ETV Bharat / bharat

ଏସିଆର ସର୍ବବୃହତ ଟ୍ରାଭେଲ ଟ୍ରେଡ ପ୍ରଦର୍ଶନୀ, ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ରାମୋଜି ଫିଲ୍ମସିଟି

author img

By ETV Bharat Odisha Team

Published : Feb 8, 2024, 10:23 PM IST

Ramoji Film City: ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଏସିଆର ଏସିଆର ସର୍ବବୃହତ ଟ୍ରାଭେଲ ଟ୍ରେଡ ପ୍ରଦର୍ଶନୀ । ଏଥିରେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ରାମୋଜି ଫିଲ୍ମସିଟି । ଅଧିକ ପଢନ୍ତୁ

Ramoji Film City
Ramoji Film City

ମୁମ୍ବାଇ: ମହାରାଷ୍ଟ୍ରର କ୍ୟାପିଟାଲ ସିଟି ତଥା ସ୍ବପ୍ନ ନଗରୀ ମୁମ୍ବାଇରେ ଆୟୋଜିତ ହୋଇଯାଇଛି ଏସିଆର ସର୍ବବୃହତ ଟ୍ରାଭେଲ ଟ୍ରେଡ ଶୋ' । ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛି ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜି ଫିଲ୍ମସିଟି । ଏହି ପ୍ରଦର୍ଶନୀକୁ ବୁଲିବାକୁ ଆସିଥିବା ଅନେକ ଭ୍ରମଣକାରୀଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାମୋଜି ଷ୍ଟଲ । ଫିଲ୍ମସିଟିର ଷ୍ଟଲ ନିକଟରେ ଭ୍ରମଣକାରୀ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି ।

ଏହି ପ୍ରଦର୍ଶନୀର ଟାଇଟଲ ହେଉଛି 'OTM ମୁମ୍ବାଇ ୨୦୨୪' । ଏହି ପ୍ରଦର୍ଶନୀ ଆଜି (ଫେବୃଆରୀ ୮)ଠାରୁ ରାଜଧାନୀର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ସ୍ଥିତ ଜିଓ ୱାର୍ଲ୍ଡ କନଭେକ୍ସନ ସେଣ୍ଟରରେ ଆୟୋଜିତ ହୋଇଛି । ଦେଶ ଓ ବିଦେଶର ଅନେକ ଟ୍ରାଭେଲ ସଂସ୍ଥା ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରି ନିଜର ଷ୍ଟଲ ସ୍ଥାପନ କରିଥିଲେ । ତେବେ ସବୁଠୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ହାଇଦ୍ରାବାଦ ସ୍ଥିତ ବିଶ୍ବର ସର୍ବବୃହତ ଫିଲ୍ମସିଟି ରାମୋଜି । ଏହି ଷ୍ଟଲ ନିକଟକୁ ଆସୁଥିବା ଭ୍ରମଣକାରୀଙ୍କୁ ରାମୋଜି ଫିଲ୍ମସିଟିରେ ଭ୍ରମଣ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ- FTCCI Excellence Awards 2023: ପର୍ଯ୍ୟଟନ ପ୍ରୋତ୍ସାହନରେ ଉତ୍କର୍ଷତା, RAMOJI ଫିଲ୍ମସିଟି ପୁରସ୍କୃତ

ଦେଶ ତଥା ବିଶ୍ବର ପର୍ଯ୍ୟଟନ ଶିଳ୍ପକୁ ଲୋକାଭିମୁଖୀ କରିବା ଲାଗି ପ୍ରତିବର୍ଷ 'ଓଟିଏମ ମୁମ୍ବାଇ' ଆୟୋଜିତ ହୋଇଥାଏ । ଫେବୃଆରୀ ୮ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ମେଳା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଟ୍ରାଭେଲ ଟ୍ରେଡ ଶୋ'ରେ ଦେଶ ବିଦେଶରୁ ମୋଟ ୬୦ଟି ଦେଶର ୧୩୦୦ ଏକ୍ସବିଟର ଅଂଶଗ୍ରହଣ କରିଛନ୍ତି । ତେବେ ଆମ ଦେଶ ଭାରତର ପର୍ଯ୍ୟଟନ ସ୍ଥଳୀକୁ ଦେଶ ବିଦେଶରେ ପରିଚିତ କରୁଥିବା ଜଣେ ଟ୍ରାଭେଜ ଏଜେଣ୍ଟ ଅନୁରାଗ ସାହୁ କହିଛନ୍ତି ଯେ ରାମୋଜି ଫିଲ୍ମ ସିଟି ତାଙ୍କର ପସନ୍ଦ ସ୍ଥାନ ।

