ଚେନ୍ନାଇ: ଖୁବଶୀଘ୍ର ପର୍ଯ୍ୟଟକଙ୍କ ପାଇଁ 'ରାମୋଜୀ ଫିଲ୍ମ ସିଟି' ଆଣିଦେବ ଆକର୍ଷଣୀୟ ଅଫର । ଗ୍ରୀଷ୍ମ ଋତୁରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପ୍ୟାକେଜ୍ ଘୋଷଣା ହେବ । ତାମିଲନାଡୁର ନନ୍ଦମ୍ବକ୍କମଠାରେ ଆୟୋଜିତ ୨୪ ତମ ପର୍ଯ୍ୟଟନ ମେଳା (Tourism Fair)ରେ ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ବିଭାଗର ହରିକ୍ରିଷ୍ଣନ୍ । ଦକ୍ଷିଣ ଭାରତର ସବୁଠୁ ବଡ଼ ଟ୍ରାଭେଲ ଟ୍ରେଡ୍ ଫେୟାରରେ ଆକର୍ଷଣ ସାଜିଥିଲା ରାମୋଜୀ ଫିଲ୍ମ ସିଟିର ଷ୍ଟଲ । 3 ଦିନିଆ ପର୍ଯ୍ୟଟନ ମେଳା ପରିଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକ ରାମୋଜୀ ଫିଲ୍ମ ସିଟିର ଷ୍ଟଲ ପରିଦର୍ଶନ କରୁଛନ୍ତି ।
ଚେନ୍ନାଇ ନନ୍ଦମ୍ବକ୍କମଠାରେ ଆୟୋଜିତ ୨୪ ତମ ପର୍ଯ୍ୟଟନ ମେଳା (Travel & Tourism Fair) ଗତ ୧୫ ତାରିଖରୁ ଆରମ୍ଭ ହୋଇ ଆଜି (୧୭ ତାରିଖ) ପର୍ଯ୍ୟନ୍ତ ଚାଲିଥିଲା । ଦକ୍ଷିଣ ଭାରତର ସବୁଠୁ ବଡ଼ ପର୍ଯ୍ୟଟନ ମେଳାରେ ସ୍ଥାନ ପାଇଥିଲା ରାମୋଜୀ ଫିଲ୍ମ ସିଟିର ଷ୍ଟଲ । ଆଗକୁ ଖରାଛୁଟି କଟାଇବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ରାମୋଜୀ ଫିଲ୍ମ ସିଟି ଆଣିଦେବ ଆକର୍ଷଣୀୟ ଅଫର । ଏନେଇ ଷ୍ଟଲ ପରିଦର୍ଶନରେ ଆସିଥିବା ପର୍ଯ୍ୟଟକମାନଙ୍କୁ ସୂଚନା ପ୍ରଦାନ କରାଯାଇଛି ।
ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ବୋର୍ଡ ଏଥିରେ ଅଂଶ ଗ୍ରହଣ କରିଛନ୍ତି । ବିହାର, ଓଡ଼ିଶା, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଗୁଜୁରାଟ, ଝାଡ଼ଖଣ୍ଡ ଏବଂ ତେଲେଙ୍ଗାନା ଏହି ମେଳାରେ ଅଂଶଗ୍ରହଣ କରିଛନ୍ତି । ୩ଟି ଦେଶ ଓ ଭାରତର ୧୬ ରାଜ୍ୟର ୧୬୦ ଷ୍ଟଲ ଏଠାରେ ଦେଖିବାକୁ ମିଳିଛି । ଏହାସହ ଅନେକ ବେସରକାରୀ ହୋଟେଲ, ଟୁର୍ ଅପରେଟର୍ସମାନେ ଏହି ପ୍ରଦର୍ଶନୀରେ ସାମିଲ ହୋଇଛନ୍ତି । ଖାଲି ସେତିକି ନୁହେଁ, ନେପାଳ ଏବଂ ଥାଇଲାଣ୍ଡ ଭଳି ବିଦେଶୀ ପ୍ରତିନିଧିମାନେ ମଧ୍ୟ ଏହି ମେଳାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।
ଏହା ମଧ୍ୟ ପଢନ୍ତୁ...ଚେନ୍ନାଇରେ ୨୪ତମ ପର୍ଯ୍ୟଟନ ମେଳା, ଆକର୍ଷଣ ସାଜିଲା 'ରାମୋଜୀ ଫିଲ୍ମ ସିଟି'
ରାମୋଜୀ ଫିଲ୍ମ ସିଟିର ବାଣିଜ୍ୟ ବିଭାଗର ଅଧିକାରୀ ହରିକ୍ରିଷ୍ଣ କହିଛନ୍ତି, "ଅଧିକରୁ ଅଧିକ ସଂଖ୍ୟାରେ ପର୍ଯ୍ୟଟକମାନେ ଆସି ମେଳାରେ ଥିବା ରାମୋଜୀ ଫିଲ୍ମ ସିଟିର ଷ୍ଟଲ ପରିଦର୍ଶନ କରିବା ସହ ଆଗ୍ରହର ସହ ପଚାରି ବୁଝିଛନ୍ତି । ଖୁବଶୀଘ୍ର ନୂଆ ଘୋଷଣା କରିବାକୁ ଯାଉଛି ରାମୋଜୀ ଫିଲ୍ମ ସିଟି । ଚଳିତ ଗ୍ରୀଷ୍ମ ଋତୁରେ ପର୍ଯ୍ୟଟକଙ୍କ ପାଇଁ ଆସିବ ଆକର୍ଷଣୀୟ ଅଫର ।" ତେବେ ଗ୍ରୀଷ୍ମ ଛୁଟି କଟାଇବାକୁ ଏଠାକୁ ଆହୁରି ଅଧିକ ପର୍ଯ୍ୟଟକଙ୍କ ସମାଗମ ହେବ ବୋଲି ଆଶା ରହିଛି ।