ରାଓ: ସାଧାରଣ ଚାଷୀ ପରିବାରରୁ ଅସାଧାରଣ ଜୀବନଯାତ୍ରା, ଅବିସ୍ମରଣୀୟ ସଫଳତା; ଗରିବଙ୍କ ‘ଅନ୍ନଦାତା’

ରାମୋଜୀ ରାଓଙ୍କର ଏକ ସାଧାରଣ ପ୍ରାରମ୍ଭ ତାଙ୍କୁ ଆର୍ଥିକ କ୍ଷେତ୍ରରେ ପ୍ରତିଷ୍ଠା ପ୍ରଦାନ କରିଛି । ଯାହାକି ଅନେକ ବ୍ୟବସାୟୀଙ୍କ ଲାଗି ମହତ୍ବାକାଂକ୍ଷୀ ଉଦ୍ୟମର ସର୍ବଦା ଏକ ପ୍ରେରଣା ସାଜିବ । ରାମୋଜୀ ରାଓ ମାର୍ଗଦର୍ଶୀ ଚିଟଫଣ୍ଡ ମାଧ୍ୟମରେ ନା ଯେ କେବଳ ନିଜ ଜୀବନକୁ ପରିବର୍ତ୍ତନ କଲେ, ବରଂ ପଛରେ ବିଶ୍ବାସ, ନିଷ୍ଠାଭାବ, ନିରନ୍ତର ସେବାର ସାମ୍ରାଜ୍ୟ ଛାଡ଼ି ଚାଲିଯାଇଛନ୍ତି । କେତେ ଯେ ଲୋକଙ୍କ ପାଇଁ ସେ ଅନ୍ନଦାତା ପାଲଟିଛନ୍ତି ତାହା କହିବା ମୁସ୍କିଲ । ନିଜ ଜୀବନ କାଳରେ ସେ କରିଯାଇଥିବା ବିଶିଷ୍ଟ, ଅବିସ୍ମରଣୀୟ କାର୍ଯ୍ୟ ଓ ଅଦ୍ଭୂତପୂର୍ବ ସଫଳତା ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2024, 5:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.