ସେ ଆହୁରି କହିଛନ୍ତି, "ଓଡ଼ିଶାର କ୍ୟାପିଟାଲ ସିଟି ଭୁବନେଶ୍ବରରେ ରାମୋଜି ଫିଲ୍ମସିଟିକୁ ବଡ଼ ଆକାରରେ ପ୍ରୋତ୍ସାହିତ କରାଯାଉଛି । ଭାରତରେ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ରାମୋଜି ଫିଲ୍ମସିଟି ଆସିଥାଏ । ସେଠାକୁ ପର୍ଯ୍ୟଟକମାନେ ଗଲେ କୌଣସି ବିଦେଶ ରାଷ୍ଟ୍ରକୁ ଆସିଥିବା ମନେ ହୁଏ । ହାଇଦ୍ରାବାଦ ସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀଟି ପର୍ଯ୍ୟଟକଙ୍କ ଲାଗି ଆକର୍ଷଣୀୟ ସ୍ଥଳୀ ।"

ଏହା ବି ପଢନ୍ତୁ- MICE 2023: ମୁଖ୍ୟ ଆକର୍ଷଣ ସାଜିଲା ରାମୋଜୀ ଫିଲ୍ମସିଟି, ଷ୍ଟଲ ପରିଦର୍ଶନ କରୁଛନ୍ତି ବହୁ ପର୍ଯ୍ୟଟକ

ଅନ୍ୟପଟେ ପ୍ରଦର୍ଶନୀର ପ୍ରଥମ ଦିନର ଅନୁଭୂତି ବଖାଣି ରାମୋଜି ଫିଲ୍ମସିଟିର ଚିଫ ସେଲ ତଥା ମାର୍କେଟିଂ ମ୍ୟାନେଜର ସନ୍ଦୀପ ୱାଘମେର କହିଛନ୍ତି, " ଆଜି ଭ୍ରମଣକାରୀଙ୍କଠାରୁ ଭଲ ରେସପନ୍ସ ମିଳିଛି । ବିଶେଷ କରି ପର୍ଯ୍ୟଟନ ଶିଳ୍ପକୁ ଦେଶ ବିଦେଶରେ ପ୍ରମୋଟ କରିବା ଲାଗି ଏହି ପ୍ରଦର୍ଶନୀଟି ଉପଯୁକ୍ତ ପ୍ଲାଟଫର୍ମ । ଆମେ ଆଶା କରୁଛି ବାକି ୨ ଦିନ ମଧ୍ୟ ଭଲ ଅନୁଭୂତି ମିଳିବ । ଦେଶ ବିଦେଶରୁ ଅନେକ ଲୋକ ଆମ ଷ୍ଟଲ ନିକଟକୁ ଆସୁଛନ୍ତି । ରାମୋଜି ଫିଲ୍ମସିଟିରେ ୱେଡିଂ ଓ ହନିମୁନ ପ୍ୟାକେଜ ମଧ୍ୟ ରହିଛି । ଏହାସହିତ ସମସ୍ତ ବର୍ଗର ପର୍ଯ୍ୟଟକଙ୍କ ଲାଗି ହୋଟେଲ ମଧ୍ୟ ରହିଛି । "

ରାମୋଜି ଫିଲ୍ମସିଟି ସମ୍ପର୍କରେ:- ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସ୍ଥିତ ରାମୋଜି ଫିଲ୍ମସିଟି ବିଶ୍ବର ସର୍ବବୃହତ ଫିଲ୍ମସିଟି ଭାବେ ରେକର୍ଡ ସୃଷ୍ଟି କରିଛି । ଏହି ଫିଲ୍ମସିଟି ପ୍ରାୟ ୧୬୬୬ ଏକର ଜମିରେ ଅବସ୍ଥିତ । ଏଠାରେ ପର୍ଯ୍ୟଟକଙ୍କୁ ଭିନ୍ନ ଓ ନିଆରା ଅନୁଭୂତି ଦେବା ଲାଗି ଅନେକ ଆକର୍ଷଣୀୟ ସ୍ଥଳ ରହିଛି । ଏଣୁ ଦେଶର ସର୍ବଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ସ୍ଥାନ ପାଇଛି ରାମୋଜି ଫିଲ୍ମସିଟି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.